ରୋବଟ୍ ଶିଶୁକୁ କାଖେଇ ରାମ୍ପରେ ଚାଲିଲେ ମଡ଼େଲ

Above Post Content

ପ୍ୟାରିସ୍‌:  ରାମ୍ପରେ ସୁନ୍ଦରୀ ମଡ଼େଲଙ୍କ ସହ ଶିଶୁ ରୋବଟ୍ । ପୃଥିବୀର ଫ୍ୟାଶନ ସେଣ୍ଟର କୁହାଯାଉଥିବା ଫ୍ରାନ୍ସର ରାଜଧାନୀ ପ୍ୟାରିସ୍‌ରେ ଏଭଳି ଶିଶୁ ରୋବଟ୍‌ଙ୍କୁ ଦେଖିବାକୁ ମିଳିଛି, ଯାହାକୁ ନେଇ ସାରା ବିଶ୍ୱରେ ଢେର ଚର୍ଚ୍ଚା । ବିଶେଷକରି ଶିଶୁ ରୋବଟ୍‌ଙ୍କ ଏହି ମଡ଼େଲିଂ ସମ୍ପର୍କିତ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଛାଇ ହୋଇଯାଇଛି । ନିକଟରେ ପ୍ୟାରିସ୍‌ରେ ଅନୁଷ୍ଠିତ ହୋଇଥିଲା ‘ପ୍ୟାରିସ୍ କୋଟ୍ୟୁର୍ ୍ୱିକ୍‌’ । ଏଥିରେ ନାମିଦାମୀ ସୁନ୍ଦରୀ ମଡ଼େଲମାନେ ତ ଚାଲିଲେ, ହେଲେ କାଖରେ ଶିଶୁ ରୋବଟଙ୍କୁ ଧରି ରାମ୍ପରେ ଚାଲିଲେ ।

Middle post content

ଶିଶୁ ରୋବଟକୁ ଦେଖି ଲୋକେ ଆଶ୍ଚର୍ଯ୍ୟ

After 2nd paragraph post ads

ଡିଜାଇନର ଡାନିଏଲ୍ ରୋଜ୍‌ବେରିଙ୍କ ଦ୍ୱାରା ଏକ ପୋଷାକ ପ୍ରସ୍ତୁତ କରାଯାଇଛି, ଯାହା ବିଶ୍ୱବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି । ଫଟୋରେ ପ୍ରଦର୍ଶିତ ପୋଷାକଟି ଆଇଫୋନ୍‌-ପୂର୍ବ ସମୟର ବିଭିନ୍ନ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଖଞ୍ଜି ପ୍ରସ୍ତୁତ କରାଯାଇଛି । ଡାନିଏଲ୍‌ଙ୍କ ଅନ୍ୟ ଚର୍ଚ୍ଚିତ କୃତି ହେଉଛି ଏକ ପରିଧାନଯୋଗ୍ୟ ରୋବଟ୍ ଶିଶୁ । ଜଣେ ମଡେଲ୍ ଏହାକୁ କାଖେଇ ରାମ୍ପରେ ଚାଲିଥିଲେ । ଦର୍ଶକ ଆଶ୍ଚର୍ଯ୍ୟ ହୋଇ ପ୍ରଥମେ ଏହାକୁ ଏକ ଜୀବନ୍ତ ଶିଶୁ ବୋଲି ଭାବି ନେଇଥିଲେ । କିନ୍ତୁ ପରେ ଜଣାପଡ଼ିଥିଲା ଯେ ଫ୍ଲିପ୍ ଫୋନ୍‌, କମ୍ପ୍ୟୁଟର ମଦରବୋର୍ଡ, ସିଡି, କାଲ୍‌କୁଲେଟର୍ ଓ ଇଲେକ୍ଟ୍ରୋନିକ୍ ଚିପ୍ ଆଦି ଯନ୍ତ୍ରପାତି ଯୋଡ଼ି ଏହାକୁ ପ୍ରସ୍ତୁତ କରାଯାଇଛି । ଡାନିଏଲ୍ ପ୍ରକାଶ କରିଛନ୍ତି ଯେ ‘ଏଲିଅନ୍‌’ ନାମକ ହଲିଉଡ୍ ଚଳଚ୍ଚିତ୍ର ଦ୍ୱାରା ଅନୁପ୍ରାଣିତ ହୋଇ ଏହି ପରିଧାନଯୋଗ୍ୟ ରୋବଟ୍ ପ୍ରସ୍ତୁତ କରିଛନ୍ତି । ସେ ଉକ୍ତ ମଦରବୋର୍ଡ ପୋଷାକ ଓ ରୋବଟ୍ ଶିଶୁର ନାମ ଦେଇଛନ୍ତି- ‘ଦି ମଦର’ । ଏହାର ଫଟୋ ଇଣ୍ଟରନେଟ୍‌ରେ ପ୍ରସାରିତ ହେବା ପରେ ଭାଇରାଲ୍ ହେବାରେ ଲାଗିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami