ସାଉଥ୍‌ରେ ଡ଼େବ୍ୟୁ କରିବେ କରୀନା

Above Post Content

ମୁମ୍ୱାଇ: ବଲିଉଡ଼ ପରେ ଏବେ ସାଉଥ୍‌ରେ ଧମାଲ ମଚାଇବେ ବଲିଉଡ଼ ଅଭିନେତ୍ରୀ କରୀନା କପୁର । ସେ ଖୁବ୍‌ଶୀଘ୍ର ସାଉଥ ଇଣ୍ଡଷ୍ଟ୍ରିରେ ଡ଼େବ୍ୟୁ କରିବାକୁ ଯାଉଛନ୍ତି । କନ୍ନଡ଼ ଫିଲ୍ମ ‘ଟକ୍ସିକ୍‌’ରେ ନଜର ଆସିବେ । ଏଥିରେ ସେ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମର ସୁଟିଂ କିଛି ସପ୍ତାହ ମଧ୍ୟରେ ଆରମ୍ଭ ହେବ ବୋଲି ଜଣାଯାଇଛି ।

କନ୍ନଡ଼ ଫିଲ୍ମ ‘ଟକ୍ସିକ୍‌’ରେ ନଜର ଆସିବେ

After 2nd paragraph post ads
Middle post content

‘କେଜିଏଫ୍ ଚାପ୍ଟର-୧’ ଓ ‘କେଜିଏଫ୍ ଚାପ୍ଟର-୨’ ଭଳି ଫିଲ୍ମ ଜରିଆରେ ମନୋରଞ୍ଜନ ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତା ୟଶ୍ । ଆଗକୁ ସେ ତାଙ୍କର ବହୁପ୍ରତିକ୍ଷୀତ ପ୍ରୋଜେକ୍ଟ ‘ଟକ୍ସିକ୍‌’ରେ ନଜର ଆସିବେ । ଗତବର୍ଷ ଡିସେମ୍ବର ମାସରେ ଏହି ପ୍ରୋଜେକ୍ଟ ସଂପର୍କରେ ସୂଚନା ଦେଇଥିଲେ ସେ । ଏବେ ‘ଟକ୍ସିକ୍‌’ରେ ତାଙ୍କ ସହ ସ୍କ୍ରିନ୍ ସେୟାର କରିବେ କରୀନା କପୁର । ଏହି ଫିଲ୍ମରେ ଲିଡ୍ ରୋଲରେ ଆସିପାରନ୍ତି ବୋଲି ରିପୋର୍ଟ ମିଳିଛି ।ଆଗାମୀ କିଛି ଦିନ ମଧ୍ୟରେ ନିର୍ଦ୍ଦେଶକ ଗୀତୁ ମୋହନଦାସ ଏ ସଂପର୍କରେ ଘୋଷଣା କରିପାରନ୍ତି । ଯଦିଓ କରୀନା ଏ ନେଇ ଆନୁଷ୍ଠାନିକ ଭାବେ ପ୍ରକାଶ କରିନାହାନ୍ତି, ତେବେ ନିକଟରେ ପ୍ରଶଂସକମାନଙ୍କ ସହିତ ଆଲୋଚନା ସମୟରେ ସେ ଏକ ବହୁତ ବଡ଼ ସାଉଥ୍ ଫିଲ୍ମର ଅଂଶବିଶେଷ ହେବାକୁ ଯାଉଥିବା ସୂଚନା ଦେଇଥିଲେ । କରୀନାଙ୍କ ସେହି ଇଙ୍ଗିତରୁ ସେ ‘ଟକ୍ସିକ୍‌’ରେ ନଜର ଆସିବା ନେଇ ଆଲୋଚନା ଚାଲିଛି ।

ୟଶ୍‌ଙ୍କ ସହ ସ୍କ୍ରିନ୍ ସେୟାର କରିବେ କରୀନା

କରୀନାଙ୍କ ପୂର୍ବରୁ ‘ଟକ୍ସିକ୍‌’ରେ ୟଶ୍‌ଙ୍କ ବିପକ୍ଷରେ ଅଭିନୟ କରିବା ଲାଗି ସାଇ ପଲ୍ଲବୀ ଏବଂ ରାଶି ଖାନ୍ନାଙ୍କ ନାମ ଚର୍ଚ୍ଚା କରାଯାଉଥିଲା । ଆସନ୍ତାବର୍ଷ ଫିଲ୍ମଟି ରିଲିଜ୍ ହୋଇପାରେ । ସେପଟେ ୱାର୍କଫ୍ରଣ୍ଟକଥା କହିବାକୁ ଗଲେ କରୀନାଙ୍କୁ ଆଗକୁ ‘କ୍ରୁ’ରେ ଦେଖିବାକୁ ମିଳିବ । ସେଥିରେ ତାଙ୍କ ସହିତ ତବୁ ଓ କ୍ରିତି ସାନନ୍ ମଧ୍ୟ ଅଭିନୟ କରିଛନ୍ତି । ସେହିପରି ରୋହିତ ସେଟ୍ଟୀଙ୍କର ‘ସିଂଘମ୍ ଏଗେନ୍‌’ରେ ମଧ୍ୟ ନଜର ଆସିବେ କରୀନା । ସେହି ଫିଲ୍ମରେ ତାଙ୍କ ସହିତ ଅଜୟ ଦେବଗନ, ଅକ୍ଷୟ କୁମାର, ରଣବୀର ସିଂହ, ଦୀପିକା ପାଦୁକୋନ୍ ପ୍ରମୁଖ ସ୍କ୍ରିନ୍ ସେୟାର କରିବେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami