ବାରମ୍ୱାର ନିୟମ ଭାଙ୍ଗୁଛି ରାଜ୍ୟ ବିଜେପି

Above Post Content

ଭୁବନେଶ୍ୱର: ବାରମ୍ୱାର ନିୟମ ଭାଙ୍ଗୁଛି ରାଜ୍ୟ ବିଜେପି । ଏନେଇ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି । ରାଜ୍ୟ ବିଜେପି ବିରୋଧରେ ସିଇଓଙ୍କ ନିକଟରେ ଅଭିଯୋଗ କରିଛି ବିଜେଡି । ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନର ନୂଆ କୀର୍ତ୍ତିମାନ ସ୍ଥାପନ କରିବାକୁ ଯାଉଛି ବିଜେପି । ପିଲାମାନଙ୍କୁ ନିର୍ବାଚନରେ ବ୍ୟବହାର କରିବା ହେଉ କି ଲୋକଙ୍କୁ ଧମକାଇବା ପରି କାମ କରୁଛନ୍ତି ବିଜେପି ନେତା । ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ଖୋର୍ଦ୍ଧା ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ବାରମ୍ବାର ସରକାରୀ ଅଧିକାରୀଙ୍କୁ ଧମକ ଦେଉଛନ୍ତି । ଯେପରି ବିଡ଼ିଓ, ତହସିଲଦାର ଓ ପୋଲିସଙ୍କୁ ଧମାକାଉଛନ୍ତି ।

Middle post content

ସରକାରୀ ଅଧିକାରୀଙ୍କ ମନୋବଳ ସୁଦୃଢ ରହିବା ଉଚିତ୍‌

After 2nd paragraph post ads

କିଛି ଦିନ ତଳେ ନିର୍ବାଚନ କମିଶନ କିଛି ଆଇଏଏସ, ଆଇପିଏସ ଓ ଓଏଏସ ଙ୍କ ବଦଳି କରିଥିଲେ । ସେହି ନାଁ ନେଇ ବିଜେପି ନେତା ସରକାରୀ ଅଧିକାରୀଙ୍କୁ ବଦଳି କରିଦେବାକୁ କହି ଧମକାଉଛନ୍ତି । ବିଜେପି ପାଇଁ କାମ ନ କଲେ ଟ୍ରାନ୍ସଫର କରି ଦେବେ । ନିର୍ବାଚନ ଆସିବ ନିର୍ବାଚନ ଯିବ ହେଲେ ସରକାରୀ ଅଧିକାରୀଙ୍କ ମନୋବଳ ଯେପରି ସୁଦୃଢ ରହିବ, ସେଥିପାଇଁ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରିଛି ବିଜେଡି । ପୂର୍ବରୁ ମଧ୍ୟ ଏ ସବୁ ତଥ୍ୟ ନେଇ ସିଇଓ ଙ୍କ ପାଖରେ ଦାଖଲ କରିସାରିଛି ବିଜେଡି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami