ଭଉଣୀକୁ ଗୁଳି କରି ଥାନାରେ ଆତ୍ମସମର୍ପଣ କଲେ ଭାଇ

Above Post Content

କେନ୍ଦୁଝର: କୁହାଯାଏ ସବୁ ସମ୍ପର୍କ ତୁଳନାରେ ଭାଇ ଓ ଭଉଣୀ ସମ୍ପର୍କ ଖୁବ ଉଚ୍ଚରେ । ସେ ସମ୍ପର୍କ ଭିତରେ କଳି ଝଗଡା ଅଛି ସତ; କିନ୍ତୁ ଏହା ସାମୟିକ । ସେଇଥିପାଇଁ ତ ଆମ ସମାଜରେ ରହି ଆସିଛି ରକ୍ଷା ବନ୍ଧନ ପର୍ବ । ହେଲେ ସାମାନ୍ୟ ବଚସାରୁ ଭାଇ ନିଜ ଭଉଣୀକୁ ଗୁଳି କରି ହତ୍ୟା କରିପାରେ ଏମିତି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝରରେ ।

Middle post content

କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ସୋମଗିରି ଗ୍ରାମର ପ୍ରସନ୍ନ ବାରିକ । ଏକ କମ୍ପାନୀରେ ଗନ୍ ମ୍ୟାନ ଭାବେ କାମ କରନ୍ତି । ପ୍ରସନ୍ନଙ୍କ ଦେହ ଖରାପ ଥିବାରୁ ସେ ତାଙ୍କ ଭଉଣୀ ମାଳତୀଙ୍କୁ ଟଙ୍କା ମାଗିଥିଲେ । କିନ୍ତୁ ମାଳତୀ ଟଙ୍କା ଦେବେ ନାହିଁ ବୋଲି ରୋକେ୍‌ଠୋକ୍ ମନା କରି ଦେଇଥିଲେ । ଏଥିରେ ପ୍ରସନ୍ନ ଉତ୍‌କ୍ଷିପ୍ତ ହୋଇ ନିଜ ବନ୍ଧୁକରୁ ମାଳତୀଙ୍କୁ ଗୁଳି କରିଥିଲେ । ଗୁଳିଟି ମାଳତୀଙ୍କ କାନ୍ଧ ତଳେ ବାଜିବାରୁ ସେ ତଳେ ପଡ଼ିଯାଇଥିଲେ । ଗୁଳି ଶବ୍ଦ ଶୁଣି ପରିବାର ଲୋକେ ଦୌଡ଼ି ଆସି ଦେଖିଲା ବେଳକୁ ମାଳତୀ ତଳେ ପଡ଼ି ଛଟପଟ ହେଉଛନ୍ତି । ସଙ୍ଗେ ସଙ୍ଗେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଅଭିଯୁକ୍ତ ଭାଇ ପ୍ରସନ୍ନ ବନ୍ଧୁକ ସହ ପଣ୍ଡାପଡ଼ା ଥାନାରେ ଆତ୍ମସମର୍ପଣ କରିଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ଘଟଣାସ୍ଥଳକୁ ଯାଇ ତଦନ୍ତ ଚଳାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami