ଶୀତୁଆ ସକାଳରେ ଝୁମିବେ ରାଜଧାନୀବାସୀ

Above Post Content

ଭୁବନେଶ୍ୱର: ରାଜଧାନୀକୁ ପୁଣି ଫେରିବ ରାହାଗିରି । ଶୀତୁଆ ସକାଳରେ ଝୁମିବେ ରାଜଧାନୀବାସୀ । ଡିସେମ୍ବର ୧୦ ରବିବାର ଏବଂ ଜାନୁଆରୀ ମାସର ଦୁଇଟି ରବିବାର ଏହି ରାହାଗିରି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ତିନୋଟି ଜୋନରେ ତିନୋଟି ରାହାଗିରି କରାଯିବ । ରାହାଗିରି ପାଇଁ କମିଟି ଗଠନ କରିବ ବିଏମସି । ରାହାଗିରିରେ ୩ଟି ନୂଆଁନୂଆଁ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । କମିଟି ନିଷ୍ପତି କ୍ରମେ କାର୍ଯ୍ୟକ୍ରମ କରାଯିବ । ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ ।

Middle post content

ଯୁବପିଢି ଦେଖାନ୍ତି କଳାକୌଶଳ

After 2nd paragraph post ads

ରାହାଗିରି ଦିବସ ପାଳନ ସମୟରେ ସେହି ରାସ୍ତାରେ ଗାଡ଼ି ଚଳାଚଳ କରିବନି ।ଏହା ସକାଳ ୬ଟା ୩୦ରୁ ପୂର୍ବାହ୍ନ ୧୦ଟା ୩୦ ପର୍ଯ୍ୟନ୍ତ ପାଳନ କରାଯାଇଥାଏ । ଯେଉଁ ସ୍ଥାନରେ ରାହାଗିରି ପାଳନ କରାଯାଏ ଉକ୍ତ ରାସ୍ତା ଲୋକାରଣ୍ୟ ହୋଇଯାଇଥାଏ । ରାସ୍ତା ଉପରେ ଯୁବପିଢ଼ି ବିଭିନ୍ନ କଳାକୌଶଳ ପ୍ରଦର୍ଶନ କରିଥାନ୍ତି । ଏହାସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥାଏ । କିଏ ସ୍କେଟିଂ ମାଧ୍ୟମରେ ନିଜ କଳା କୌଶଳ ପ୍ରଦର୍ଶନ କରିଥିଲା ତ ଆଉ କିଏ ଦଉଡ଼ି ମାଧ୍ୟମରେ । ଏହାସହ ଛୋଟଛୋଟ ପିଲାମାନେ ଭଳିକି ଭଳି ଚିତ୍ର ଆଙ୍କି ରାହାଗିରି ଦିବସର ମଜା ଉଠାଇଥାଆନ୍ତି । ଏଥି ସହିତ ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷାର ଲାଭ ଉଠାଇଥାନ୍ତି । ବର୍ତ୍ତମାନ ରାହାଗିରି ଦିବସର ନାମ ପଥ ଉତ୍ସବ ରଖାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami