ହେଲିକପ୍ଟରକୁ ଚଢ଼ିବା ବେଳେ ପଡ଼ିଯାଇ ଆହତ ହେଲେ ଦିଦି

Above Post Content

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦୁର୍ଘଟଣା ପିଛା ଛାଡ଼ୁନି । ନିର୍ବାଚନ ପ୍ରଚାର ବେଳେ ଆହତ ହୋଇଛନ୍ତି ଦିଦି । ଶନିବାର ହେଲିକପ୍ଟରରେ ଚଢ଼ିବା ବେଳେ ଝୁଣ୍ଟି ପଡ଼ି ଆହତ ହୋଇଛନ୍ତି । ପଶ୍ଚିମ ବର୍ଦ୍ଧମାନର ଦୁର୍ଗାପୁରରେ ଏହି ଦୁର୍ଘଟଣା ଘଟିଛି । ମମତା ପ୍ରଚାର କରିବାକୁ ଯାଇଥିବା ବେଳେ ଏହି ଦୁର୍ଘଟଣାର ଶୀକାର ହୋଇଛନ୍ତି ।

Middle post content

ପୂର୍ବରୁ ବି ଆହତ ହୋଇଥିଲେ ଦିଦି

After 2nd paragraph post ads

ଏହି ଘଟଣାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ମମତା ତାଙ୍କ କାରରୁ ଓହ୍ଲାଇ ହେଲିକପ୍ଟରରେ ଚଢୁଛନ୍ତି । ଏହି ସମୟରେ ହେଲିକପ୍ଟରର ଫାଟକ ନିକଟରେ ହଠାତ୍ ସେ ଝୁଣ୍ଟି ତଳେ ପଡ଼ିଯାଇଥିଲେ । ମମତାଙ୍କ ସୁରକ୍ଷା କର୍ମୀମାନେ ତାଙ୍କୁ ଉଠାଇଥିଲେ । ତେବେ ସେ ସାମାନ୍ୟ ଆହତ ହୋଇଥିବା କୁହାଯାଇଛି । ଏହି ଘଟଣା ସତ୍ତେ୍‌୍ୱ ମମତା ନିର୍ବାଚନ ଯାତ୍ରା ଜାରି ରଖିଥିଲେ । ଦୁର୍ଗାପୁର ପରେ ସେ ଆସାନସୋଲକୁ ଯାଇଥିଲେ । ଏହା ପୂର୍ବରୁ ମମତା ବାନାର୍ଜୀ ମାର୍ଚ୍ଚ ୧୪ରେ କୋଲକାତାର କାଳିଘାଟ ସ୍ଥିତ ତାଙ୍କ ଘରେ ପଡ଼ିଯାଇଥିଲେ । ତାଙ୍କ କପାଳରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ଏସଏସକେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ କପାଳ ଓ ନାକରେ ୪ଟି ଷ୍ଟିଚ୍ ପଡ଼ିଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami