ପୋଲିସ ପରୀକ୍ଷା ଆଡ୍‌ମିଟ୍ କାର୍ଡରେ ସନ୍ନି ଲିଓନ୍‌ଙ୍କ ଫଟୋ ଓ ନାଁ

Above Post Content

ମୁମ୍ବାଇ: କନଷ୍ଟେବଳ ପରୀକ୍ଷା ଦେବେ ବଲିଉଡ଼ ଅଭିନେତ୍ରୀ ସନ୍ନି ଲିଓନ ! ଏବେ ତାଙ୍କର ଆଡ଼ମିଟ୍ କାର୍ଡ଼ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ସନ୍ନି ଲିଓନଙ୍କର ଦୁଇଟି ଫଟୋ ରହିଥିବା ବେଳେ ନାଁ ଉଲ୍ଲେଖ ରହିଛି । ଉତ୍ତର ପ୍ରଦେଶ ପୋଲିସ କନଷ୍ଟେବଳ ଚାକିରି ନିମନ୍ତେ ଉଦ୍ଦିଷ୍ଟ ପରୀକ୍ଷା ନିମନ୍ତେ ପ୍ରସ୍ତୁତ କରାଯାଇଥିବା ଆଡ୍‌ମିଟ୍ କାର୍ଡଗୁଡ଼ିକ ମଧ୍ୟରୁ ଗୋଟିକରେ ଅଭିନେତ୍ରୀ ସନ୍ନି ଲିଓନ୍‌ଙ୍କ ଫଟୋ ଓ ନାଁ ରହିଛି ।

Middle post content

ପ୍ରାର୍ଥୀ ଭୁଲ୍‌ରେ କରିଥିଲେ ଅଭିନେତ୍ରୀଙ୍କ ଫଟୋ ଅପ୍‌ଲୋଡ

After 2nd paragraph post ads

ଭାଇରାଲ ହେଉଥିବା ଆଡ଼ମିଟ୍ କାର୍ଡ଼ରେ ଉଲ୍ଲେଖ ରହିଛି ଯେ, କନ୍ନେଜରେ ଥିବା ଶ୍ରୀମତୀ ସୋନେଶ୍ରୀ ମେମୋରିଆଲ୍ ଗାର୍ଲସ୍ କଲେଜ ପରୀକ୍ଷା କେନ୍ଦ୍ର ଓ ପୂର୍ବାହ୍ନ ୧୦ରୁ ଅପରାହ୍ଣ ୧୨.୦୫ ପରୀକ୍ଷା ସମୟ ଲେଖାଯାଇଛି । ଉତ୍ତର ପ୍ରଦେଶ ପୋଲିସ୍ ରିକ୍ରୁଟ୍‌ମେଣ୍ଟ ଆଣ୍ଡ୍ ପ୍ରମୋସନ୍ ବୋର୍ଡର ୱେବ୍‌ସାଇଟ୍‌ରେ ୧୨୨୫୮୫୭୪ ନମ୍ବରରେ ପଞ୍ଜୀକୃତ ହୋଇଥିବା ଏହି ଆଡ୍‌ମିଟ୍ କାର୍ଡରେ ଲିଓନ୍‌ଙ୍କ ଫଟୋ ମଧ୍ୟ ରହିଛି । ଏ ସଂକ୍ରାନ୍ତରେ ନିଜଆଡୁ ସ୍ପଷ୍ଟୀକରଣ ଦେଇ ‘ଉତ୍ତର ପ୍ରଦେଶ ପୋଲିସ୍ ରିକ୍ରୁଟ୍‌ମେଣ୍ଟ ଆଣ୍ଡ୍ ପ୍ରମୋସନ୍ ବୋର୍ଡ’ କହିଛି ଯେ, ସନ୍ନି ଲିଓନ୍‌ଙ୍କ ନାମ ଥାଇ ଭାଇରାଲ୍ ହୋଇଥିବା ଆଡ୍‌ମିଟ୍ କାର୍ଡଟି ଜାଲ୍ (ଫେକ୍‌) । ପରୀକ୍ଷା ଦେବା ପାଇଁ ଆବେଦନ କରୁଥିବା ବେଳେ ଜଣେ ପ୍ରାର୍ଥୀ ଭୁଲ୍‌ରେ ଅଭିନେତ୍ରୀଙ୍କ ଫଟୋ ଅପ୍‌ଲୋଡ୍ କରିଦେଇଥିଲେ । ଅଭିଯୋଗ ପାଇବା ପରେ ରିକ୍ରୁଇଟ୍‌ମେଣ୍ଟ ବୋର୍ଡ ତୁରନ୍ତ ତାହାକୁ ସଂଶୋଧନ କରିଥିଲା । ସୂଚନାଯୋଗ୍ୟ, ଶନିବାରଠାରୁ ଉତ୍ତର ପ୍ରଦେଶ ପୁଲିସ କଷ୍ଟବଳ ଚାକିରି ନିମନ୍ତେ ପରୀକ୍ଷା ଆରମ୍ଭ ହୋଇଛି । ଏହା ଦୁଇ ଦିନ ଧରି ଚାଲିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami