ଆପାର୍ଟମେଣ୍ଟ ମଝିରେ ଯାଆସ କରୁଛି ଟ୍ରେନ, ବାସିନ୍ଦାଙ୍କୁ ଶୁଭୁନି ଶବ୍ଦ

Above Post Content

ଚୀନ: ସାଧାରଣତଃ ଟ୍ରେନ୍ ଲାଇନ୍ କଡ଼ରେ ଥିବା ଘର ବା ଆପାର୍ଟମେଣ୍ଟରେ ରହିବାକୁ ଅନେକ ନାପସନ୍ଦ କରିଥାନ୍ତି । କାରଣ ହେଉଛି ଟ୍ରେନର ଶବ୍ଦ । ଅବଶ୍ୟ ଧୀରେ ଧୀରେ ଏହା ଲୋକଙ୍କ ଅଭ୍ୟାସଗତ ହୋଇଯାଇଥାଏ । କିନ୍ତୁ ଭାବନ୍ତୁ ତ… ଆପାର୍ଟମେଣ୍ଟ ଭିତର ଦେଇ ଯାଇଥିବା ରେଳ ଲାଇନ୍‌ରେ ଦ୍ରୁତ ଗତିରେ ଯାଆସ କରୁଛି ଟ୍ରେନ । ହେଲେ ଆପାର୍ଟମେଣ୍ଟ ବାସିନ୍ଦା ଏହାକୁ ନେଇ ବ୍ୟସ୍ତ ନୁହଁନ୍ତି । ଏଭଳି ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି , ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

Middle post content

ଭାଇରାଲ ଭିଡ଼ିଓରେ ଏକ ଟ୍ରେନ୍ ଆପାର୍ଟମେଣ୍ଟ ଭିତର ଦେଇ ଯାଉଥିବା ନଜର ଆସିଛିି । ଏହାର ଟ୍ରାକ ଏପରି ଢଙ୍ଗରେ ତିଆରି ହୋଇଛି ଯେ ଏହା ଆପାର୍ଟମେଣ୍ଟ ମଝିରେ ଯାଉଛି । ଏହି ସମୟରେ ଶହ ଶହ ଲୋକ ତଳେ ଠିଆ ହୋଇ ଏହି ଦୃଶ୍ୟ ଦେଖୁଛନ୍ତି ଓ ଏହାର ଭିଡିଓ ବି ପ୍ରସ୍ତୁତ କରୁଛନ୍ତି । ଏହି ଟ୍ରେନ୍‌ଟି ଚୀନର ଚୋଙ୍ଗ୍‌କିଙ୍ଗ୍‌ରେ ରହିଛିି । ଏହି ସହରକୁ ପର୍ବତ ସହର ବୋଲି କୁହାଯାଏ । କାରଣ ଏଠାରେ ପର୍ବତ ପରି ଉଚ୍ଚ ଉଚ୍ଚ ଅଟ୍ଟାଳିକା ରହିଛିି ।

After 2nd paragraph post ads

୨୦୦୪ ମସିହାରେ ଏହି ରେଳ ଲାଇନ ପ୍ରତିଷ୍ଠା କରାଯାଇଥିଲା । ଯେତେବେଳେ ଏହା ଆରମ୍ଭ ହେଲା, ଏହି ରେଳ ପ୍ରକଳ୍ପର ମୁଖ୍ୟ ଇଞ୍ଜିନିୟର କହିଥିଲେ ଯେ, ରେଳ ଲାଇନକୁ ଭୂମିରେ ନେବା ପାଇଁ ସହରରେ ପର୍ଯ୍ୟାପ୍ତ ସ୍ଥାନ ନାହିଁ । ଏହି କାରଣରୁ ଟ୍ରେନ୍ ଟ୍ରାକ୍ ବିଲଡିଂ ଦେଇ ନେବାକୁ ପଡିଥିଲା । ଏହି ଟ୍ରେନ୍ ଗୁଡିକ ହାଲୁକା ରେଳ ବର୍ଗରେ ଆସିଥାଏ । ଏହାର ଶବ୍ଦ ଏତେ କମ୍ ଯେ ବିଲଡିଂରେ ରହୁଥିବା ଲୋକଙ୍କ ପାଇଁ ଏହା କୌଣସି ଅସୁବିଧା ସୃଷ୍ଟି କରେ ନାହିଁ । ଏହା ବ୍ୟତୀତ ଏହାର ଶବ୍ଦ ମଧ୍ୟ ଶୁଣାଯାଏ ନାହିଁ ।
ଏହି ଭିଡିଓକୁ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଏହା ଯେତେ ସୁନ୍ଦର ଦେଖାଯାଉନା କାହିଁକି, ଯେତେବେଳେ ଆପଣ ସେଥିରେ ରହିିବେ, ସେତେବେଳେ ଜାଣିବେ ଏହାର ପ୍ରଭାବ କ’ଣ? ଆଉ କିଛି କହିଛନ୍ତି ଯେ, ଏଠାରେ ଭଡା ବହୁତ କମ୍ ଥିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami