ଜଗତଜନନୀ ମନ୍ଦିର ଯାଇ ମାଆଙ୍କୁ ଦର୍ଶନ କଲେ ପାଣ୍ଡିଆନ

Above Post Content

ଜୟପୁର: ଜୟପୁରରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ଗତକାଲି ସେ ବିଶାଳ ରୋଡ ଶୋ’ରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ । ଆଜି ସକାଳୁ ଜୟପୁରର ପ୍ରସିଦ୍ଧ ଜଗତଜନନୀ ମନ୍ଦିର ଯାଇ ମାଆଙ୍କୁ ଦର୍ଶନ କରିଛନ୍ତି । ସେଠାରେ ପୂଜାର୍ଚ୍ଚନା କରିବା ସହ ପୂଜକ ଓ ଶ୍ରଦ୍ଧାଳୁଙ୍କ ସହ ଆଲୋଚନା କରିଥିଲେ । ଏଥିସହ ମନ୍ଦିରର ସୁବିଧା ଅସୁବିଧା ପଚାରି ବୁଝିଥିଲେ ।

Middle post content

ଜୟପୁରର ବିକାଶ ପାଇଁ ବିଜେଡ଼ିକୁ ବାଛନ୍ତୁ

After 2nd paragraph post ads

ଗତକାଲି ସନ୍ଧ୍ୟାରେ କାର୍ତ୍ତିକ ପାଣ୍ଡିଆନ ଜୟପୁର ସହରରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ । ବିଶାଳ ରୋଡ ଶୋ’ରେ ଜନତାଙ୍କୁ ଉଦବୋଧନ ଦେଇଥିଲେ । ଆଉ ଲୋକଙ୍କଠାରୁ ସମ୍ବର୍ଦ୍ଧନା ବି ପାଇଥିଲେ । ହଜାର ହଜାର ଲୋକ ପାଣ୍ଡିଆନଙ୍କୁ ପାଛୋଟି ନେବା ସହ ନିଜ ନିଜର ଭଲପାଇବା ଓ ଭରସାକୁ ପ୍ରତିପାଦିତ କରିଥିଲେ । ରାସ୍ତାର ଉଭୟ ପାର୍ଶ୍ୱରେ ଯୁବକ, ଛାତ୍ର, ମହିଳା ଏକାଠି ହୋଇ ପାଣ୍ଡିଆନଙ୍କୁ ଅପେକ୍ଷା କରିଥିଲେ । ପାଣ୍ଡିଆନଙ୍କ ଉପରକୁ କିଏ ଫୁଲ ସ୍ୱାଗତ କରୁଥିଲା ତ ଆଉ କିଏ ସେଲ୍ଫି ଟିଏ ନେବାକୁ ଅପେକ୍ଷା କରିଥିଲେ । ବିକାଶ ପାଇଁ ବିଜେଡିକୁ ବାଛିବାକୁ ପାଣ୍ଡିଆନ ଜୟପୁରବାସୀଙ୍କୁ ଅନୁରୋଧ କରିଛନ୍ତି । ନବୀନଙ୍କ ଗ୍ୟାରେଣ୍ଟି ଦେବା ସହ ଏଥର ଉଭୟ ବିଧାୟକ ଓ ସାଂସଦ ପାଇଁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଜନତାଙ୍କୁ ଅପିଲ କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami