ପୁରୀରେ ପହଞ୍ଚିଲା ରଥ ଦଉଡ଼ି, ଜୁଲାଇ ୭ରେ ଶ୍ରୀଜିଉଙ୍କ ରଥଯାତ୍ରା

Above Post Content

ପୁରୀ : ଆସନ୍ତା ଜୁଲାଇ ୭ ତାରିଖରେ ମହାପ୍ରଭୁଙ୍କ ରଥଯାତ୍ରା । ଏଥିପାଇଁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଯାଇଛିି । ବୁଧବାର ପବିତ୍ର ଶ୍ରୀରାମ ନବମୀରେ ରଥକାଠ ଚିରଟ ଆରମ୍ଭ ହୋଇଥିବା ବେଳେ ଆସନ୍ତା ଅକ୍ଷୟ ତୃତୀୟାଠାରୁ ରଥ ନିର୍ମାଣ ଶୁଭାରମ୍ଭ ହେବ । ତେବେ ଚଳିତବର୍ଷ ବହୁ ପୂର୍ବରୁ ପୁରୀରେ ପହଞ୍ଚିଛି ରଥ ଦଉଡ଼ି । ଗୁରୁବାର ବୀରପ୍ରତାପପୁରସ୍ଥିତ ରାଜ୍ୟ ସମବାୟ କତା ନିଗମରୁ ୨୬ଟି ଦଉଡ଼ି ଏକ ଗାଡ଼ିରେ ଆସି ପହଞ୍ଚିବା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରଖାଯାଇଛି । ଶ୍ରୀମନ୍ଦିର ତତ୍ତ୍ୱାବଧାରକ ସୁଦର୍ଶନ ମେକାପ ଏହି ଦଉଡ଼ି ଗ୍ରହଣ କରିଛନ୍ତି ।

Middle post content

୧୪ କାରିଗର ତିଆରି କରିଥିଲେ ଦଉଡ଼ି

After 2nd paragraph post ads

ଏ ବର୍ଷ ୧୪ଟି ରଥଟଣା ଦଉଡ଼ି ଏବଂ ୧୨ଟି ଘେର ଦଉଡ଼ି ଦେବା ପାଇଁ କତା ନିଗମକୁ ଅର୍ଡର ଦିଆଯାଇଥିଲା । ଏହି ୧୨ଟି ଘେର ଦଉଡ଼ି ମଧ୍ୟରେ ୩ଟି ଇନର କର୍ଡନ, ୩ଟି ଆଉଟ୍‌ର କର୍ଡନ, ୩ଟି ଜେନେରାଲ କର୍ଡନ ଏବଂ ୩ଟି ପୁଲିସ କଡର୍ ଦଉଡ଼ି ରହିଛି । ଗୋଟିଏ ଟଣା ଦଉଡ଼ିର ଲମ୍ବ ପ୍ରାୟ ୨୨୦ ଫୁଟ ଏବଂ ମୋଟେଇ ୮ ଇଞ୍ଚ ରହିଛି । ସେହିପରି ଘେର ଦଉଡ଼ି ମଧ୍ୟରେ ଇନର କର୍ଡନର ଲମ୍ବ ୨୭୦ ଫୁଟ, ଆଉଟର କର୍ଡନର ଲମ୍ବ ୩୭୫ ଫୁଟ, ଜେନେରାଲ କର୍ଡନ ୪୫୦ ଫୁଟ ଏବଂ ପୁଲିସ କର୍ଡନ ୧୦୦ ଫୁଟର ଦଉଡ଼ି ରହିଛି । ପ୍ରାୟ ମାସେ ଧରି ୧୪ ଜଣ କର୍ମଚାରୀ ଏହି ଦଉଡ଼ି ତିଆରିରେ ଲାଗିଥିଲେ । ଦୀର୍ଘ ୧୭ ବର୍ଷ ହେଲାଣି ରାଜ୍ୟ ସମବାୟ କତା ନିଗମ ରଥଯାତ୍ରା ପାଇଁ ଆବଶ୍ୟକ ଦଉଡ଼ି ଯୋଗାଇଆସୁଛି । କେବଳ ପୁରୀ ନୁହେଁ, ଓଡ଼ିଶାର ଅନ୍ୟ ଜଗନ୍ନାଥ ମନ୍ଦିରକୁ ମଧ୍ୟ ନିଗମ ରଥ ଦଉଡ଼ି ଦେଉଥିବା ଜଣାପଡିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami