ଗରମ ଲାଗିବାରୁ ଏୟାରପୋର୍ଟରେ ଡ୍ରେସ୍ ଖୋଲିଦେଲେ ଉର୍ଫି

Above Post Content

ମୁମ୍ବାଇ: ନିଜର ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଅଭିନେତା ତଥା ମଡ଼େଲ ଉର୍ଫି ଜାଭେଦ୍ । ନିଜର ବୋଲ୍ଡ ଲୁକ୍ ଏବଂ ବୋଲ୍ଡ ଡ୍ରେସ୍‌କୁ ନେଇ ସବୁବେଳେ ଲାଇମ୍‌ଲାଇଟ୍‌ରେ ରହିଥାନ୍ତି । ଉର୍ଫି ଜାଭେଦ୍ ତାଙ୍କର ଏହି ଅନ୍ଦାଜ ହେତୁ ପ୍ରତ୍ୟେକ ଥର ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କରନ୍ତି । ଏଥର ପୁଣି ଉର୍ଫି ଏୟାରପୋର୍ଟରେ ସମାନ କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି । ପ୍ରବଳ ଗରମ ହେବାରୁ ସେ ଏୟାରପୋର୍ଟରେ ଡ଼୍ରେସ ଖୋଲି ଦେଉଥିବା ଦେଖିବାକୁ ମିଳିଛି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

Middle post content

କମ୍ବଳରେ ତିଆରି ଡ଼୍ରେସ ପିନ୍ଧିଥିଲେ ଉର୍ଫି

After 2nd paragraph post ads

ଉର୍ଫି ତାଙ୍କ ଆଉଟ୍‌ଫିଟ ସହିତ ଏତେ ଏକ୍ସପେରିମେଣ୍ଟ କରିଥିଲେ ଯେ ସେ ଖରା ଦିନରେ ମଧ୍ୟ ଏକ କମ୍ବଳରେ ତିଆରି ଆଉଟ୍‌ଫିଟ ପିନ୍ଧିଥିଲେ । ସେ କମ୍ବଳରେ ତିଆରି ଏକ ଡ୍ରେସ ପିନ୍ଧିଥିବା ଏୟାରପୋର୍ଟରେ ନଜର ଆସିଥିଲେ । ଯେଉଁଥିରେ ସେ ବହୁତ ସୁନ୍ଦର ବି ଦେଖାଯାଉଥିଲେ । ଏଥର ଉର୍ଫିଙ୍କ ଲୁକ୍ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ସେ ବେବି ପିଙ୍କ କଲରର କମ୍ବଳରେ ତିଆରି ଏକ ଡ୍ରେସ ପିନ୍ଧିଥିଲେ । ଉର୍ଫି ଏୟାରପୋର୍ଟରେ ଏହି ଡ୍ରେସରେ ପୋଜ୍ ମଧ୍ୟ ଦେଇଥିଲେ । କିନ୍ତୁ ଗରମ ହେତୁ ସେ ଏହି ଆଉଟ୍‌ଫିଟକୁ ଅଧିକ ସମୟ ପିନ୍ଧି ପାରି ନ ଥିଲେ । ଗରମ ହେତୁ ଉର୍ଫି ଏୟାରପୋର୍ଟରେ ନିଜ ଆଉଟ୍‌ଫିଟ ଖୋଲିଦେଇଥିଲେ । ପରେ ତାଙ୍କ ସର୍ଟସ ପ୍ୟାଣ୍ଟ ଓ ଟି-ସାର୍ଟ ଲୁକରେ ନଜର ଆସିଥିଲେ । ଉର୍ଫିଙ୍କର ଏହି ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓ ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି- ସେ ସବୁବେଳେ ଏୟାରପୋର୍ଟରେ ରୁହନ୍ତି କି? ଅନ୍ୟ ଜଣେ ଲେଖିଛନ୍ତି – ସେ ଯାହା ବି କରନ୍ତୁ କିନ୍ତୁ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami