ଚେକ୍ ବାଉନ୍ସ ମାମଲାରେ ଫିଲ୍ମ ନିର୍ମାତା ରାଜକୁମାର ସନ୍ତୋଷୀଙ୍କୁ ୨ ବର୍ଷ ଜେଲ

Above Post Content

ମୁମ୍ବାଇ: ବଲିଉଡ଼ର ଜଣାଶୁଣା ଫିଲ୍ମ ନିର୍ମାତା ରାଜକୁମାର ସନ୍ତୋଷୀଙ୍କୁ ୨ ବର୍ଷ ଜେଲ । ଚେକ୍ ବାଉନ୍ସ ମାମଲାରେ କୋର୍ଟ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତିି । ଏଥିସହ ଜରିମନା ବାବଦକୁ ତାଙ୍କୁ ୨ କୋଟି ଟଙ୍କା ଜମା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ଦଣ୍ଡାଦେଶ ବିପକ୍ଷରେ ଆବେଦନ କରିବା ପାଇଁ କୋର୍ଟ ସନ୍ତୋଷଙ୍କୁ ୩୦ ଦିନ ସମୟ ଦେଇଛନ୍ତି ।

Middle post content

୨କୋଟି ଟଙ୍କା ଜରିମାନା ନିର୍ଦ୍ଦେଶ

After 2nd paragraph post ads

ରାଜକୁମାର ସନ୍ତୋଷୀ ଏକ ଫିଲ୍ମ ପ୍ରୋଜେକ୍ଟ ପାଇଁ ଜାମନଗରର ବ୍ୟବସାୟୀ ଅଶୋକ ଲାଲଙ୍କ ଠାରୁ ୧ କୋଟି ଟଙ୍କା ଋଣ ନେଇଥିଲେ । କିନ୍ତୁ ପରେ ସେ ଏହି ଟଙ୍କା ଫେରସ୍ତ କରି ନ ଥିଲେ । ଏହାକୁ ନେଇ ଅଶୋକ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । ଶନିବାର ଦିଲ୍ଲୀ ସ୍ଥିତ ଜାମନଗରର କୋର୍ଟ ଏହି ମାମଲାର ଶୁଣାଣି କରି ସନ୍ତୋଷୀଙ୍କ ବିରୋଧରେ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଚେକ୍ ବାଉନ୍ସ ମାମଲାରେ କୋର୍ଟ ତାଙ୍କୁ ଚେକ୍ ରାଶିର ୨ ଗୁଣା ଅର୍ଥାତ ୨ କୋଟି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ୨୦୧୯ ମସିହାରେ ଜାମନଗର କୋର୍ଟ ରାଜକୁମାରଙ୍କୁ ଶୁଣାଣି ପାଇଁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସେ ହାଜର ହୋଇ ନ ଥିଲେ । ଏହି ମାମଲାରେ ୧୮ ଥର ଶୁଣାଣି ହୋଇଥିଲେ ହେଁ ରାଜକୁମାର କୋର୍ଟରେ ଥରୁଟିଏ ବି ହାଜର ହୋଇ ନ ଥିଲେ । ପ୍ରାରମ୍ଭରେ ଚେକ୍ ବାଉନ୍ସ ହେବା ପରେ ରାଜକୁମାରଙ୍କୁ ୧୫ ହଜାର ଟଙ୍କା ଦେବାକୁ ଜାମନଗର କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ୬୭ ବର୍ଷୀୟ ଫିଲ୍ମ ନିର୍ମାତା ସନ୍ତୋଷୀ ‘ଘାୟଲ’, ‘ଘାତକ’ ଓ ‘ଦାମିନୀ’, ‘ଅଜବ ପ୍ରେମ୍ କି ଗଜବ କାହାନୀ’, ‘ପୁକାର’, ‘ଲଜ୍ଜା’ ଭଳି ଅନେକ ସୁପରହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami