ଘୋଡ଼ା ଚଢ଼ି ଖାଦ୍ୟ ପହଞ୍ଚାଇଲେ ଜୋମାଟୋ ଡେଲିଭରି ବୟ

Above Post Content

ହାଇଦ୍ରାବାଦ : ଏବେ ନୂଆ ହିଟ ଏବଂ ରନ ଘଟଣାରେ ଆଇନ ପ୍ରବଧାନ ଚର୍ଚ୍ଚାରେ ଅଛି । ଏଭଳି ସମୟରେ ଏହା ଉପରେ ସାରା ଦେଶରେ ଟ୍ରକ ଡ୍ରାଇଭରମାନେ ଧର୍ମଘଟ କରିଛନ୍ତି । ଧର୍ମଘଟ ଯୋଗୁଁ ଦେଶର ଅନେକ ସ୍ଥାନରେ ପେଟ୍ରୋଲ ଏବଂ ଡିଜେଲ ପରିବହନ ବାଧାପ୍ରାପ୍ତ ହୋଇଛି । ଏହି ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡ଼ିଓରେ ଜୋମାଟୋ ଡେଲିଭରି ବୟ ବାଇକ ବଦଳରେ ଘୋଡା ଚଢ଼ି ଲୋକଙ୍କ ଘରେ ଖାଦ୍ୟ ଯୋଗାଉଛନ୍ତି । ଏହି ଭିଡିଓ ଯେତିକି ମଜାଦାର, ସେଥିରେ ଥିବା ୟୁଜରଙ୍କ ମନ୍ତବ୍ୟଗୁଡିକ ମଧ୍ୟ ମଜାଳିଆ ରହିଛି ।

Middle post content

ଯୁବକଙ୍କ ନିଆରା ଉଦ୍ୟମକୁ ଲୋକେ କଲେ ପ୍ରଶଂସା

After 2nd paragraph post ads

ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ଜୋମାଟୋ ଡେଲିଭରି ବୟ କାନ୍ଧରେ ବ୍ୟାଗ ଧରି ରାସ୍ତାରେ ଘୋଡା ଚଢ଼ି ଯାଉଥିବାର ନଜର ଆସିଛନ୍ତି । ଜୋମାଟୋ ବୟ ରାସ୍ତାରେ ଘୋଡା ଚଢ଼ି ଯାଉଥିବା ଦେଖି ହଠାତ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହି ଲୋକମାନଙ୍କ ମଧ୍ୟରୁ ଜଣେ ଏହି ଘଟଣାର ଏକ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହା ପରେ ଭିଡିଓଟି ଶୀଘ୍ର ଭାଇରାଲ ହୋଇଥିଲା । କୁହାଯାଉଛି ଏହି ଭିଡିଓ ହାଇଦ୍ରାବାଦ ସହରରୁ ଆସିଛି । ଯୁବକଙ୍କ ଏପରି ନିଆରା ଉଦ୍ୟମକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି । ଏହା ସହିତ, ଅନେକ ୟୁଜର ଏହି ଭିଡିଓ ଉପରେ ବହୁତ ଆକର୍ଷଣୀୟ ମନ୍ତବ୍ୟ ଦେଇଛନ୍ତି । ଜଣେ ୟୁଜର ଭିଡିଓ କମେଣ୍ଟରେ ଲେଖିଛନ୍ତି, ଏଭଳି ଚମତ୍କାର ଲୋକ କେବଳ ଭାରତରେ ଦେଖିବାକୁ ମିଳନ୍ତି । ଅନ୍ୟ ଜଣେ ୟୁଜର ଲେଖିଛନ୍ତି ମୋ ଦେଶ ବଦଳୁଛି । କିଛି ୟୁଜର ଏହି ଘଟଣାକୁ ଏକ ଶୋ ଗେମ ବୋଲି କହିଛନ୍ତି । କିଛି ଲୋକ ଏପରିକି କହିଛନ୍ତି ଜୋମାଟୋ ବୟ ପ୍ରସିଦ୍ଧ ହେବା ପାଇଁ ଏସବୁ କରୁଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami