ଘରର ଆସବାବପତ୍ରରେ ମାଆକୁ ପୋଡ଼ି ହତ୍ୟା

Above Post Content

ମାଆକୁ ଜୀଅନ୍ତା ପୋଡି ଦେଲା ରାକ୍ଷସ ପୁଅ

ଫୁଲବାଣୀ : ଅତ୍ୟନ୍ତ ହୃଦୟ ବିଦାରକ….ନିନ୍ଦନୀୟ… ଅବର୍ଣ୍ଣନୀୟ ... । ଯେଉଁ ମାଆ ତାକୁ ଏ ଦୁନିଆର ଆଲୋକ ଦେଖାଇଥିଲା … ନିଜ ଦୁଃଖ କଷ୍ଟକୁ ପଛକରି ଛୋଟରୁ ବଡ଼ କରିଥିଲା ଶେଷରେ ତାକୁ ହିଁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରି ଘର ଭିତରେ ପୋଡି ଦେଲା ରାକ୍ଷସ ପୁଅ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଫୁଲବାଣୀରେ

After 2nd paragraph post ads
Middle post content

କନ୍ଧମାଳ ଜିଲା ଟିକାବାଲି ଥାନା ଅନ୍ତର୍ଗତ ବଡ଼ିମୁଣ୍ଡା ଖଜୁରୀସାହିର ସମୀର ନାୟକ । ଅଧିକାଂଶ ସମୟ କିଛି କାରଣ ନ ଥିଲେ ବି ସାହି ପଡ଼ିଶାଙ୍କ ସହ ଝଗଡ଼ା ଓ ଗଣ୍ଡଗୋଳ କରିଥାନ୍ତି । ଏହି ଘଟଣାକୁ ନେଇ ଅନେକ ଥର ଜେଲ ବି ଯାଇଛନ୍ତିି । ଦୀର୍ଘ ୩ ବର୍ଷ ଜେଲରେ ରହିବା ଶନିବାର ଘରକୁ ଫେରିଥିଲେ । ରବିବାର ବିଳମ୍ବିତ ରାତିରେ ପୁଣି ଘଟାଇଥିଲେ ଉନ୍ମତକାଣ୍ଡ । କୌଣସି କାରଣକୁ ନେଇ ଘର ଭିତରେ ୯୨ ବର୍ଷୀୟ ମାଆକୁ ଜୀଅନ୍ତା ଜାଳିଦେଲେ ସମୀର

ପରେ ଘରର ଆସବାବପତ୍ର ଓ ଜାଳେଣି କାଠରେ ମାଆଙ୍କ ମୃତଦେହକୁ ପୋଡ଼ି ଦେଇଥିଲେ । ପରେ ଆଖପାଖ ପଡ଼ୋଶୀଙ୍କ ଘର ଉପରକୁ ପଥର ମାଡ଼ କରିବା ସହ ଗାଡ଼ି ଭଙ୍ଗାରୁୂଜା କରିଥିଲେ । ସୋମବାର ସକାଳେ ଗ୍ରାମବାସୀ ସମୀରଙ୍କୁ ଧରି ଟିକାବାଲି ଥାନାକୁ ଖବର ଦେଇଥିଲେ । ଖବରପାଇ ପୋଲିସ ଘଟଣାତ୍ସ୍‌ଳରେ ପହଞ୍ଚି ଅଭିଯୁକ୍ତ ସମୀରଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ ଚଳାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାକାଣ୍ଡର କାରଣ ଜଣାପଡ଼ିନାହିଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami