ଏକାଠି ବଡ ପରଦାରେ ନଜର ଆସିବେ ଶାହାରୁଖ-ସୁହାନା

Above Post Content

ମୁମ୍ବାଇ: ବଲିଉଡର ବାଦଶାହା ଶାହରୁଖ ଖାନ୍ ପ୍ରଥମ ଥର ପାଇଁ ତାଙ୍କ ଝିଅ ସୁହାନାଙ୍କ ସହ ବଡ ପରଦାରେ ନଜର ଆସିବେ । ଗୋଟିଏ ଫିଲ୍ମରେ ବାପା-ଝିଅ ଏକାଠି ନଜର ଆସିବା ନେଇ ଉଭୟ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏହି ଖବର ପାଇବା ପରେ ପ୍ରଶଂସକମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ଏହା ଏକ ନୂଆ କଥା ନୁହେଁ, ଯେତେବେଳେ ଗୋଟିଏ ପରିବାରର ଦୁଇଜଣ ଲୋକ ଏକାଠି ଫ୍ରେମରେ ନଜର ଆସିବେ । ରିୟଲ ଲାଇଫର ବାପା-ପୁଅ କିମ୍ବା ଭାଇଭଉଣୀମାନେ ସ୍କ୍ରିନ ଶେୟାର କରି ସାରିଛନ୍ତି । ଏବେ ଶାହରୁଖ ଏବଂ ତାଙ୍କ ଝିଅ ସୁହାନା ଖାନ୍‌ଙ୍କ ଗୋଟିଏ ଫିଲ୍ମରେ ନଜର ଆସିବା ନେଇ ଉଭୟ ହେଡ଼ଲାଇନ୍‌ରେ ଅଛନ୍ତି । ଉଭୟ ଖୁବ ଶୀଘ୍ର ଫିଲ୍ମର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ଜାନେ ଜାନ ଏବଂ କାହାଣୀ ଫିଲ୍ମର ନିର୍ଦ୍ଦେଶକ ସୁଜାୟ ଘୋଷ । ଏହାପୂର୍ବରୁ ସେ ସେପ୍େଟମ୍ବରରେ ଜାନେ ଜାନ ରିଲିଜ ହେବା ପରେ ହିଁ ଏହି ଫିଲ୍ମର ସୁଟିଂ ଆରମ୍ଭ କରିବାକୁ ଯାଉଥିଲେ । କିନ୍ତୁ ଲେଖକ ଫିଲ୍ମର ସ୍କ୍ରିପ୍ଟକୁ ଆହୁରି ଉନ୍ନତ କରିବାକୁ ଚାହୁଁଥିଲେ । ଏଥିପାଇଁ ତାଙ୍କୁ ସମୟ ଆବଶ୍ୟକ ଥିଲା, କାରଣ ସେ ଏହି ଫିଲ୍ମର ମହତ୍ୱ୍ୱ ଜାଣନ୍ତି ।

Middle post content

ଶାହାରୁଖଙ୍କ ପାଇଁ ଚଳିତ ବର୍ଷ ଖୁସିର ବର୍ଷ

After 2nd paragraph post ads

ଶାହାରୁଖ ପ୍ରଥମ ଥର ପାଇଁ ତାଙ୍କ ଝିଅ ସହିତ ଏକ ଫିଲ୍ମ କରିବା ତାଙ୍କ ପ୍ରଶଂସକଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ । ସେଥିପାଇଁ ସେ ସ୍କ୍ରିପ୍ଟରେ କୌଣସି କମି ଛାଡିବାକୁ ଚାହାଁନ୍ତି ନାହାଁନ୍ତି । ଚଳିତ ବର୍ଷ ଶାହାରୁଖ ଏବଂ ତାଙ୍କ ପରିବାର ପାଇଁ ବହୁତ ଖୁସିର ବର୍ଷ ରହିଛି । ଗୋଟିଏ ପଟେ ପଠାନ ଏବଂ ଯବାନର ସଫଳତା ପରେ ଶାହାରୁଖଙ୍କ ତୃତୀୟ ମୁଭି ଡଙ୍କି ଡିସେମ୍ବର ୨୧ରେ ରିଲିଜ ହେବାକୁ ଯାଉଛି । ଏଥି ସହିତ ସୁହାନା ତାଙ୍କ ଫିଲ୍ମ ଦି ଆର୍ଚିଜ ସହିତ ଅଭିନୟ ଆରମ୍ଭ କରିବାକୁ ଯାଉଛନ୍ତି । ଡିସେମ୍ବର ୭ରେ ତାଙ୍କ ଫିଲ୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ । ଉଭୟ ନିଜ ମୁଭିର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏଭଳି ପରିସ୍ଥିତିରେ ସେ ସୁଜୟଙ୍କ ଗୁପ୍ତଚର ଥ୍ରୀଲର ଫିଲ୍ମର ସୁଟିଂ ଆରମ୍ଭ କରିବାକୁ ମଧ୍ୟ ସମୟ ପାଇନଥିଲେ । ସେମାନଙ୍କର ମୁଭି ରିଲିଜ ହେବା ପରେ ଦୁହେଁ ଏକାଠି ବସି ଡିସେମ୍ବର ଶେଷରେ ଏହି ବିନା ଟାଇଟଲ ଫିଲ୍ମର ସ୍କ୍ରିପ୍ଟ ପଢିବେ । ଏହି ଫିଲ୍ମର ସୁଟିଂ ଆସନ୍ତା ବର୍ଷ ଜାନୁୟାରୀ ଶେଷ କିମ୍ବା ଫେବୃୟାରୀ ଆରମ୍ଭରୁ ଆରମ୍ଭ ହେବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami