ମାଳଦ୍ୱୀପରେ ଛୁଟି କାଟୁଛନ୍ତି ପରିଣୀତି

Above Post Content

ମୁମ୍ବାଇ: ନିକଟରେ ବିବାହ କରିଥିବା ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବେ ଖୁବ ଚର୍ଚ୍ଚାରେ । ବିବାହ ପରେ ଗୋଟିଏ ପରେ ଗୋଟିଏ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି ଏହି ନବଦମ୍ପତି । ତାଙ୍କର ସମସ୍ତ ଫଟୋକୁ ପ୍ରଶଂସକମାନେ ମଧ୍ୟ ବେଶ୍ ପସନ୍ଦ କରୁଛନ୍ତି । ନିକଟରେ ପରିଣୀତି ସ୍ୱାମୀ ଆପ ସାଂସଦ ରାଘବ ଚଢାଙ୍କୁ ଛାଡ଼ି ଏବେ ମାଳଦ୍ୱୀପରେ ଛୁଟି କାଟୁଛନ୍ତି । ଏହି ସମୟର ଏକ ଫଟୋ ପରିଣୀତି ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟ କରିଛନ୍ତି

Middle post content

ନଣନ୍ଦଙ୍କ ସହ ଯାଇଛନ୍ତି ପରିଣୀତି

After 2nd paragraph post ads

ଏହି ଫଟୋରେ ପରିଣୀତି ଏକ କଳା ରଙ୍ଗର ସୁଇମିଙ୍ଗ ସୁଟ୍‌ରେ ନଜର ଆସିଛନ୍ତି । ଏହା ସହିତ ପରିଣୀତି ତାଙ୍କର ଚୁଡ଼ିକୁ ମଧ୍ୟ ଦେଖାଇଛନ୍ତି । କ୍ୟାପସନରେ ଲେଖିଛନ୍ତି, ‘ହନୀମୁନରେ ନୁହେଁ, ଫଟୋ ନଣଦ ଉଠାଇଛନ୍ତି ।’ ଏଥିରୁ ଏହା ସ୍ପଷ୍ଟ ହୋଇଯାଉଛି ଯେ, ପରିଣୀତି ରାଘବ ଚଢାଙ୍କ ସହ ନୁହେଁ ନଣନ୍ଦଙ୍କ ସହିତ ଛୁଟି କଟାଉଛନ୍ତି । ରାଘବଙ୍କ ଭଉଣୀ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅଛନ୍ତି । ଏହି ଫଟୋ ଦେଖିବା ପରେ ତାଙ୍କର ଅନେକ ପ୍ରଶସଂକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ବିବାହ ପରେ ରାଘବଙ୍କୁ ଛାଡ଼ି ଏକା ମାଲଦ୍ୱୀପ ଯିବା ଠିକ୍ ହୋଇନାହିଁ ବୋଲି ଅନେକ ମତ ରଖିଛନ୍ତି । ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ସାଂସଦ ରାଘବ ଚଢା ବିବାହ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି । ଗତ ୨୪ ତାରିଖରେ ରାଜସ୍ଥାନର ଉଦୟପୁରରେ ଥିବା ‘ଦି ଲୀଲା ପ୍ୟାଲେସ’ରେ ଉଭୟଙ୍କ ବିବାହ ଧୂମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଥ୍‌ôଲା । ବିବାହ ପରେ ରାଘବ ଓ ପରିଣୀତିଙ୍କ ଗୋଟିଏ ପରେ ଗୋଟିଏ ଫଟୋ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଯାହାକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami