ଅଙ୍କିତା ସହ ବିକିର ବିବାହ କରାଇବାକୁ ଚାହୁ ନ ଥିଲୁ:ଏମିତି କହିଲେ ବିକିଙ୍କ ମାଆ

Above Post Content

ମୁମ୍ବାଇ: ଆମେ ଅଙ୍କିତାଙ୍କୁ ବୋହୂ ଭାବେ ଗ୍ରହଣ କରିବାକୁ ଚାହୁଁ ନ ଥିଲୁ । ସେ ମୋ ପୁଅ ବିକିକୁ ବିବାହ କରୁ ତାହା ବି ଚାହୁଁ ନଥିଲୁ । ଶାଶୁ ରଞ୍ଜନା ଜୈନ୍ ଦେଇଛନ୍ତି ଏଭଳି ବୟାନ । ବିଗ୍ ବସ୍ ୧୭ ଏବେ ଫାଇନଲର ନିକଟତର ହେଉଥିବା ବେଳେ ପ୍ରତିଯୋଗୀଙ୍କ ପରିବାର ଲୋକେ ସେମାନଙ୍କୁ ଭେଟିବା ପାଇଁ ଘର ଭିତରକୁ ଯାଇଥିବା ଭାଇରାଲ ପ୍ରୋମୋ ଭିଡିଓରେ ଦେଖିବାକୁ ମିଳିଛି । ପୁଅ-ବୋହୂଙ୍କୁ ଭେଟି ବାହାରକୁ ଆସିବା ପରେ ରଞ୍ଜନା ଜେନ୍ ଯେଉଁ ବୟାନ ଦେଇଛନ୍ତି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବିକିଙ୍କ ମା’ ବିବାହ ପାଇଁ ତାଙ୍କ ପରିବାର ରାଜି ନ ଥିଲେ ବୋଲି କହିଛନ୍ତି ।

Middle post content

ବିକିର ଖୁସିରେ ଆମେ ରାଜି ହୋଇଥିଲୁ

After 2nd paragraph post ads

ବିକିଙ୍କ ମାଆ ରଞ୍ଜନା ଜୈନ୍ ଏକ ସାକ୍ଷାତକାରରେ କହିଛନ୍ତି, “ବିକି ଅଙ୍କିତାଙ୍କୁ ବିବାହ କରିଥିଲେ । ଆମେ ସେମାନଙ୍କ ବିବାହକୁ ସମର୍ଥନ କରୁ ନ ଥିଲୁ । ବିକି ବିବାହ କରି ଦାୟିତ୍ୱ ନେବାକୁ ପ୍ରସ୍ତୁତ ଥିବାରୁ ଆମେ କିଛି କହି ନ ଥିଲୁ । ଆମେ ଶୋ’ ମାଧ୍ୟମରେ ବହୁତ କିଛି ଦେଖୁଛୁ । କିନ୍ତୁ ଆମେ କିଛି କହୁ ନାହୁଁ । ବିକି, ଅଙ୍କିତାଙ୍କୁ ପସନ୍ଦ କରୁଥିବାରୁ ଆମେ ବିବାହ ପାଇଁ ହଁ କରିଥିଲୁ । ଏବେ ମୁଁ ବିଶ୍ୱାସ କରୁଛି ବିକି ତାଙ୍କ ସମ୍ପର୍କକୁ ସମ୍ଭାଳି ନେବେ । କାରଣ ସେ ସେଭଳି ଜଣେ ମଣିଷ । ସବୁ ସମ୍ଭାଳି ନିଅନ୍ତି ।”ବିଗ୍ ବସ୍ ୧୭ ଆରମ୍ଭରୁ ଟେଲି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଅନେକ ଥର ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ କଥା କହିଛନ୍ତି । ଏହାକୁ ନେଇ ତାଙ୍କ ଶାଶୁ ରଞ୍ଜନା ଜୈନ୍ ‘ଶାସ୍ ବୋହୂ ଔର୍ ସାଜିସ’କୁ ସାକ୍ଷାତକାର ଦେଇ କହିଥିଲେ ଯେ, ‘ସହାନୁଭୂତି’ ପାଇଁ ସୁଶାନ୍ତଙ୍କ ନାମ ବ୍ୟବହାର କରୁଛନ୍ତି ଅଙ୍କିତା । ଏଥିରେ ତାଙ୍କର ଲାଭ ରହିଛି । ଏହା ସହ ଅଙ୍କିତା ଭଲ ବୋହୂ କି ନାହିଁ ବୋଲି ପଚରାଯାଇଥିବା ବେଳେ ସେ କହିଛନ୍ତି, ବୋହୂ ତ ଭଲ । ହେଲେ ଏବେ ଶୋ’ରେ ତାଙ୍କ ଭଲ ପଣିଆ ଦିଶୁନାହିଁ । ବୁଝାଇକି ଆସିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami