ସମୁଦ୍ରକୂଳରେ ପଡ଼ିଛନ୍ତି ଅସଂଖ୍ୟ ମଲାମାଛ

Above Post Content

ଟୋକିଓ: ଜାପାନର ଉତ୍ତର ପ୍ରାନ୍ତ ଅନ୍ତର୍ଗତ ସମୁଦ୍ର କୂଳରେ କୁଢ କୁଢ ମଲାମାଛ । ସାର୍ଡାଇନ୍ ଓ ମ୍ୟାକ୍‌ରଲ୍ ସମେତ ଅସଂଖ୍ୟ ମଲାମାଛ ସମୁଦ୍ରକୂଳରେ ପଡ଼ିଥିବା ଦେଖି ସରକାରୀ ଅଧିକାରୀମାନେ ଆଚମ୍ବିତ ହୋଇଯାଇଛନ୍ତି । ପରେ ଏତେ ମାଛ ଦେଖି ସ୍ଥାନୀୟ ଲୋକେ ମାଛସବୁ ଗୋଟାଇ ବିକ୍ରି କରିବାକୁ ନେଇଥିଲେ । ହେଲେ ଏହି ମାଛ ନ ଖାଇବାକୁ ସରକାରୀ ଅଧିକାରୀମାନେ ଚେତାବନୀ ଜାରି କରିଥିଲେ । ଗତ ଗୁରୁବାର ସକାଳେ ଜାପାନର ସୁଦୂର ଉତ୍ତରପ୍ରାନ୍ତ ଅନ୍ତର୍ଗତ ହୋକ୍କାଇଡୋ ଦ୍ୱୀପ ଅନ୍ତର୍ଗତ ହାକୋଡାଟେ ସମୁଦ୍ର ତଟର ଅଧମାଇଲ୍ ଅଞ୍ଚଳ ମଲାମାଛରେ ଭର୍ତ୍ତି ହୋଇଯାଇଥିଲା ।

Middle post content

ଜଣାପଡ଼ିନି ପ୍ରକୃତ ରହସ୍ୟ

After 2nd paragraph post ads

ପ୍ରକୃତ ରହସ୍ୟ ଜଣାପଡ଼ି ନ ଥିଲେ ବି ଫୁକୁସିମା ଆଣବିକ ପ୍ଲାଣ୍ଟ୍‌ରୁ ଛଡ଼ାଯାଇ ଥିବା ‘ରେଡିଓଆକ୍ଟିଭ୍‌’ ପାଣି ଯୋଗୁଁ ଏତେ ସଂଖ୍ୟକ ମାଛ ମରିଛନ୍ତି ବୋଲି ଅନୁମାନ କରାଯାଇଛି । ‘ଜାପାନ ଟୁଡେ’ ରିପୋର୍ଟରେ କୁହାଯାଇଛି, ‘ହାକୋଡାଟେ ମତ୍ସ୍ୟ ଗବେଷଣା ପ୍ରତିଷ୍ଠାନ’ର ଗବେଷକ ତାକାସି ଫୁଜିଓକା କହିଛନ୍ତି, ଏଭଳି ଘଟଣା ସଂକ୍ରାନ୍ତରେ ସେ ଆଗରୁ ଶୁଣିଥିଲେ ବି ପ୍ରଥମ କରି ଦେଖୁଛନ୍ତି । ମାଛମୃତ୍ୟୁର ସମ୍ଭାବ୍ୟ କାରଣ ସୂଚାଇ ସେ କହିଛନ୍ତି ଯେ, କୌଣସି ପ୍ରକାଣ୍ଡ ମାଛ ଗୋଡ଼ାଇବାରୁ ଏହି ମାଛ ସବୁ ପହଁରି ପହଁରି କ୍ଳାନ୍ତ ହୋଇଯିବା ପରେ ଢେଉରେ ଉଠିଆସି କୂଳରେ ପଡ଼ି ମରିଛନ୍ତି । ଆଉ ଏକ ସମ୍ଭାବ୍ୟ କାରଣ ହେଉଛି, ଦେଶାନ୍ତର ଯାତ୍ରାରେ ଯାଉଥିବା ବେଳେ ଏହି ମାଛସମୂହ ହଠାତ୍ ଥଣ୍ଡା ପାଣିରେ ପ୍ରବେଶ କରିବାରୁ କୂଳ ଉପରକୁ ଉଠି ଆସି ମରିଛନ୍ତି । କିନ୍ତୁ, ପ୍ରକୃତ କାରଣ କହିବା କଷ୍ଟକର । ତେଣୁ, ସେ ମାଛ ଖାଇବା ଅନୁଚିତ ।ସରକାରୀ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରୀକ୍ଷା କରିବା ଲାଗି କେତୋଟି ମାଛ ଗୋଟାଇ ନେଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami