ବ୍ରହ୍ମପୁର ସହରରେ ପାଣ୍ଡିଆନଙ୍କ ବିଶାଳ ରୋଡ୍ ଶୋ’

Above Post Content

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ବିଜେଡ଼ିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନଙ୍କ ମେଗା ରୋଡ୍ ଶୋ’ । ଏହି ଶୋ’ରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା । ଯୋଡ଼ି ଶଙ୍ଖର ନାଦ ସାଙ୍ଗକୁ ବାଜାବାଣରେ କମ୍ପି ଉଠିଥିଲା ପୁରା ସହର । ଆଉ ଦେଖିବାକୁ ମିଳିଥିଲା ବ୍ରହ୍ମପୁରରେ ବିଜେଡି ପାଇଁ ଭଲପାଇବା ଼ । ବିଜେଡି ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ବ୍ରହ୍ମପୁରରେ ବିଶାଳ ରୋଡ ଶୋରେ ଲୋକଙ୍କ ସମର୍ଥନ ଦେଖିବାକୁ ମିଳିଥିଲା । ଜନସମୁଦ୍ର ପାଲଟିଲା ବ୍ରହ୍ମପୁର ସହର । ରାସ୍ତାସାରା ଭଲପାଇବା ଓ ସମର୍ଥନର ଅଦ୍ଭୁତପୂର୍ବ ଭିଡ଼ ।

ପାଣ୍ଡିଆନଙ୍କ ଉପରକୁ ଫୁଲ ପକାଇ କରିଥିଲେ ସ୍ୱାଗତ

After 2nd paragraph post ads
Middle post content

ସନ୍ଧ୍‌୍ୟାରେ ବରିଷ୍ଠ ବିଜେଡି ନେତା ତଥା ବିଜେଡିର ଷ୍ଟାର କ୍‌୍ୟାମ୍ପେନର କାର୍ତ୍ତିକ ପାଣ୍ଡିଆନ ବ୍ରହ୍ମପୁରର ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ । ବିଶାଳ ରୋଡ ଶୋରେ ଜନତାଙ୍କୁ ଉଦବୋଧନ ଦେଇଥିଲେ । ହଜାର ହଜାର ଲୋକ ପାଣ୍ଡିଆନଙ୍କୁ ପାଛୋଟି ନେବା ସହ ନିଜ ନିଜର ଭଲପାଇବା ଓ ଭରସାକୁ ପ୍ରତିପାଦିତ କରିଥିଲେ । ରାସ୍ତାର ଉଭୟ ପାର୍ଶ୍ୱରେ ଯୁବକ, ଛାତ୍ର, ମହିଳା ଏକାଠି ହୋଇ ପାଣ୍ଡିଆନଙ୍କୁ ଅପେକ୍ଷା କରିଥିଲେ । ପାଣ୍ଡିଆନଙ୍କ ଉପରକୁ ଫୁଲ ପକାଇ ସ୍ୱାଗତ କରିଥିଲେ ତ ଆଉ କିଏ ଯୋଡ଼ି ଶଙ୍ଖ ବଜାଇ ।

ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଥିଲେ ପାଣ୍ଡିଆନ

ବାଜାବାଣ, ନାମସଂକୀର୍ତ୍ତନରେ କମ୍ପିଥିଲା ପୁରା ସହର । ପେପର ସ୍ପ୍ରେ, ଫାୟାର ଲାଇଟ ସାଙ୍ଗକୁ ବାଣ ଫୁଟାଇ ପାଣ୍ଡିଆନଙ୍କୁ ନିଜ ଅଞ୍ଚଳରେ ସ୍ୱାଗତ କରୁଥିଲେ ବ୍ରହ୍ମପୁରବାସୀ । ପାଣ୍ଡିଆନ ମଧ୍ୟ ଲୋକଙ୍କ ସହ ହାତ ମିଳାଇବା ସହ ଫଟୋ ଉଠାଉଥିଲେ । ପ୍ରାୟ ୩ ଘଣ୍ଟା ଧରି ଲୋକଙ୍କ ସହ ଲମ୍ବାରାସ୍ତା ଅତିକ୍ରମ କରିଥିଲେ ପାଣ୍ଡିଆନ । ଛକଛକରେ ଲୋକମାନେ ବିପୁଳ ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା । ରୋଡ ଶୋରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଥିଲେ ପାଣ୍ଡିଆନ । ବିକାଶ ପାଇଁ ବିଜେଡିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁବକ୍ସିପାତ୍ର ଓ ବିଧାୟକ ପ୍ରାର୍ଥୀ ଉମେଶଚନ୍ଦ୍ର ଚ୍‌୍ୟାଉପଟ୍ଟନାୟକଙ୍କୁ ଭୋଟ ଦେବାକୁ ଅପିଲ କରିଥିଲେ । ନବୀନଙ୍କ ହାତମୁଠାକୁ ଟାଣ କରିବାକୁ ସମସ୍ତେ ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଆହ୍ୱାନ ଦେଇଥିଲେ । ରୋଡ ଶୋରେ ବିଜେଡିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଓ ବିଧାୟକ ପ୍ରାର୍ଥୀ ଉମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ସମେତ ବ୍ରହ୍ମପୁର ସଂସଦୀୟ ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜ, ବରିଷ୍ଠ ନେତା ଚନ୍ଦ୍ରଶେଖର ସାହୁ, ମେୟର ସଂଘମିତ୍ରା ଦଳାଇ ଓ ବରିଷ୍ଠ ନେତୃବୃନ୍ଦ ସାମିଲ ହୋଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami