ଏମିତି ଦେଶ, ଯେଉଁଠି ୯୫ ବର୍ଷ ହେଲା ଜନ୍ମ ହୋଇନାହାନ୍ତି ସନ୍ତାନ

Above Post Content

ନୂଆଦିଲ୍ଲୀ: ଦୁନିଆରେ ଅନେକ ଦେଶ ରହିଛି, ଯାହା ଭିନ୍ନ ଭିନ୍ନ କାରଣ ପାଇଁ ସ୍ୱତନ୍ତ୍ର ହୋଇଥାଏ । ଭିନ୍ନ ଭିନ୍ନ କଥା ଦେଖିବାକୁ ମିଳିଥାଏ । କିନ୍ତୁ ଏପରି ଏକ ଦେଶ ରହିଛି, ଯାହା ଦୁନିଆର ସବୁଠାରୁ ଛୋଟ ଦେଶ ଭାବେ ପରିଚିତ । କେବଳ ସେତିକି ନୁହେଁ, ଏହି ଦେଶରେ ଦୀର୍ଘ ୯୫ ବର୍ଷରୁ ଅଧିକ ଦିନ ହେଲାଣି କୌଣସି ସନ୍ତାନ ଜନ୍ମ ହୋଇନାହାଁନ୍ତି । କିନ୍ତୁ ଏହାର କାରଣ କଣ ? ଏଠାରେ କାହିଁକି ଜନ୍ମ ହୋଇପାରୁନାହାନ୍ତି ସନ୍ତାନ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ଦୁନିଆର ସବୁଠୁ ଛୋଟ ଦେଶ ଭାଟିକାନ୍ ସିଟି

After 2nd paragraph post ads
Middle post content

ଏହି ଦେଶଟିର ନାଁ ହେଉଛି ଭାଟିକାନ୍ ସିଟି । ଏହା ଦୁନିଆର ସବୁଠାରୁ ଛୋଟ ଦେଶ ଭାବେ ବେଶ୍ ଜଣାଶୁଣା । ୯୫ ବର୍ଷ ତଳେ ଅର୍ଥାତ୍ ୧୯୨୯ ମସିହାରେ ଦେଶ ଗଠନ ହୋଇଥିଲା । ଏହି ଦେଶର ଜନସଂଖ୍ୟା ମାତ୍ର ୮୦୦ । ଦେଶ ଗଠନ ସମୟରେ ସ୍ପଷ୍ଟ ହୋଇଥିଲା ଯେ ଏହା କେବଳ ରୋମାନ କ୍ୟାଥୋଲିକ ଖ୍ରୀଷ୍ଟିଆନ୍‌ଙ୍କ ପାଇଁ କାମ କରିବ । ବିଶ୍ୱର ସମସ୍ତ କ୍ୟାଥୋଲିକ୍ ଚର୍ଚ୍ଚ ଓ ପାଦ୍ରୀ ଏବଂ ଖ୍ରୀଷ୍ଟଧର୍ମଗୁରୁଙ୍କୁ ଏହିଠାରୁ ନିୟନ୍ତ୍ରିତ କରାଯାଏ । ଦେଶ ଗଠନ ପରଠୁ ହସ୍ପିଟାଲ ନିର୍ମାଣ ଲାଗି ଦାବି ହୋଇଛି କିନ୍ତୁ ପ୍ରତିଥର ଖାରଜ କରି ଦିଆଯାଇଛି । ଏଠାରେ ଲୋକେ ରୋଗର ଶିକାର ହେଲେ କିମ୍ବା ମହିଳା ଗର୍ଭବତୀ ହେଲେ, ତାଙ୍କୁ ରୋମ୍ର ହସ୍ପିଟାଲକୁ ପଠାଇ ଦିଆଯାଏ ଅଥବା ପାଖ ଦେଶକୁ ପଠାଇବାର ବ୍ୟବସ୍ଥା କରାଯାଏ ।

ଏହି ଦେଶରେ ନାହିଁ ଜେଲ

ସବୁଠାରୁ ବଡ କଥା ହେଲା ଦେଶରେ କୌଣସି ମହିଳା ଗର୍ଭବତୀ ହେଲେ, ପ୍ରସବ ସମୟ ନିକଟତର ହେବା ପରେ ନିୟମ ଅନୁସାରେ ସନ୍ତାନ ପ୍ରସବ ନ ହେବା ପର୍ଯ୍ୟନ୍ତ ତାଙ୍କୁ ଦେଶ ବାହାରେ ରଖାଯାଏ । ଏହି ନିୟମ ଅତ୍ୟନ୍ତ କଡ଼ାକଡ଼ି ପାଳନ କରାଯାଏ । ବାସ୍ତବରେ ଭାଟିକାନ୍ ସିଟିରେ କେହି ସ୍ଥାୟୀ ନାଗରିକତା ପାଆନ୍ତିନି । ଏଠାରେ ରହୁଥିବା ସମସ୍ତ ଲୋକ କେବଳ ସେମାନଙ୍କ କାର୍ଯ୍ୟକାଳ ପର୍ଯ୍ୟନ୍ତ ରହିଥାନ୍ତି, ସେପର୍ଯ୍ୟନ୍ତ ସେମାନେ ଅସ୍ଥାୟୀ ନାଗରିକତା ପାଆନ୍ତି । ଏହି କାରଣରୁ ଏଠାରେ କୌଣସି ସନ୍ତାନ ଜନ୍ମ ହୁଅନ୍ତି ନାହିଁ । ଭାଟିକାନ୍ ସିଟି ନିଶ୍ଚିତ ଭାବରେ ଏକ ସାର୍ବଭୌମ ଦେଶ କିନ୍ତୁ ଏହା ଇଟାଲୀ ମଧ୍ୟରେ ଏକ ଛୋଟ ଅଞ୍ଚଳ । ଏହି ଦେଶରେ ପୋପ୍‌ଙ୍କ ପବିତ୍ର ସରକାର ଚାଲିଛନ୍ତି । ଏହା ସମଗ୍ର ବିଶ୍ୱରେ ରୋମାନ୍ କ୍ୟାଥୋଲିକ୍ ଖ୍ରୀଷ୍ଟିଆନମାନଙ୍କର ପବିତ୍ର ସ୍ଥାନ । ଭାଟିକାନ୍ ସିଟି ବୋଧହୁଏ ଏକମାତ୍ର ଦେଶ ଯେଉଁଠାରେ ଜେଲ ନାହିଁ । ତଥାପି ଦେଶରେ ଅପରାଧ ହାର ଅଧିକ । ଚୋରି, ଡ଼କାୟତି ଏଠାରେ ଏକ ସାଧାରଣ ଅପରାଧ । ଦୋଷୀ ପ୍ରମାଣିତ ବ୍ୟକ୍ତି ଲେଟରନ୍ ସନ୍ଧି ଅନୁସାରେ ଇଟାଲୀୟ ଜେଲରେ କାଳ କାଟନ୍ତି । ଏହାର ଖର୍ଚ୍ଚ ଭାଟିକାନ ସିଟି ସରକାର ବହନ କରନ୍ତି । ବିଶ୍ୱର ଅନ୍ୟ ସମସ୍ତ ଦେଶ ତୁଳନାରେ ଏଠାକାର ଲୋକ ଅଧିକ ମଦ୍ୟପାନ କରନ୍ତି । ଦେଶର ହାରାହାରି ବାସିନ୍ଦା ବର୍ଷକୁ ୭୪ ଲିଟର ୱାଇନ୍ ପିଉଥିବା ଆକଳନ କରାଯାଇଛି । ଏହି ଦେଶରେ ବିଶ୍ୱର ସବୁଠୁ ଛୋଟ ରେଳ ଷ୍ଟେସନ୍ ବି ଅଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami