ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି

Above Post Content

ମୁମ୍ବାଇ : ପୁଣି ଅଡ଼ୁଆରେ ଫସିଲେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା । ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରିଛି ଇଡ଼ି । ଏହି ସମ୍ପତ୍ତିରେ ତାଙ୍କ ପତ୍ନୀ ଶିଳ୍ପା ସେଟ୍ଟୀଙ୍କ ନାମରେ ମୁମ୍ବାଇର ଜୁହୁରେ ଥିବା ଏକ ଫ୍ଲାଟ୍ ମଧ୍ୟ ରହିଛି । ମହାରାଷ୍ଟ୍ର ପୋଲିସ ଏବଂ ଦିଲ୍ଲୀ ପୋଲିସ ଦ୍ୱାରା ରୁଜୁ କରାଯାଇଥିବା ଏଫ୍‌ଆଇଆର ଆଧାରରେ ଯାଞ୍ଚ ଆରମ୍ଭ ହୋଇଛି ।

Middle post content

ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

After 2nd paragraph post ads

ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ୯୭ କୋଟିର ସମ୍ପତ୍ତି ଇଡି ଗୁରୁବାର ଜବତ କରିନେଇଛି । ସେଥିରେ ଶିଳ୍ପାଙ୍କ ଫ୍ଲାଟ୍ ସହ ପୁଣେରେ ଥିବା ଅନ୍ୟ ସମ୍ପତ୍ତି ରହିଛି । ଏହାଛଡ଼ା ଏକ ବଙ୍ଗଳା ଏବଂ କୁନ୍ଦ୍ରାଙ୍କ ନାମରେ ଥିବା ଇକ୍ୱୁଟି ଶେୟାର ମଧ୍ୟ ଥିବା ଇଡି କହିଛି । ନିର୍ଦ୍ଦେଶାଳୟ ପକ୍ଷରୁ ଜଣାଯାଇଛି ଯେ, ଇଡି ମୁମ୍ବାଇର ଜୋନାଲ କାର୍ଯ୍ୟାଳୟ( ପିଏମ୍‌ଏଲ୍‌ଏ),୨୦୦୨ର ନିୟମ ଅନୁଯାୟୀ କୁନ୍ଦ୍ରାଙ୍କ ଚଳଅଚଳ ସମ୍ପତ୍ତିକୁ ଅସ୍ଥାୟୀ ଭାବେ ଜବତ କରିନିଆଯାଇଛି । କୁନ୍ଦ୍ରା ଅନ୍ୟ ଲୋକଙ୍କ ସହ ମିଶି ଜନତାଙ୍କଠାରୁ ବିଟ୍‌କଏନ୍ ଭାବେ ପ୍ରତି ମାସରେ ୧୦%ର ରିଟର୍ନକୁ ନେଇ ମିଥ୍ୟ ପ୍ରତିଶ୍ରୁତି ଦେଇ ଟଙ୍କା ହଡ଼ପ କରିଛନ୍ତି । ଯାଞ୍ଚରେ ଜଣାପଡ଼ିଛି ଯେ ୟୁକ୍ରେନ୍‌ରେ ବିଟ୍ କଏନ ମାଇନିଂ ଫାର୍ମ ସ୍ଥାପନ କରିବା ଲାଗି ବିଟକଏନ୍ ଘୋଟାଲାର ମାଷ୍ଟରମାଇଣ୍ଡ ଏବଂ ପ୍ରମୋଟର ଅମିତ ଭରଦ୍ୱାଜଙ୍କଠାରୁ ତାଙ୍କୁ ୨୮୫ ବିଟକଏନ୍ ମିଳିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami