ଜେଲରୁ ମୁକୁଳିଲେ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ

Above Post Content

ଭୁବନେଶ୍ୱର: ଜେଲରୁ ମୁକୁଳିଲେ ବହୁଚର୍ଚ୍ଚିତ ହନି ଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ । ୧୪ ମାସ ପରେ ଭୁବନେଶ୍ୱର ଝାରପଡ଼ା ଜେଲ୍‌ରୁ ମୁକୁଳିଛନ୍ତି ଅର୍ଚ୍ଚନା । ଇଡି ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟରୁ ମିଳିଛି ସର୍ତ୍ତ ମୂଳକ ଜାମିନ । ସକାଳୁ ଅର୍ଚ୍ଚନାଙ୍କୁ ନେବା ପାଇଁ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଝାରପଡ଼ା ଜେଲକୁ ଯାଇଥିଲେ । ଜେଲରୁ ବାହାରିବା ସମୟରେ ଅର୍ଚ୍ଚନା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ‘ମୁଁ କୋର୍ଟଙ୍କ ସମସ୍ତ ନିୟମକୁ ପାଳନ କରିବି ଏବଂ କୋର୍ଟଙ୍କ ଉପରେ ମୋର ଭରସା ଅଛି । ଏହା ସହ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବି’ । ପୂର୍ବରୁ ସ୍ୱାମୀ ଜଗବନ୍ଧୁଙ୍କୁ ମିଳିଥିଲା ଜାମିନ । ଇଡି ଓ କମିଶନରେଟ ପୋଲିସ ଉଭୟଙ୍କ ବିରୋଧରେ କେସ କରିଥିଲା ।

Middle post content

ହାଇକୋର୍ଟରୁ ମିଳିଛି ସର୍ତ୍ତମୂଳକ ଜାମିନ୍‌

After 2nd paragraph post ads

ପୂର୍ବରୁ ନୟାପଲ୍ଲୀ ଥାନା ମାମଲା ଓ ଖଣ୍ଡଗିରି ଥାନା ମାମାଲାରେ ଅର୍ଚ୍ଚନାଙ୍କୁ ଜାମିନ ପ୍ରଦାନ କରିଥିଲେ ହାଇକୋର୍ଟ । ଏପ୍ରିଲ ୧୧ରେ ନୟାପଲ୍ଲୀ ଥାନା ମାମଲା ତାଙ୍କୁ ଜାମିନ ପ୍ରଦାନ କରିବା ସହ ବାହାରକୁ ନ ଯିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଅଗଷ୍ଟ ୨ରେ ଖଣ୍ଡଗିରି ଥାନା ମାମାଲାରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା । ଏବେ ତାଙ୍କୁ ହାଇକୋର୍ଟରୁ ମିଳିଛି ସର୍ତ୍ତମୂଳକ ଜାମିନ୍ । ସୂଚନାଯୋଗ୍ୟ ଯେ, ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଥିବା ଅଭିଯୋଗ ହୋଇଥିଲା । ପରେ ସମଗ୍ର ରାଜ୍ୟରେ ଏହା ଚହଳ ପକାଇଥିଲା । ଏହି ମାମଲାରେ ଅର୍ଚ୍ଚନାଙ୍କ ସମେତ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ତଥା ସହଯୋଗୀ ଖଗେଶ୍ୱର ଏବେ ଝାରପଡ଼ା ଜେଲ୍‌ରେ ଥିଲେ । ଏଭଳି ଅଭିଯୋଗ ଆସିବା ପରେ ଘଟଣାର ଖୋଳତାଡ ଆମ୍ଭ କରିଥିଲା କମିଶନରେଟ୍ ପୋଲିସ । ଏହାପରେ ଇଡି ନେଇଥିଲା ତଦନ୍ତ ଭାର । ନିଜ ସମ୍ପତ୍ତିର ହିସାବ ଦେଇ ନ ପାରିବାରୁ ଅର୍ଚ୍ଚନା, ଜଗବନ୍ଧୁଙ୍କ ଆଲିସାନ ବଙ୍ଗଳା ସମେତ ଖଗେଶ୍ୱରଙ୍କ କୋଠାକୁ ବି ଜବତ କରିଥିଲା ଇଡି । ଏହି ମାମଲାରେ ସ୍ୱାମୀ ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱରକୁ ମଧ୍ୟ ବାନ୍ଧିଥିଲା ପୋଲିସ । ତିନି ଜଣ ଝାରପଡା ଜେଲରେ ଥିବାବେଳେ, କିଛି ଦିନ ପୂର୍ବେ ସ୍ୱାମୀ ଜଗବନ୍ଧୁଙ୍କୁ ସର୍ତ୍ତମୂଳକ ଜାମିନ ମିଳିଥିଲା । ଏହାପରେ ଜେଲରୁ ମୁକୁଳିଥିଲେ ଜଗବନ୍ଧୁ । ଇଡି ମାମଲାରେ ହାଇକୋର୍ଟରୁ ବେଲ୍ ମିଳିବାର ୭ ଦିନ ପରେ ଆଜି ସକାଳୁ ଝାରପଡା ଜେଲରୁ ୧୪ ମାସ ପରେ ମୁକୁଳିଛନ୍ତି ଅର୍ଚ୍ଚନା ନାଗ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami