ଜନଜାତିଙ୍କ ବିକାଶ କରୁଛି ‘ମୋ ଜଙ୍ଗଲ ଜମି’

Above Post Content

ଭୁବନେଶ୍ୱର :ଜଙ୍ଗଲରେ ବାସ କରୁଥିବା ସମ୍ପ୍ରଦାୟଙ୍କ ଅଧିକାର ଏବଂ ଜୀବିକାକୁ ସୁନିଶ୍ଚିତ କରୁଥିବା ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲ ନିବାସୀ ଅଧିନିୟମ ୨୦୦୬ କିମ୍ବା ଜଙ୍ଗଲ ଅଧିକାର ଆଇନ ଏକ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିଛି । ଏଫ୍‌ଆରଏର୍ ଅଗ୍ରଗତି ଏବଂ ବ୍ୟାବହାରିକ ପ୍ରଣାଳୀକୁ ଆଗେଇ ନେବା ପାଇଁ ‘ମୋ ଜଙ୍ଗଲ ଜମି’ ଯୋଜନା ଘୋଷଣା କରି ଓଡ଼ିଶା ଆଜି ଭାରତର ଏକ ଅଗ୍ରଣୀ ରାଜ୍ୟ ହୋଇପାରିଛି । ‘ମୋ ଜଙ୍ଗଲ ଜମି ଯୋଜନା’ ରେ ମିଶନ୍ ଜୀବିକା ଯୋଜନାରେ ବ୍ୟବସାୟ ଆରମ୍ଭ କରି ଉପକୃତ ହେଉଛନ୍ତି ଲୋକେ । ଏହି ଯୋଜନାରେ ବର୍ଷକୁ ଲକ୍ଷ ଲକ୍ଷ ରୋଜଗାର ମିଳୁଛି ।

ମୋ ଜଙ୍ଗଲ ଜମି ଯୋଜନା ପାଇଁ ଉପକୃତ ଜନଜାତି

After 2nd paragraph post ads
Middle post content

ପୂର୍ବରୁ କୌଣସି ଜମି ନ ଥିବା ଲୋକେ ଜଙ୍ଗଲ ଅଧିକାର ଆଇନରେ ପାଇଛନ୍ତି ଜମି । ସେହି ଜମି ତାଙ୍କୁ ପରିଚୟ ପ୍ରଦାନ କରିବା ସହ ତାଙ୍କ ଭିତରେ ସୁରକ୍ଷା ଏବଂ ସଶକ୍ତୀକରଣର ଭାବନା ଆଣିଦେଇଛି ବୋଲି ମତ ପ୍ରକାଶ ପାଇଛି । ଜନଜାତି ଡଙ୍ଗରିଆ କନ୍ଧ ସମ୍ପ୍ରଦାୟ ମଧ୍ୟ ଜଙ୍ଗଲ ଅଧିକାର ଆଇନରୁ ଜମି ପାଇ କୃଷି କ୍ଷେତ୍ରରେ ସଫଳ ହୋଇପାରିଛନ୍ତି । ଏହି ସଂପ୍ରଦାୟ ପ୍ରଥମେ ଜଙ୍ଗଲ ଜମିରେ ପାରମ୍ପରିକ ଭାବେ ମାଣ୍ଡିଆ ଏବଂ ଡାଲି ଚାଷ କରୁଥିଲେ । ବ୍ୟକ୍ତିଗତ ପରିଚୟ ପାଇବା ପରେ ମିଳିଥିବା ଜଙ୍ଗଲ ଜମିରେ ଆଇଟିଡିଏ ଏବଂ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ସହାୟତାରେ ବିଭିନ୍ନ ମସଲା, କଦଳୀ, ଅଦା, ଧନିଆ ପତ୍ର, ଆମ୍ବ ଏବଂ କାଜୁ ଚାଷ ଆରମ୍ଭ କରିଥିଲେ । ଜଙ୍ଗଲ ଅଧିକାର ଆଇନ ମାଧ୍ୟମରେ ଜମିରୁ ଆର୍ôଥକ ଲାଭ ପାଇବା ଉପକୃତ ହୋଇଛନ୍ତି ଏହି ସଂପ୍ରଦାୟ । ଏହିଭଳି ଜଙ୍ଗଲ ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବା ଜନଜାତି ସମୁଦାୟଙ୍କୁ ଜଙ୍ଗଲ ଅଧିକାର ଆଇନ ଏକ ବିସ୍ତୃତ ତଥା ସଶକ୍ତୀକରଣ ଢାଞ୍ଚା ପ୍ରଦାନ କରି ସେମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାରେ ସହାୟକ ହୋଇପାରିଛି ।

ଜଙ୍ଗଲ ଭିତ୍ତିକ ଜୀବିକାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ

‘ମୋ ଜଙ୍ଗଲ ଜମି’ ଯୋଜନା ପରିବେଶ ସଂରକ୍ଷଣ ସହ ବ୍ୟକ୍ତିଗତ ତଥା ସାମୂହିକ କାର୍ଯ୍ୟ ମାଧ୍ୟମରେ ଜଙ୍ଗଲ ଭିତ୍ତିକ ଜୀବିକାକୁ ପ୍ରୋତ୍ସାହିତ କରିବା ପ୍ରୟାସକୁ ପରିପୂର୍ଣ୍ଣ କରିବାକୁ ଲକ୍ଷ୍ୟରେ ରଖିଛି । ‘ମୋ ଜଙ୍ଗଲ ଜମି’ ଯୋଜନା ଜନଜାତି ସମୁହଙ୍କ ମଧ୍ୟରେ ନୂତନ ଉତ୍ସାହ ଭର୍ତ୍ତି କରିବା ସହ ରାଜ୍ୟକୁ ଆଗକୁ ବଢ଼ିବାକୁ ଚେଷ୍ଟା କରିଛି । ଏହି ପଦକ୍ଷେପ ପାଇଁ ୪,୫୮, ୭୭୫ରୁ ଅଧିକ ପରିବାର ଉପକୃତ ହୋଇଛନ୍ତି । ୪,୩୩୦ଟି ଗ୍ରାମସଭା ଗୋଷ୍ଠୀ ଜଙ୍ଗଲ ଅଧିକାର ଏବଂ ୩,୪୮୦ଟି ଗ୍ରାମ ସଭା ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ପାଇ ସାରିଛନ୍ତି । ଏହି ସଫଳତା ବ୍ୟତୀତ, ଏଫ୍‌ଆରଏ ଅଧୀନରେ ୩ ଲକ୍ଷରୁ ଅଧିକ ହିତାଧିକାରୀ ସେମାନଙ୍କ ଜୀବିକା ତଥା ଆର୍ôଥକ ଉନ୍ନତି ପାଇଁ ବିଭିନ୍ନ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଏକ ସମ୍ମାନଜନକ ଜୀବନ ନିର୍ବାହ କରିବାକୁ ସମର୍ଥ ହୋଇପାରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami