ଜାମିନ ପାଇଁ ଅଧିକ ମିଠା ଖାଉଛନ୍ତି କେଜ୍ରିୱାଲ, ଅଭିଯୋଗ କଲା ଇଡି

Above Post Content

ନୂଆଦିଲ୍ଲୀ : ଜାମିନ ପାଇଁ ଜେଲରେ ଜାଣିଶୁଣି ଅଧିକ ମିଠା ଖାଉଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କୋର୍ଟରେ ଏପରି ଅଭିଯୋଗ କରିଛି ଇଡ଼ି । କେଜ୍ରିୱାଲ ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ଅଛନ୍ତି । ଏହି ସମୟରେ କେଜ୍ରିୱାଲ ଭିଡିଓ କନଫରେନ୍ସ ଜରିଆରେ ଜେଲରେ ରହି ପୂର୍ବରୁ ନିୟମିତ ତାଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କଠାରୁ ପରାମର୍ଶ ନେବାକୁ ଆବେଦନ କରିଥିଲେ । କେଜ୍ରିୱାଲଙ୍କ ଏହି ଆବେଦନ ଦିଲ୍ଲୀ କୋର୍ଟରେ ଶୁଣାଣି ହେବା ସମୟରେ ଇଡି କେଜ୍ରିୱାଲଙ୍କ ବିରୋଧରେ ଅଭିଯୋଗ କରିଛି କି ଜାମିନ ପାଇଁ ଜାଣିଶୁଣି ଜେଲରେ ମିଠା ଖାଉଛନ୍ତି କେଜ୍ରିୱାଲ ।

ନିୟମିତ ଖାଉଛନ୍ତି ଆମ୍ବ,ଆଳୁପୁରୀ,ମିଠା

After 2nd paragraph post ads
Middle post content

କୋର୍ଟରେ ଇଡି ପକ୍ଷରୁ କୁହାଯାଇଛି ଯେ, ଜେଲରେ ଜାଣିଶୁଣି କେଜ୍ରିୱାଲ ଅଧିକ ମିଠା ଖାଉଛନ୍ତି । କେଜ୍ରିୱାଲ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ । ତଥାପି ସେ ଜେଲରେ ପ୍ରଚୁର ଆମ୍ବ, ଆଳୁ ପୁରୀ ଓ ମିଠା ଖାଉଛନ୍ତି । ପ୍ରତିଦିନ ସେ ମିଠା ଓ ଆମ୍ବ ଖାଇ ନିଜର ରକ୍ତ ସର୍କରାକୁ ବୃଦ୍ଧି କରିବାରେ ଲାଗିଛନ୍ତି । ରକ୍ତ ସର୍କରା ବା ବ୍ଲଡ ସୁଗାର ବଢ଼ିବା ପରେ ସେ ମେଡିକାଲ ଗ୍ରାଉଣ୍ଡରେ ଜାମିନ ପାଇଯିବେ ବୋଲି ଲକ୍ଷ୍ୟ ରଖିଛନ୍ତି ବୋଲି ଇଡି କୋର୍ଟକୁ ଜଣାଇଛି । ଇଡି କୋର୍ଟରେ କହିଛି ଯେ କେଜ୍ରିୱାଲ ଟାଇପ ୨ ମଧୁମେହ ରୋଗରେ ପୀଡ଼ିତ । ଏଣୁ ସେ କଦଳୀ, ମିଠା, ପୁରୀ, ଆଳୁ ତରକାରୀ ଇତ୍ୟାଦି ଖାଇବା ଅନୁଚିତ । କାରଣ ଏହା ଖାଇଲେ ରକ୍ତ ସର୍କରା ବୃଦ୍ଧି ପାଇବ । ତଥାପି ସେ ମିଠା ଜାତୀୟ ଖାଦ୍ୟ ଖାଉଛନ୍ତି ।

ସୁଗାର ଥିଲା ୧୩୯ ଏବେ ଅଛି ୨୭୬

କେଜ୍ରିୱାଲଙ୍କ ମେଡିକାଲ ରିପୋର୍ଟକୁ ଦେଖାଇ ଇଡି କହିଛି ଯେ ଏପ୍ରିଲ ୧ରେ କେଜ୍ରିୱାଲ ତିହାର ଜେଲକୁ ଆସିଥିଲେ । ସେହି ସମୟରେ ତାଙ୍କ ସୁଗାର ୧୩୯ ଏମଜି/ଡିଏଲ ଥିଲା । କିନ୍ତୁ ଏପ୍ରିଲ ୧୪ ତାରିଖ ସକାଳ ସୁଦ୍ଧା ଏହା ୨୭୬ ଏମଜି/ଡିଏଲରେ ପହଞ୍ଚି ଯାଇଛି । ଇଡିର ଏହି ଅଭିଯୋଗକୁ ନେଇ କୋର୍ଟ କେଜ୍ରିୱାଲଙ୍କ ଓକିଲଙ୍କୁ ଜେଲର ରିପୋର୍ଟ ଏବଂ କେଜ୍ରିୱାଲଙ୍କ ଡାଏଟ ପ୍ଳାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତାକାଲି ହେବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami