କାର ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ଅଭିନେତ୍ରୀ ଗାୟତ୍ରୀ

Above Post Content

ମୁମ୍ବାଇ: ଇଟାଲୀରେ କାର ଦୁର୍ଘଟଣାର ଶିକାର ହୋଇଛନ୍ତି ଅଭିନେତ୍ରୀ ଗାୟତ୍ରୀ ଯୋଶୀ । ଫଳରେ ସେ ଓ ତାଙ୍କ ସ୍ୱାମୀ ବିକାଶ ଓବରୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ହେଲେ ଅନ୍ୟ ଏକ କାରରେ ଥିବା ଏକ ଦମ୍ପତିଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣା ବେଳର ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ବଲିଉଡର କିଙ୍ଗ୍ ଖାନ ଶାହରୁଖ ଖାନଙ୍କ ସ୍ୱଦେଶ ଫିଲ୍ମରେ ଡେବ୍ୟୁ କରିଥିଲେ ଗାୟତ୍ରୀ ।

Middle post content

ସୂଚନା ମୂତାବକ ଗାୟତ୍ରୀ ଏବଂ ତାଙ୍କ ସ୍ୱାମୀ ଛୁଟି କଟାଇବା ପାଇଁ ଇଟାଲୀ ଯାଇଥିଲେ । ଇଟାଲୀର ସର୍ଡନିଆରେ ଏହି ଦୁର୍ଘଟଣା ହୋଇଛି । ଗାୟତ୍ରୀ ଏବଂ ବିକାଶ ଲମ୍ବୋର୍ଗିନି କାରରେ ଯାଉଥିବାବେଳେ ତାଙ୍କ କାର ଅନ୍ୟ ଏକ କାର ସହିତ ଧକ୍କା ହୋଇଥିଲା । ଉଭୟ କାର ଏକ ମିନିଟ୍ରକକୁ ଅତିକ୍ରମ କରିବାକୁ ଚେଷ୍ଟା କରିବା ବେଳେ ଏହି ଦୁର୍ଘଟଣା ଘଟିଛି । ମିନି ଟ୍ରକଟି ରାସ୍ତା କଡକୁ ଓଲଟି ପଡିଥିବାବେଳେ ଫରାରୀ କାରରେ ନିଆଁ ଲାଗି ଯାଇଥିଲା । ଫଳରେ ଏଥିରେ ଥିବା ଦମ୍ପତିଙ୍କର ମୃତ୍ୟୁ ଘଟିଛି । ସେମାନେ ହେଲେ ସ୍ୱିର୍ଜଲାଣ୍ଡ୍‌ରୁ ଆସିଥିବା ମେଲିସା କ୍ରେତୁଲି(୬୩) ଓ ମାର୍କସ୍ କ୍ରେତୁଲି (୬୭) । ଗାୟତ୍ରୀ ଓ ତାଙ୍କ ସ୍ୱାମୀ ସୁସ୍ଥ ଥିବା ନେଇ ନିଜେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami