ବିବାହକୁ ଆସିଲେନି ଅତିଥି, ଲକ୍ଷ ଲକ୍ଷ ଟଙ୍କାର କ୍ଷତିପୂରଣ ଲଗାଇଲେ ଯୁବତୀ

Above Post Content

କାନବେରା: ଦେଶରେ ବିବାହ ଋତୁ ଆରମ୍ଭ ହୋଇ ସାରିଛି । ବିବାହ ସମୟରେ ପୁରା ଘରେ ଖୁସିର ମାହୋଲ ଦେଖାଯିବା ସହ ବିଭିନ୍ନ ପ୍ରକାର ଖାଦ୍ୟର ମଧ୍ୟ ଆସର ଦେଖିବାକୁ ମିଳିଥାଏ । ମାସେ ଦୁଇମାସ ପୂର୍ବରୁ ପ୍ରସ୍ତୁତ ଆରମ୍ଭ ହେବା ସହ ଏଥିପାଇଁ ସବୁ ଅତିଥିଙ୍କୁ ନିମନ୍ତ୍ରଣ ମଧ୍ୟ କରାଯାଇଥାଏ । ତେବେ ଦେଖାଯାଏ କି, କିଛି ଅତିଥି ବିବାହ ସମୟରେ କିଛି ଜରୁରୀ କାମ ପଡିଯିବା ଯୋଗୁ ନିମନ୍ତ୍ରଣ ରକ୍ଷା କରିପାରନ୍ତି ନାହିଁ । ହେଲେ ଅଷ୍ଟ୍ରେଲିଆରେ ଜଣେ ଯୁବତୀଙ୍କ ସହ କିଛି ଏପରି ଘଟଣା ଘଟିଛି । ଯୁବତୀଜଣକ ନିଜ ବିବାହ ପାଇଁ ଅତିଥିଙ୍କୁ ନିମନ୍ତ୍ରଣ କରିଥିଲେ । କିନ୍ତୁ କିଛି ଅତିଥିଙ୍କ ବ୍ୟକ୍ତିଗତ କାମ ପଡିଯିବା ଯୋଗୁ ବିବାହରେ ଉପସ୍ଥିତ ରହିପାରିବେ ନାହିଁ ବୋଲି ଜଣାଇଥିଲେ । ଏହାପରେ ଯୁବତୀଜଣକ ସେମାନଙ୍କ ଯାହା ଆତିଥ୍ୟ ଚର୍ଚ୍ଚା କରିଥିଲେ ତାହା ଶୁଣି ଆପଣ ତାଜୁବ ହୋଇଯିବେ ।

Middle post content

ବିବାହ ଉତ୍ସବକୁ ଆସିବାକୁ ମନା କରିଥିଲେ ୧୦ ଅତିଥି

After 2nd paragraph post ads

ଏ ସମ୍ପର୍କରେ ଯୁବତୀଜଣକ ସୋସିଆଲ ମିଡ଼ିଆରେ ସେୟାର କରି କହିଛନ୍ତି ଯେ, ବିବାହର ୮ମାସ ପୂର୍ବରୁ ବନ୍ଧୁବର୍ଗ ଓ ଅତିଥିଙ୍କୁ ନିମନ୍ତ୍ରଣ ପଠାଇଥିଲି । ଖାଦ୍ୟ ଅର୍ଡର ସରିଥିଲା । ଅତିଥିମାନଙ୍କ ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ସବୁ କାର୍ଯ୍ୟକ୍ରମ ପାଇଁ ୧୨,୪୪୬ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରା ଅନୁସାରେ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲି । ହେଲେ ବିବାହକୁ ମାତ୍ର ଗୋଟିଏ ସପ୍ତାହ ବାକି ଥିବାବେଳେ ୧୦ଜଣ ଅତିଥି ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବେନାହିଁ ବୋଲି ମନା କରି ଦେଇଥିଲେ । ଶେଷ ମୂହୁର୍ତ୍ତରେ ଅନ୍ୟ ରାଜ୍ୟକୁ ଯାତ୍ରା କରିବାରେ ଅସୁବିଧା ହେବ ଏବଂ ଏଥିପାଇଁ ସେମାନଙ୍କୁ ବହୁ ଖର୍ଚ୍ଚାନ୍ତ ହେବାକୁ ପଡିବ ବୋଲି କହିଥିଲେ । ପୂର୍ବରୁ ସେମାନେ ଆସିବେ ବୋଲି କଥା ଦେଇଥିଲେ । ହେଲେ ନ ଆସିବାରୁ ଅତିଥିଙ୍କୁ କ୍ଷତିପୂରଣ ଭରିବାକୁ ପଡିବ ବୋଲି ଯୁବତୀଜଣକ କହିଛନ୍ତି । ବର୍ତ୍ତମାନ ତାଙ୍କୁ ନିଜ ପକେଟରୁ ୧୩୩୬ଡଲାର ଅର୍ଥାତ ୧,୧୧,୦୭୬ଟଙ୍କାର କ୍ଷତି ଦେବାକୁ ପଡିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami