୫୦୦ ଟଙ୍କା ନୋଟ୍ ଗଦା ଉପରେ ଶୋଇଲେ ରାଜନେତା, ଫଟୋ ଭାଇରାଲ

Above Post Content

ଗୁଆହାଟୀ: ୫୦୦ ଟଙ୍କିଆ ନୋଟ୍ ଗଦା ଉପରେ ଶୋଇଲେ ରାଜନେତା । ଲୋକସଭା ନିର୍ବାଚନ ପୂର୍ବରୁ ଆସାମରେ ୟୁନାଇଟେଡ୍ ପିପୁଲ୍ସ ପାର୍ଟି ଲିବରାଲ୍ (ୟୁପିପିଏଲ୍‌) ନେତାଙ୍କ ନୋଟରେ ଶୋଇଥିବାର ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ସେ ୫୦୦ ଟଙ୍କିଆ ନୋଟ୍ ଉପରେ ଶୋଇଥିବାର ଦେଖିବାକୁ ମିଳିଛି । ନୋଟ୍ ଉପରେ ଶୋଇଥିବା ରାଜନେତା ଜଣଙ୍କ ହେଉଛନ୍ତିି ବେଞ୍ଜାମିନ୍ ବାସୁମତାରି । ସେ ୟୁପିପିଏଲ୍‌ର ଗ୍ରାମ ପରିଷଦ ବିକାଶ କମିଟିର ସଦସ୍ୟ ରହି ସାରିଛନ୍ତି ।

ବିଜେପିକୁ ଘେରିଲେ ବିରୋଧୀ

After 2nd paragraph post ads
Middle post content

ଆସାମରେ ବିଜେପି ସହିତ ୟୁପିପିଏଲ୍‌ର ଏକ ମେଣ୍ଟ କରିଛି । ଏଭଳି ପରିସ୍ଥିତିରେ ବିରୋଧୀ ଦଳମାନେ ଏହି ଫଟୋ ସାହାଯ୍ୟରେ ବିଜେପିକୁ ଟାର୍ଗେଟ କରିବାର ସୁଯୋଗ ପାଇଛନ୍ତି । ବିରୋଧୀ ବିଜେପିକୁ ଘେରିବା ଆରମ୍ଭ କରିଛନ୍ତି । ଫଟୋ ସମ୍ପର୍କରେ ୟୁପିପିଏଲ୍ ସଭାପତି ପ୍ରମୋଦ ବୋରୋ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ବେଞ୍ଜାମିନ୍ ବାସୁମାତାରି ଆଉ ତାଙ୍କ ଦଳର ସଦସ୍ୟ ନୁହଁନ୍ତି । ଚଳିତ ବର୍ଷ ଜାନୁଆରୀ ୧୦ ରେ ଅନ୍ୟ ଏକ ମାମଲାରେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଏହି କାରଣରୁ ତାଙ୍କୁ ଦଳର ସଦସ୍ୟତାରୁ ନିଲମ୍ବିତ କରାଯାଇଥିଲା । ତାଙ୍କ ପୋଷ୍ଟରେ ସେ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆ ୟୁଜରଙ୍କୁ ଅନୁରୋଧ କରିଛନ୍ତି ଯେ ୟୁପିପିଏଲ୍କୁ କେହି ବେଞ୍ଜାମିନ୍‌ଙ୍କ ସହିତ ଯୋଡ଼ନ୍ତୁ ନାହିଁ । ବୋରୋ କହିଛନ୍ତି ଯେ ବେଞ୍ଜାମିନ୍‌ଙ୍କ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବରେ ତାଙ୍କର ଦାୟିତ୍ୱ ଏବଂ ତାଙ୍କର କୌଣସି ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଦଳ ଉତ୍ତରଦାୟୀ ନୁହେଁ ।

୫ ବର୍ଷ ତଳର ପୁରୁଣା ଫଟୋ ଏବେ ହୋଇଛି ଭାଇରାଲ

ଏହି ପରିପ୍ରେକ୍ଷୀରେ ଏହା ମଧ୍ୟ ଦାବି କରାଯାଉଛି ଯେ ଏହି ଫଟୋ ପୁରୁଣା ଏବଂ ଏହା ରାଜନୈତିକ ଲାଭ ପାଇଁ ନିର୍ବାଚନ ସମୟରେ ଜାଣିଶୁଣି ଭାଇରାଲ କରାଯାଇଛି । ଏହି ଫଟୋ ବିଷୟରେ ବେଞ୍ଜାମିନ୍ କହିଛନ୍ତି ଯେ ଏହି ଫଟୋ ପ୍ରାୟ ୫ ବର୍ଷ ପୁରୁଣା । ଏହି ଫଟୋ କିଏ ଭାଇରାଲ କରିଛି ସେ ଜାଣି ନାହାନ୍ତି । ପୂର୍ବରୁ ତାଙ୍କ ସାଙ୍ଗମାନେ ଏହି ଫଟୋ ସହିତ ତାଙ୍କୁ ବ୍ଲାକମେଲ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବର୍ତ୍ତମାନ ସେ ଜାଣି ନାହାନ୍ତି କିଏ ଏହା କରୁଛନ୍ତି । ୫ବର୍ଷ ପୂର୍ବେ ସେ ଜଣେ ବନ୍ଧୁଙ୍କ ଘରେ ଏକ ପାର୍ଟିକୁ ଯାଇଥିଲେ ଯେଉଁଠାରେ ସେ ଏହି ଫଟୋ ଉଠାଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami