ବଡ଼ଚଣାରେ ଶର୍ମିଷ୍ଠା, ବର୍ଷା ଏକାଠି କଲେ ପ୍ରଚାର

Above Post Content

ବଡ଼ଚଣା : ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡ଼ି ବିଧାୟିକା ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ଏକାଠି ପ୍ରଚାର କରିଛନ୍ତି । ଉଭୟଙ୍କୁ ବଡ଼ଚଣା ବିଜେଡି ପକ୍ଷରୁ ଛତିଆ ନିକଟ ନେଳିଆଛକଠାରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସେଠାରୁ ଏକ ବିଶାଳ ବାଇକ୍ ରାଲିରେ କର୍ମୀମାନେ ଉଭୟଙ୍କୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବର୍ଷାଙ୍କୁ ବିଜୟୀ କରିବା ପାଇଁ ଯେଉଁ ନିବେଦନ ରଖିଥିଲେ ତାହାକୁ ପାଳନ କରି ସମସ୍ତେ ଏକତ୍ରିତ ହୋଇଥିଲେ । ଏପରି କି ଛତିଆ, ବଡ଼ଚଣା, କଡ଼େଇ, ବନ୍ଦାଳୋ ଓ ଚଣ୍ଡିଖୋଲଠାରେ ବହୁ କର୍ମୀ ଉପସ୍ଥିତ ରହି ସେମାନଙ୍କୁ ସ୍ୱାଗତ କରିଥିଲେ । ଶୋଭାଯାତ୍ରାରେ ଅଧିକାଂଶ ପୁରୁଷ ରହିଥିବାବେଳେ ବିଭିନ୍ନ ସ୍ଥାନରେ ମହିଳାମାନେ ରହି ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ।

Middle post content

ବଡ଼ଚଣାବାସୀଙ୍କ ସେବାରେ ସାରା ଜୀବନ ଲଗାଇଦେବେ ବର୍ଷା

After 2nd paragraph post ads

ବଡ଼ଚଣାବାସୀ ତାଙ୍କ ପ୍ରତି ଆସ୍ଥା ପ୍ରକଟ କରି ଯେଉଁଭଳି ଭାବେ ସ୍ୱାଗତ ଜଣାଇଛନ୍ତି ତାହା ଦେଖି ସେ ଭାବବିହ୍ୱଳ ହୋଇପଡ଼ିଥିଲେ । ଆଉ କହିଥିଲେ ଯେ, ଏହାକୁ ସେ କେବେ ଭୁଲିପାରିବେ ନାହିଁ । ନିର୍ବାଚନମଣ୍ଡଳୀର ସମସ୍ତ ଭୋଟରଙ୍କୁ ସାକ୍ଷାତ କରିବା ସହ ନବୀନ ପଟ୍ଟନାୟକ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବେ । ବଡ଼ଚଣାବାସୀଙ୍କ ସେବାରେ ସାରା ଜୀବନ ଲଗାଇଦେବେ ବୋଲି କହିଥିଲେ । ସାଂସଦ ପ୍ରାର୍ଥୀ ସେଠୀ ବଡ଼ଚଣାବାସୀଙ୍କୁ କୃତଜ୍ଞତା ଜଣାଇବା ସହ ୨୦୧୯ରୁ ୨୦୨୪ରେ ଆହୁରି ଅଧିକ ଭୋଟ ଦେଇ ଜିତାଇବା ସହ ନବୀନ ପଟ୍ଟନାୟକ ହାତମୁଠାକୁ ଟାଣ କରିବାକୁ କହିଥିଲେ । ବାଇକ୍ ରାଲି ପୂର୍ବରୁ ଉଭୟ ପ୍ରାର୍ଥୀ ଛତିଆ ବଟ ଓ ମହାବିନାୟକ ମନ୍ଦିର ପରିଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ । ବଡ଼ଚଣା, ବୈରୀ ଓ ବାଲିଚନ୍ଦ୍ରପୁର ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami