ଯାଜପୁରର ଚର୍ଚ୍ଚିତ ୟୁଟ୍ୟୁବର ଦମ୍ପତିଙ୍କ ଆତ୍ମସମର୍ପଣ

Above Post Content

ଯାଜପୁର: ଚର୍ଚ୍ଚିତ ୟୁଟ୍ୟୁବର ମୋନାଲିସା ଭଦ୍ରଙ୍କ ଘର ଉପରେ ବନ ବିଭାଗର ଚଢ଼ାଉ ଘଟଣା । ଆତ୍ମସମର୍ପଣ କଲେ ଯାଜପୁରର ଚର୍ଚ୍ଚିତ ୟୁଟ୍ୟୁବର ମୋନାଲିସା ଭଦ୍ର । ଯାଜପୁର ରୋଡ୍ ବନ ବିଭାଗ କାର‌୍ୟ୍ୟାଳୟକୁ ଆସି ଉଭୟ ମୋନାଲିସା ଓ ତାଙ୍କ ସ୍ୱାମୀ ବଦ୍ରି ନାରାୟଣ ଭଦ୍ର ଆତ୍ମସମର୍ପଣ କରିଛନ୍ତି । ମୋନାଲିସା ବେଆଇନ ଭାବେ ବନ୍ୟଜନ୍ତୁଙ୍କୁ ରଖି ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ଅଭିଯୋଗ ହୋଇଥିଲା । ସେ ନିଜ ଘରେ ମାଙ୍କଡ ରଖିବା ସହ ସାମାଜିକ ଗଣମାଧ୍ୟମରେ ବନ୍ୟଜନ୍ତୁଙ୍କ ଭିଡିଓ ଓ ଫଟୋ ପୋଷ୍ଟ କରୁଥିଲେ ।

Middle post content

ବନ ବିଭାଗ କରିଥିଲା ତାଗିଦ୍‌

After 2nd paragraph post ads

ଏନେଇ ବନ ବିଭାଗ ତାଙ୍କୁ ବାରମ୍ବାର ତାଗିଦ କରିଥିଲା । ଏପରି କରିବେ ନାହିଁ ବୋଲି ବନ ବିଭାଗକୁ ଲିଖିତ ଭାବେ ଜଣାଇବା ପରେ ମଧ୍ୟ ବାରମ୍ବାର ନିୟମ ଉଲ୍ଲଘଂନ କରିଥିଲେ । ଏପରିକି ମାଙ୍କଡ ନେଇ ରାଜ୍ୟ ବାହାରକୁ ମଧ୍ୟ ଯାଇଥିଲେ । ଏନେଇ ଅଭିଯୋଗ ପରେ ବନବିଭାଗ ଗତ ୨୪ ତାରିଖରେ ଚଢ଼ାଉ କରିଥିଲା । ଏହି ସମୟରେ ଦମ୍ପତି ଫେରାର ଥିଲେ । ଚଢ଼ାଉ ସମୟରେ ଏକ ମାଙ୍କଡ଼କୁ ଉଦ୍ଧାର କରିଥିଲା ବନ ବିଭାଗ ।ସେମାନଙ୍କ ବିରୋଧରେ ବନ ବିଭାଗ ତରଫରୁ ଏକ ମାମଲା ରୁଜୁ କରାଯାଇ ମୋନାଲିସା ଓ ତାଙ୍କ ସ୍ୱାମୀଙ୍କୁ ଗିରଫ କରିବା ପାଇଁ ଦୁଇଟି ଟିମ୍ ଗଠନ କରାଯାଇଥିଲା । ଆଜି ଉଭୟ ଆତ୍ମସମର୍ପଣ କରିଥିବାବେଳେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯାଜପୁର ରୋଡ୍ ବନାଞ୍ଚଳ ଅଧିକାରୀ ଜ୍ୟୋତିରଞ୍ଜନ ମହାପାତ୍ର କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami