ଇଡ଼ି ହେପାଜତରେ ବିଗିଡ଼ିଲା କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା

Above Post Content

ନୂଆଦିଲ୍ଲୀ: ଇଡ଼ି ହେପାଜତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି । ତାଙ୍କର ରକ୍ତ ଶର୍କରାସ୍ତର ସ୍ଥିର ରହୁ ନ ଥିବା କୁହାଯାଉଛି । କେଜ୍ରିୱାଲଙ୍କ ରକ୍ତ ଶର୍କରାସ୍ତର ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି । ରକ୍ତ ଶର୍କରାସ୍ତର କମିବାରେ ଲାଗିଛି । ଏହା ଯୋଗୁ ସ୍ଥିତି ସଙ୍କଟ ଜନକ ହେବାର ଆଶଙ୍କା ରହିଛି । ରକ୍ତ ଶର୍କରାସ୍ତର ଏତେ କମ୍ ରହିବା ସ୍ୱାସ୍ଥ୍ୟ ପାଇଁ ଠିକ୍ ନୁହେଁ ବୋଲି ଡାକ୍ତର କହିଛନ୍ତି ।

Middle post content

ମୁଁ ଜେଲରେ, ମୋ ଆତ୍ମା ଲୋକଙ୍କ ପାଖରେ

After 2nd paragraph post ads

ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ ସୁନୀତା କେଜ୍ରିୱାଲ ଇଡ଼ି ହେପାଜତରେ ଥିବା କେଜ୍ରିୱାଲଙ୍କ ଚିଠି ପଢ଼ିଥିଲେ । ସେ କହିଥିଲେ କେଜ୍ରିୱାଲ ଲେଖିଛନ୍ତି ମୋ ଶରୀର ଜେଲ୍ ରେ ଅଛି କିନ୍ତୁ ଆତ୍ମା ଦିଲ୍ଲୀର ଜନସାଧାରଣଙ୍କ ପାଖରେ ରହିଛି । ଆଖି ବନ୍ଦ କଲେ ମୁଁ ଆଖପାଖରେ ମୋ ପ୍ରିୟ ରାଜ୍ୟବାସୀଙ୍କ ଉପସ୍ଥିତି ଅନୁଭବ କରୁଛି ।ଏହା ସହିତ ସୁନୀତା ତାଙ୍କ ସ୍ୱାମୀଙ୍କ ଦୀର୍ଘ ଆୟୁ, ସୁସ୍ୱାସ୍ଥ୍ୟ ଏବଂ ସଫଳତା ପାଇଁ କାମନା କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । କେଜ୍ରିୱାଲ ଜଣେ ସଚୋଟ୍ଟ ଦେଶଭକ୍ତ ବୋଲି ସୁନୀତା କହିଛନ୍ତି । ତାଙ୍କ ପ୍ରତି କରାଯାଇଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ଅନ୍ୟାୟ ଏବଂ ଗଣତନ୍ତ୍ରର ବିରୋଧ ବୋଲି ସୁନୀତା କହିଛନ୍ତି । ସୂଚନାଯୋଗ୍ୟ,ଦିଲ୍ଲୀ ମଦ ସ୍କାମ୍ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଇଡ଼ି ପକ୍ଷରୁ ଗିରଫ କରାଯାଇଛି । ତାଙ୍କୁ ଅଧିକ ପଚରା ଉଚରା ପାଇଁ ଇଡ଼ି ପକ୍ଷରୁ ନ୍ୟାୟିକ ହେପାଜତରେ ରଖାଯାଇଛି । ଏହା ସହିତ ଅନ୍ୟ ବିରୋଧୀ ରାଜନୈତିକ ଦଳଗୁଡ଼ିକ ମଧ୍ୟ ଏଭଳି କାର୍ଯ୍ୟକୁ ଅଗଣତାନ୍ତ୍ରିକ ବୋଲି କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami