ଇଣ୍ଡିଆନ୍ ପୋଲିସ ଫୋର୍ସରେ ଡ଼େବ୍ୟୁ କଲେ ଶିଳ୍ପା

Above Post Content

ମୁମ୍ବାଇ: ନିଜର ସୁନ୍ଦରତା ଓ ଫିଟ୍‌ନେସ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ଼ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ଏବେ ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଅନେକ ଅଭିନେତା ଓ ଅଭିନେତ୍ରୀ ଓଟିଟିରେ ଡ଼େବ୍ୟୁ କରି ସାରିଥିବା ବେଳେ ଏବେ ଶିଳ୍ପା ଓଟିଟିରେ ଡେବ୍ୟୁ କରିଛନ୍ତିନିକଟରେ ରିଲିଜ୍ ହୋଇଛି ରୋହିତ ଶେଟ୍ଟୀଙ୍କ ଫିଲ୍ମ ‘ଇଣ୍ଡିଆନ୍ ପୋଲିସ ଫୋର୍ସ’ର ଟ୍ରେଲର । ଯାହା ଓଟିଟି ପ୍ଲାଟ୍‌ଫର୍ମରେ ହଇଚଇ ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ଏହି ଫିଲ୍ମ ଜରିଆରେ ସିଦ୍ଧାର୍ଥ ମାଲହୋତ୍ରା, ଶିଳ୍ପା ଶେଟ୍ଟୀ ଏବଂ ବିବେକ ଓବରାଇ ଓଟିଟିରେ ଡେବ୍ୟୁ କରିଛନ୍ତି । ଏହାର ଟ୍ରେଲରକୁ ଦେଖିଲେ ସ୍ପଷ୍ଟ ହୋଇଛି ଯେ ସିନେମାଟି ସଭିଙ୍କ ମନକୁ ଛୁଇଁବ ।

Middle post content

 ଡ଼େବ୍ୟୁ ଫିଲ୍ମ କରିବ ହଇଚଇ

After 2nd paragraph post ads

ଏହି ଫିଲ୍ମରେ ଆକ୍ସନ୍‌, ଡ୍ରାମା,ରୋମାନ୍ସ ଆଦି ଭରପୂର ରହିଛି । ୩ ମିନିଟ୍ ୨ ସେକେଣ୍ଡ୍ ଟ୍ରେଲରରେ ସବୁକିଛି ଦେଖିବାକୁ ମିଳିଛି । ଦର୍ଶକଙ୍କୁ ଏହି ଫିଲ୍ମଟି ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିପାରିବ ବୋଲି ଅନୁମାନ କରାଯାଉଛି । ଟ୍ରେଲରରେ ରାଜଧାନୀ ଦିଲ୍ଲୀର ସବୁଠାରୁ ସୁରକ୍ଷିତ ସ୍ଥାନ ସଂସଦ ଗୃହ ନିକଟରେ ହୋଇଥିବା ଆକ୍ରମଣ ସୁରକ୍ଷା ବ୍ୟବସ୍ଥାକୁ ଥରାଇ ଦେଇଥିବାର ଦୃଶ୍ୟ ରହିଛି । ବୋମା ବିସ୍ଫୋରଣ ଦୃଶ୍ୟରୁ ଆରମ୍ଭ କରି ଦିଲ୍ଳୀପୋଲିସ୍‌ର କସରତ ପର୍ଯ୍ୟନ୍ତ ସବୁକିଛି ଟ୍ରେଲରରେ ଦେଖିବାକୁ ମିଳିଛି । ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ,ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ବରିଷ୍ଠ ଅଧିକାରୀ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଟ୍ରେଲରର ଗୋଟିଏ ଦୃଶ୍ୟରେ ଶିଳ୍ପା, ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ପଚରାଉଚରା କରି କହିଛନ୍ତି ଯେ ସେ ତାଙ୍କ ବିଷୟରେ ଯାହା ଶୁଣିଛନ୍ତି ତାହା ଭଲ ନୁହେଁ । ତଥାପି, ସେ ଏହି ଟିମ୍‌ର ସବୁଠାରୁ ଉଜ୍ଜ୍ୱଳ ସଦସ୍ୟ ବୋଲି ବୋଲି ପ୍ରମାଣ କରିବାକୁ ସିଦ୍ଧାର୍ଥ କୌଣସି ସୁଯୋଗ ହାତଛଡ଼ା କରିନାହାନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami