କେଜ୍ରିୱାଲଙ୍କ ଜାମିନ ଆବେଦନର ହେବ ଶୁଣାଣି

Above Post Content

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ରିମାଣ୍ଡ ଗତ ବୁଧବାର ଶେଷ ହେଉଛି । ଗୁରୁବାର ତାଙ୍କୁ କୋର୍ଟରେ ହାଜର କରାଯିବ । କେଜ୍ରିୱାଲ ଜାମିନ ପାଇବେ ନା ତାଙ୍କୁ ପୁଣି ଇଡ଼ି ହେପାଜତକୁ ପଠାଯିବ ତାହା କୋର୍ଟରେ ନିଷ୍ପତ୍ତି ହେବ । ମଦ ଦୁର୍ନୀତି ମାମଲା ତଥା ମନି ଲଣ୍ଡରିଂ ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ ଟିମ୍ ମାର୍ଚ୍ଚ ୨୧ ତାରିଖ ରାତିରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା । ଏହା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା ।

Middle post content

ରାଉସ୍ ଆଭେନ୍ୟୁ କୋର୍ଟରେ ହେବେ ହାଜର

After 2nd paragraph post ads

ଇଡ଼ି କେଜ୍ରିୱାଲଙ୍କ ପାଇଁ ୧୦ ଦିନର ରିମାଣ୍ଡ ମାଗିଥିଲେ । ତେବେ କେଜ୍ରିୱାଲଙ୍କୁ ୭ ଦିନ ରିମାଣ୍ଡରେ ପଠାଇବାକୁ ଟ୍ରାଏଲ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ସିଏମ କେଜ୍ରିୱାଲଙ୍କୁ ଇଡ଼ି ହେପାଜତକୁ ପଠାଇବାକୁ ଟ୍ରାଏଲ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଯାହାର ଅବଧି ଗୁରୁବାର ଶେଷ ହେଉଛି । ଏହା ପରେ କେଜ୍ରିୱାଲଙ୍କୁ ଅପରାହ୍ନ ୨ ଟାରେ ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର କରାଯିବ । କୋର୍ଟରେ କେଜ୍ରିୱାଲଙ୍କ ଜାମିନ ଆବେଦନର ଶୁଣାଣି କରାଯିବ । ତାଙ୍କୁ ରିମାଣ୍ଡରେ ପଠାଇବାକୁ ଇଡି ପୁଣି ଥରେ ଦାବି କରିପାରେ ବୋଲି କୁହାଯାଉଛି । ସୂଚନାଯୋଗ୍ୟ, କେଜ୍ରିୱାଲଙ୍କ ଗିରଫଦାରୀ ନେଇ ଆମ୍ ଆଦମୀ ପାର୍ଟି (ଏଏପି) ପକ୍ଷରୁ ଦିଲ୍ଲୀ ସମେତ ଦେଶବ୍ୟାପୀ ପ୍ରଦର୍ଶନ ଜାରି ରହିଛି । ଏହା ସହିତ ଅନ୍ୟ ବିରୋଧୀ ଦଳ ମଧ୍ୟ କ୍ରେଜିୱାଲଙ୍କ ଗିରଫଦାରୀଙ୍କୁ ନିନ୍ଦା କରୁଛନ୍ତି । ବିଦେଶରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ହେଉଛି । ଜର୍ମାନୀ ଏବଂ ଆମେରିକା ପକ୍ଷରୁ ଏନେଇ ଭାରତ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ମଧ୍ୟ ପ୍ରଦାନ କରାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami