ସର୍ବସାଧାରଣଙ୍କ ପାଇଁ ଖୋଲିଲା ଦୁନିଆର ସବୁଠୁ ବଡ଼ ରୁବିକ୍‌ସ କ୍ୟୁବ୍‌

Above Post Content

ଦୁବାଇ: ଭିନ୍ନ ଭିନ୍ନ ସାମଗ୍ରୀ ବା କୌଶଳକୁ ଭିତ୍ତି କରି ଦିନକୁ ଦିନ ନୂଆ ନୁଆ ବିଶ୍ୱ କୀର୍ତ୍ତିମାନ ସୃଷ୍ଟି କରିଚାଲିଛି । ନିକଟରେ ଦୁବାଇରେ ଏକ ବିରଳ ବିଶ୍ୱ ରେକର୍ଡ ସୃଷ୍ଟି ହୋଇଛି । ଦୁବାଇସ୍ଥିତ ନଲେଜ୍ ପାର୍କରେ ସ୍ଥାପିତ ଏକ ବିଶାଳକାୟ ‘ରୁବିକ୍‌ସ କ୍ୟୁବ୍‌’ ହେଉଛି ଏହି ରେକର୍ଡର ଅଧକାରୀ । ଉକ୍ତ ଉଦ୍ୟାନର ୨୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସେଠାରେ ସ୍ଥାନ ପାଇଥିବା ଏହି ୩୦୦ କିଲୋଗ୍ରାମ୍ ଓଜନର ଘନାକାର ବସ୍ତୁକୁ ବିଶ୍ୱର ବୃହତ୍ତମ ‘ରୁବିକ୍‌ସ କ୍ୟୁବ୍‌’ର ମାନ୍ୟତା ମିଳିଛି । ଏହାର ପ୍ରତ୍ୟେକ ପାର୍ଶ୍ୱର ଦୈର୍ଘ୍ୟ ୩ ମିଟର ଲେଖାଏଁ ହୋଇଥିବା ବେଳେ ଏଥିରେ ୨୧ଟି ଏକମିଟର ଉଚ୍ଚତା ବିଶିଷ୍ଟ ଘନାକାର ଫାଇବର ଗ୍ଲାସ ଖଞ୍ଜାଯାଇଛି । ଦୁବାଇର ଉକ୍ତ ଉଦ୍ୟାନର କେନ୍ଦ୍ରସ୍ଥଳରେ ଏହି ବୃହତ୍ତମ ରୁବିକ୍‌ସ କ୍ୟୁବ୍‌କୁ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି ।

Middle post content

ସୃଜନଶୀଳ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ

After 2nd paragraph post ads

ଉକ୍ତ ନଲେଜ୍ ପାର୍କରେ ଏଭଳି ବିରାଟକାୟ ରୁବିକ୍‌ସ କ୍ୟୁବ୍ ସ୍ଥାପନ କରିବାର ଉଦ୍ଦେଶ୍ୟ ହେଉଛି ସୃଜନଶୀଳ ଚିନ୍ତାଧାରା ଓ ବିଶ୍ଳେଷଣାତ୍ମକ ଦକ୍ଷତାକୁ ପ୍ରୋତ୍ସାହିତ କରିବା ଏବଂ ଜ୍ଞାନ ଆହରଣର ଯାତ୍ରା ଆନନ୍ଦଦାୟକ ହୋଇପାରେ ବୋଲି ଲୋକଙ୍କୁ ମନେ ପକାଇବା । ଉଲ୍ଲେଖଯୋଗ୍ୟ, ୨୦୦୩ରେ ଏହି ଉଦ୍ୟାନ ସ୍ଥାପନ ହେଲା ପରଠାରୁ ଏଠାରେ ସ୍ଥାନୀୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ୭୦୦ରୁ ଅଧିକ ସ୍କୁଲ୍ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠିତ ହୋଇସାରିଛି । ଏଠାରେ ୧୭୦ରୁ ଅଧିକ ଦେଶର ପ୍ରତିଭାମାନେ ଅଧ୍ୟୟନ ଓ ଗବେଷଣା କରୁଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami