ଦୁନିଆର ସବୁଠାରୁ ବୟସ୍କା ସୁପର ମଡ଼େଲ

Above Post Content

କଥାରେ ଅଛି ବୟସ କେବଳ ଏକ ସଂଖ୍ୟା । ବଢୁଥିବା ବୟସରେ ଅନେକ ଲୋକ ହତାଶ ହୋଇ ନିଜ ଜୀବନକୁ ପରିସ୍ଥିତି ଉପରେ ଛାଡିଦିଅନ୍ତି । କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ବୟସକୁ ଏକ ସଂଖ୍ୟା ଭାବରେ ବିବେଚନା କରିବା ସହ ନିଜ ସଉକରେ ଆଗକୁ ବଢିବାକୁ ପସନ୍ଦ କରନ୍ତି । ଜଣେ ବୃଦ୍ଧା ୯୫ ବର୍ଷ ବୟସରେ ବି ସୁପର ମଡ଼େଲ । ତାଙ୍କୁ ଦୁନିଆର ସବୁଠାରୁ ବୟସ୍କା ସୁପର ମଡ଼େଲ ଭାବେ ବିବେଚନା କରାଯାଏ । ଏହି ମଡ଼େଲଙ୍କ ଭିଡିଓ ଓ ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯାହାକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି ।

୭୦ ବର୍ଷରୁ ଉର୍ଦ୍ଧ୍ୱ ହେଲାଣି ମଡେଲିଂ କ୍ୟାରିୟର

After 2nd paragraph post ads
Middle post content

ମଡେଲିଂର ଗ୍ଲାମରସ୍ ଜଗତରେ ୟଙ୍ଗ, ସ୍ମାର୍ଟ ଓ ସୁନ୍ଦର ମଡେଲଙ୍କୁ ପ୍ରାଧାନ୍ୟ ଦିଆଯାଏ । ଯେଉଁ ମଡେଲ ଯେତେ ମେଣ୍ଟେ୍‌ନ କରି ନିଜର ସୌନ୍ଦର୍ଯ୍ୟକୁ ବଜାୟ ରଖନ୍ତି ସେ ଏହି ଦୁନିଆରେ ତିଷ୍ଠିପାରନ୍ତି । ତେବେ ବ୍ରିଟିଶ୍‌ର ଡାଫ୍‌ନେ ସେଲ୍‌ଫ ନାମ୍ନୀ ଜଣେ ମଡେଲ ୯୫ ବର୍ଷ ବୟସରେ ପହଞ୍ଚିଥିଲେ ମଧ୍ୟ ଆଜି ବି ସୁପର ମଡେଲ ହୋଇ ରହିଛନ୍ତି । ଫଳରେ ସେ ପୃଥିବୀର ସବୁଠାରୁ ବୟସ୍କା ସୁପର ମଡେଲ ଭାବେ ପରିଚିତ ହେଉଛନ୍ତି । ୭୦ ବର୍ଷରୁ ଉର୍ଦ୍ଧ୍ୱ ହେଲାଣିି ତାଙ୍କ ମଡେଲିଂ କ୍ୟାରିୟର । ସେ ପୃଥିବୀର ଅନେକ ବଡ଼ ବଡ଼ ବ୍ରାଣ୍ଡ ପାଇଁ କାମ କରିଛନ୍ତି । ଆଉ ଫ୍ୟାଶନ ଜଗତରେ ବୟସ୍କା ମହିଳାଙ୍କ ପ୍ରତୀକ ଭାବେ ତାଙ୍କୁ ଗ୍ରହଣ କରାଯାଏ ।

ସ୍ୱାସ୍ଥ୍ୟପ୍ରତି ସଚେତନ ହେବା ଜରୁରୀ

ମଡେଲିଂ ଜଗତର ପରମ୍ପରାଗତ ଧାରଣାକୁ ବଦଳାଇଥିବା ଡାଫ୍‌ନେ ନିଜ ଅନୁଭୂତି ସମ୍ପର୍କରେ କୁହନ୍ତି, ‘ପୂର୍ବେ ଲଣ୍ଡନ ଫ୍ୟାଶନ ଉଇକ୍ ହେଉ ନ ଥିଲା । ଆମେ କେବଳ ବଡ଼ ବଡ଼ ଷ୍ଟୋରରେ କ୍ୟାଟ୍ ୱାକ କରୁଥିଲୁ । ଏହି ଦୁନିଆରେ ତିଷ୍ଠି ରହିବାକୁ ହେଲେ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ନିହାତି ଜରୁରୀ । କାରଣ ସଫଳ ମଡେଲ ହେବା ପାଇଁ ବହୁତ ପରିଶ୍ରମ କରିବାକୁ ପଡେ ।’ ଏ ବୟସରେ ବି ଡାଫ୍‌ନେ ନିଜକୁ ଫିଟ୍ ରଖିବା ପାଇଁ ଖାଦ୍ୟପେୟରେ କଟକଣା ରଖିବା ସହ ନିୟମିତ ବ୍ୟାୟାମ, ଯୋଗ ଓ ସାଇକେଲିଂ କରିଥାନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami