ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାଗ ନେଇ ହେଉଛି ବିଜୟୀ

Above Post Content

ହରିଆଣା: ଅଧିକାଂଶ ଲୋକ ଘରେ ଗୃହପାଳିତ ପଶୁ ରଖିବାକୁ ପସନ୍ଦ କରନ୍ତି । କେହି ଘରେ କୁୁକୁର,ବିଲେଇ ରଖୁଥିବା ବେଳେ ଆଉ କିଏ ଗାଈ,ମଇଁଷି ରଖିବାକୁ ଭଲ ପାଆନ୍ତି । ସେମାନେ ନିଜ ଘରର ସଦସ୍ୟଙ୍କ ପରି ଏମାନଙ୍କ ଯତ୍ନ ନେଇଥାନ୍ତି । ଲୋକେ ଗାଈ, ମଇଁଷି ପାଳିବା ଦ୍ୱାରା ଅନେକ ଲାଭବାନ ହୋଇଥାନ୍ତିି । କାରଣ କ୍ଷୀର, ଦହି, ଛେନା ଓ ଘିଅ ଆଦି ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି । ତେବେ ହରିଆଣାର ଏମିତି ଜଣେ ବ୍ୟକ୍ତି ଯିଏ ଏକ ମଇଁଷି ପାଳିଛନ୍ତି, ଯାହାକୁ ନେଇ ଏବେ ସେ ଖୁବ୍ ଚର୍ଚ୍ଚାରେ ।

Middle post content

ହରିଆଣାର ଭିବାନୀ ଜୁଇ ଗ୍ରାମର ବାସିନ୍ଦା ସଞ୍ଜୟ । ୩ ବର୍ଷ ହେଲା ସେ ତାଙ୍କ ଘରେ ଏକ ମଇଁଷି ପାଳୁଛନ୍ତି । ସେ ଏହି ମଇଁଷିର ଖୁବ୍ ଯତ୍ନ ନିଅନ୍ତି । ତାର ଖାଇବାପିଇବାରେ ଟିକେ ବି ହେଳା କରନ୍ତି ନାହିଁ । ଏହି ମଇଁଷିର ନାଁ ରଖିଛନ୍ତି ଧର୍ମା । ଧର୍ମା କିପରି ସବୁବେଳେ ସୁସ୍ଥସବଳ ରହିବ ସେଥିପ୍ରତି ଦୃଷ୍ଟି ଦେଇଥାନ୍ତି ସଞ୍ଜୟ । ସେଥିଲାଗି ତାକୁ ସବୁବେଳେ ସବୁଜ ପନିପରିବା ଖାଇବାକୁ ଦେଇଥାନ୍ତି । ହେଲେ ଧର୍ମାର ପସନ୍ଦର ଖାଦ୍ୟ ହେଲା ଗାଜର । ସେଥିଲାଗି ସେ ଦିନକୁ ୪୦ କିଲୋ ଗାଜର ଖାଇଥାଏ । କେବଳ ସେତିକି ନୁହେଁ, ଧର୍ମା ପଞ୍ଜାବ ଓ ୟୁପିରେ ଆୟୋଜିତ ଅନେକଗୁଡ଼ିଏ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାଗ ନେଇ ବିଜୟୀ ବି ହୋଇଛି ।

After 2nd paragraph post ads

ସଞ୍ଜୟ କହିଛନ୍ତି ଯେ, ଧର୍ମାକୁ ମୁଁ ବହୁତ ଭଲ ପାଏ । ସେ ଆମ ଘରର ଜଣେ ସଦସ୍ୟ ପାଲଟି ଯାଇଛି । ତାହାଦ୍ୱାରା ମୁଁ ଏକ ସ୍ୱତନ୍ତ୍ର ପରିଚୟ ପାଇଛି । ଧର୍ମାର ଲୋକପ୍ରିୟତାକୁ ଦେଖି ଅନେକ ଲୋକ ୪୬ ଲକ୍ଷ ଟଙ୍କା ଦେଇ ଏହାକୁ କିଣିବାକୁ ଆସୁଛନ୍ତି । ହେଲେ ମୁଁ ଏହାକୁ ବିକ୍ରି କରିବାକୁ ଚାହୁଁନି । ଯଦି ମୋତେ ୬୦ ଲକ୍ଷ ଟଙ୍କାରୁ ଅଧିକ ଦେଲେ ମୁଁ ଏହାକୁ ବିକ୍ରି କରିବି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami