ଅର୍ଥମନ୍ତ୍ରୀଙ୍କ ପାଖରେ ଅର୍ଥ ନାହିଁ, ଲଢିବେନି ନିର୍ବାଚନ

Above Post Content

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀଙ୍କ ପାଖରେ ଅର୍ଥ ନାହିଁ । ଅର୍ଥାତ୍ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପାଖରେ ଅର୍ଥ ନାହିଁ । ତେଣୁ ସେ ଏଥର ନିର୍ବାଚନ ଲଢିବେ ନାହିଁ । ଏକଥା ଆମେ ନୁହେଁ ଖୋଦ୍ ଅର୍ଥମନ୍ତ୍ରୀ ଗଣମାଧ୍ୟମରେ କହିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳାଙ୍କ ପାଖରେ ନିର୍ବାଚନ ଲଢିବାକୁ ଟଙ୍କା ନାହିଁ । ତେଣୁ ସେ ନିର୍ବାଚନ ଳଢ଼ିବାକୁ ଚାହୁନାହାନ୍ତି ବୋଲି ଜାତୀୟ ଗଣମାଧ୍ୟମର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏପରି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀଙ୍କ ଏପରି ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି ।

Middle post content

ମୋର ବେତନ ହିଁ ମୋର ଆୟ

After 2nd paragraph post ads

ସେ ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ର ଭାରତର ଅର୍ଥମନ୍ତ୍ରୀ । କିନ୍ତୁ ନିର୍ବାଚନ ଲଢିବା ଲାଗି ଯେତିକି ଟଙ୍କା ଦରକାର ତାହା ତାଙ୍କ ପାଖରେ ନାହିଁ । ଏକଥା ଖୋଦ ଅର୍ଥମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି, ନିର୍ବାଚନ ଲଢିବାକୁ ତାଙ୍କୁ ଯେଉଁ ପ୍ରସ୍ତାବ ଦିଆଯାଇଥିଲା ତାହାକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି । କାରଣ ଲୋକ ସଭା ନିର୍ବାଚନ ଲଢିବା ଲାଗି ଯେତିକି ପାଣ୍ଠି ଦରକାର ତାହା ତାଙ୍କ ପାଖରେ ନାହିଁ । ତାଙ୍କୁ ଆନ୍ଧ୍ରପ୍ରଦେଶ କିମ୍ବା ତାମିଲନାଡୁରୁ ଲଢିବା ଲାଗି ଭାଜପା ସଭାପତି ଜେ.ପି ନଡ୍ଡା ପ୍ରସ୍ତାବ ଦେଇଥିଲେ । ପ୍ରାୟ ୧୦ ଦିନ ପର୍ଯ୍ୟନ୍ତ ସେ ଏ ବିଷୟରେ ଭାବିବା ପରେ ପଛକୁ ହଟିଯାଇଥିଲେ ବୋଲି ନିର୍ମଳା କହିଛନ୍ତି । ଦେଶର ଅର୍ଥମନ୍ତ୍ରୀଙ୍କ ପାଖରେ ନିର୍ବାଚନ ଲଢିବାକୁ ଟଙ୍କା ନାହିଁ କି ବୋଲି ପ୍ରଶ୍ନ ହେବାରୁ ନିର୍ମଳା କହିଛନ୍ତି, ଭାରତ ସରକାରଙ୍କ ପାଣ୍ଠି ତାଙ୍କର ନୁହେଁ । ତାଙ୍କର ବେତନ ହିଁ ତାଙ୍କର ଆୟ । ତାଙ୍କର ସଞ୍ଚୟ ହେଉଛି ତାଙ୍କର ଟଙ୍କା । କର୍ନାଟକ ରାଜ୍ୟ ସଭା ଏମପି ନିର୍ମଳା ଆହୁରି କହିଛନ୍ତି, ନିର୍ବାଚନ ନ ଲଢିଲେ ମଧ୍ୟ ନିର୍ବାଚନ ପ୍ରଚାର ଓ ଗଣମାଧ୍ୟମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami