ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶାକୁ ମିଳିଛି ଅନେକ ସଫଳତା

Above Post Content

ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ରୋଲ ମଡେଲ । ରାଜ୍ୟରେ ବିପର୍ଯ୍ୟୟ ମୁକାବିଲା ପଦକ୍ଷେପ ନେଇ ସାମ୍ବାଦିକ କରି ସୂଚନା ଦେଇଛି ବିଜେଡି । ଗତ ୫୦ ବର୍ଷରେ ୪୧ ଥର ପ୍ରାକୃତିକ ବିପର୍ଯ୍ୟୟ ହୋଇଛି । ୧୮ ଥର ମରୁଡି ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନଜୀବନ ଓ ସମ୍ପତ୍ତି ରକ୍ଷା ପାଇଁ ଅନେକ ଯୋଜନା କରିଛନ୍ତି । ତାଙ୍କ ନିର୍ଦ୍ଦେଶରେ ଜିରୋ କାଜୁଆଲିଟି ନୀତି ସଫଳ ହୋଇଛି । ସେଥିପାଇଁ ଅନ୍ୟ ରାଜ୍ୟ ଓ ବିଦେଶରେ ମଧ୍ୟ ଓଡ଼ିଶାର ବିପର୍ଯ୍ୟୟ ମୁକାବିଲାକୁ ପ୍ରଶଂସା କରାଯାଇଛି ।

Middle post content

ନିର୍ମାଣ ହୋଇଛି ୧୮ ହଜାର ବାତ୍ୟା ଆଶ୍ରୟସ୍ଥଳୀ 

After 2nd paragraph post ads

ପ୍ରାକୃତିକ ବିପର୍ଯ୍ୟୟ ସୂଚନା ଦେଇ ଆସେନାହିିଁ । ହେଲେ ପ୍ରାରମ୍ଭିକ ସତର୍କତା ସୂଚନା ପାଇଁ ବାଲେଶ୍ୱର, ଗଞ୍ଜାମ, ପୁରୀରେ ୧୬୦ଟି ଟାୱାର ବ୍ୟବସ୍ଥା କରାଯାଇଛି । ୪ଟି ସ୍ଥାନରେ ସ୍ଥାପନ ହୋଇଛି ଡପଲର ରାଡାର ।ସେହିପରି କୋଭିଡକୁ ସଫଳ ଭାବେ ମୁକାବିଲା କରିଥିଲେ ରାଜ୍ୟ ସରକାର । ଯାହା ମୃତ୍ୟୁ ହୋଇଥିଲା, କ୍ଷତିପୂରଣକୁ ବୈଷୟିକ ପଦ୍ଧତିରେ ଦିଆଯାଇଥିଲା । ବଜ୍ରପାତରେ ଅନେକ ପ୍ରାଣ ହରାଉଛନ୍ତି । ରାଜ୍ୟ ସରକାର ନିଜ ଆଡୁ ୮ଟି କ୍ଷେତ୍ରରେ ସହାୟତା ଦେଉଛନ୍ତି । ଆହୁରି ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଫଣ୍ଡ କରାଯାଇଛି । ସଫଳ ଭାବେ ବିପର୍ଯ୍ୟୟ ମୁକାବିଲା ପାଇଁ ଓଡିଶାକୁ ପୁରସ୍କୃତ କରାଯାଇଛି । ୪୦ ହଜାର ୭୦୦ ସ୍ୱେଚ୍ଛାସେବୀ ପ୍ରଶିକ୍ଷଣ ନେଇଥିବା ବେଳେ ୧୮ ହଜାର ବାତ୍ୟା ଆଶ୍ରୟସ୍ଥଳୀ ଅଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେଡି ଜାତୀୟ ମୁଖପାତ୍ର ଡକ୍ଟର ସଂତୃପ୍ତ ମିଶ୍ର ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami