ନିର୍ବନ୍ଧ କଲେ ଉର୍ଫି , ଭାଇରାଲ ହେଲା ଫଟୋ

Above Post Content

ମୁମ୍ବାଇ: ନିଜ ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ତଥା ମଡ଼େଲ ଉର୍ଫି ଜାଭେଦ । ସେ କଦାପି କାହାକୁ ଭୟ କରନ୍ତି ନାହିଁ । ଯାହା କରିବାକୁ ଠିକ୍ ଭାବନ୍ତି, ତାହା ହିଁ ସେ କରିଥାନ୍ତି । ଅନେକ ଲୋକ ଉର୍ଫିଙ୍କୁ କ୍ରିଏଟିଭ୍ ବୋଲି କହି ପ୍ରଶଂସା କରୁଥିବା ବେଳେ ଆଉ କିଛି ତାଙ୍କୁ ନାପସନ୍ଦ ମଧ୍ୟ କରିଥାନ୍ତି । ନିଜ ପୋଷାକକୁ ନେଇ ସବୁବେଳେ ବିବାଦରେ ରହୁଥିବା ଉର୍ଫି ଏବେ ନିର୍ବନ୍ଧ କରିଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଏହାର ଅନେକ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଜଣେ ଯୁବକଙ୍କ ସହ ବସି ପୂଜା କରୁଥିବା ଦେଖିବାକୁ ମିଳିଛି । ଏହି ଫଟୋ ସାମ୍ନାକୁ ଆସିବା ପରେ ଉର୍ଫି ମନ୍ଦିରରେ ନିର୍ବନ୍ଧ କରିଥିବା ନେଇ ଚର୍ଚ୍ଚା ହେଉଛି ।

ଭାଇରାଲ ହେଉଥିବା ଏହି ଫଟୋକୁ ଉର୍ଫିଙ୍କର ଭଉଣୀ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଫଟୋଗୁଡିକରେ ଉର୍ଫି ହୋମକୁଣ୍ଡ ନିକଟରେ ବସିଥିବା ନଜର ଆସିଛନ୍ତି । ପୂଜା ଚାଲିଥିବା ବେଳେ ତାଙ୍କ ସହ ଜଣେ ମିଷ୍ଟ୍ରି ମ୍ୟାନ୍ ମଧ୍ୟ ଅଛନ୍ତି । ସେହି ବ୍ୟକ୍ତିଙ୍କ ଚେହେରା ଦେଖାଯାଉନାହିଁ । ଫଟୋରେ ଉର୍ଫି ଆଙ୍ଗୁଠିରେ କିଛି ପିନ୍ଧିବା ଭଳି ମନେ ହେଉଛି । ଏହା ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇ ନ ଥିଲେ ହେଁ ଏହାକୁ ଦେଖି ସୋସିଆଲ ମିଡିଆରେ ତାଙ୍କ ନିର୍ବନ୍ଧ ନେଇ କଳ୍ପନାଜଳ୍ପନା କରିବା ଆରମ୍ଭ ହୋଇଯାଇଛି ।

After 2nd paragraph post ads
Middle post content

ଏହି ଫଟୋ ଦେଖିବା ପରେ ଅନେକ ପ୍ରଶଂସକ ଭିନ୍ନ ଭିନ୍ନ ମତ ଦେଇଥିବା ବେଳେ ଆଉ କିଛି ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ଉର୍ଫି ଲୁଚାଛପାରେ ନିର୍ବନ୍ଧ କରିଥିବା ସନ୍ଦେହ କରାଯାଉଥିଲେ ହେଁ ଏଯାବତ ତାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ । ଏହା ପୂର୍ବରୁ ଉର୍ଫି ଜଣେ ଯୁବତୀଙ୍କୁ ଚୁମ୍ବନ ଦେଇ ଫଟୋ ସେୟାର କରିଥିଲେ । ସେହି ଫଟୋରେ ଲଭ୍ ୟୁ ବି ଲେଖିଥିଲେ । ଏହି ଫଟୋ ସାମ୍ନାକୁ ଆସିବା ପରେ ଉର୍ଫି ଅଜଣା ଯୁବତୀଙ୍କୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହୋଇଥିଲା ।

ଅଭିନେତ୍ରୀ ଉର୍ଫି କେତେବେଳେ କୁରକୁରେ ପ୍ୟାକେଟ୍ ତ ଆଉ କେତେବେଳେ ମୋବାଇଲ, ବ୍ଲେଡ,ପାନିଆ ଏଭଳି ଚମକାଇବା ଭଳି ଜିନିଷ ବ୍ୟବହାର କରି ସେ ପ୍ରସ୍ତୁତ କରିଥାନ୍ତି ପୋଷାକ । ଏହାକୁ ବେଶ ଖୁସିରେ ସେ ପିନ୍ଧିବା ସହ ସୋସିଆଲ ମିଡିଆରେ ସେୟାର ବି କରିଥାନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami