ଦିଲ୍ଲୀ ମେଟ୍ରୋରେ ଅଶ୍ଳୀଳ ରିଲ୍ସ କଲେ ଦୁଇ ଯୁବତୀ

Above Post Content

ନୂଆଦିଲ୍ଲୀ: ଏବେ ସୋସିଆଲ ମିଡ଼ିଆର କ୍ରେଜ୍ ଖୁବ୍ ଅଧିକ । ଆଜିକାଲି କମ୍ ସମୟରେ ସୋସିଆଲ ମିଡ଼ିଆରେ ଲୋକପ୍ରିୟ ହେବା ପାଇଁ ସମସ୍ତଙ୍କ ଇଛା । ଏଥିଲାଗି ଲୋକେ ନିଜ ଜୀବନକୁ ବାଜି ଲଗାଇବାକୁ ବି ପଛାଉ ନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ଏବେ ଯୁବପିଢି ଏମିତି କିଛି କାରନାମା କରିବାକୁ ଉଦ୍ୟମ କରୁଛନ୍ତି, ଯାହାଦ୍ୱାରା ସେମାନେ ଚର୍ଚ୍ଚାକୁ ଆସୁଛନ୍ତି । ଏହିକ୍ରମରେ ଦିଲ୍ଲୀର ଦୁଇଜଣ ଯୁବତୀ ଚଳନ୍ତା ମେଟ୍ରୋ ଟ୍ରେନ୍ ଭିତରେ ଅଶ୍ଳୀଳ ରିଲ୍ସ କରି ଚର୍ଚ୍ଚାକୁ ଆସିଛନ୍ତି । ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ହୋଲିର ଥିମ୍‌କୁ ନେଇ ଅଶ୍ଳୀଳ ଭିଡ଼ିଓ

After 2nd paragraph post ads
Middle post content

ଆଉ ମାତ୍ର ଗୋଟିଏ ଦିନ ପରେ ରଙ୍ଗର ପର୍ବ ହୋଲି । ଏହି ଥିମକୁ ନେଇ ଦୁଇ ଜଣ ଯୁବତୀ ଦିଲ୍ଲୀ ମେଟ୍ରୋ ଟ୍ରେନରେ ରିଲ୍ସ କରିଛନ୍ତି । ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଦୁଇ ଜଣ ଯୁବତୀ ମେଟ୍ରୋ ଟ୍ରେନରେ ତଳେ ବସିଛନ୍ତି । ଜଣେ ଧଳା ରଂଗର ଶାଢ଼ି ଓ ଅନ୍ୟ ଜଣେ ଧଳା ରଂଗର ସୁଟ୍ ପିନ୍ଧିଛନ୍ତି । ଏହି ଭିଡ଼ିଓର ରଣବୀର ସିଂହ ଏବଂ ଦୀପିକା ପାଦୁକୋନଙ୍କ ରାମଲୀଲା ଫିଲ୍ମର ଲୋକପ୍ରିୟ ଗୀତ ‘ଅଙ୍ଗ୍ ଲଗା ଦେ..ରେ..’ ବ୍ୟାକ ଗ୍ରାଉଣ୍ଡରେ ବାଜୁଛି । ଏହି ଗୀତରେ ଯୁବତୀ ଦୁଇ ଜଣ ପରସ୍ପରକୁ ଅଶ୍ଳୀଳ ଭାବେ ରଂଗ ଲଗାଉଥିବାର ଦେଖାଯାଉଛି । ମେଟ୍ରୋରେ ଦୁଇ ଯୁବତୀଙ୍କ ଏଭଳି ଅଶ୍ଳୀଳ ନୃତ୍ୟକୁ ଦେଖି ମେଟ୍ରୋରେ ଥିବା କିଛି ଯାତ୍ରୀମାନେ ଅସହଜ ଅନୁଭବ କରୁଥିବାବେଳେ ଅନ୍ୟମାନେ ଏହାର ମଜା ନେଉଛନ୍ତି ।

ଯୁବତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଏହି ଭିଡ଼ିଓକୁ ମଧୁର ସିଂହ ନାମକ ଜଣେ ବ୍ୟକ୍ତି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଭିଡ଼ିଓ ଦେଖିବା ପରେ ଅନେକ ୟୁଜର ନିନ୍ଦା କରିବା ସହ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ଦିଲ୍ଲୀ ଭଳି ସହରର ମେଟ୍ରୋ ଟ୍ରେନ ଭିତରେ ସର୍ବସାଧାରଣଙ୍କ ସମ୍ମୁଖରେ ଏପରି ରିଲ୍ସ କରିବାକୁ ଅନେକ ନାପସନ୍ଦ କରିଛନ୍ତି । ଉକ୍ତ ଯୁବତୀ ଦ୍ୱୟଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଉଚିତ । ଆଉ ଜଣେ ୟୁଜର ଲେଖିଛନ୍ତି ଏଭଳି ନୃତ୍ୟ ପାଇଁ ପ୍ରତି ୧୫ ସେକେଣ୍ଡ୍ ପାଇଁ ୧ ଲକ୍ଷ ଟଙ୍କା ଚାର୍ଜ କରିବା କଥା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami