ଅଭିନୟରେ ସଫଳତା ନ ମିଳିବାରୁ ଏବେ ନୂଆ ପେସାକୁ ବାଛିଲେ ପରୀ

Above Post Content

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ସାଂସଦ ରାଘବ ଚଢ଼ା ପତି-ପତ୍ନୀ ହୋଇସାରିଛନ୍ତି । ଏହି ଯୋଡ଼ିକୁ ଲୋକେ ଖୁବ୍ ପସନ୍ଦ କରନ୍ତି । ରାଘବ ଚଢ଼ାଙ୍କ ସହ ବିବାହ ପରେ ଅଭିନେତ୍ରୀଙ୍କ ଫିଲ୍ମ କ୍ୟାରିୟରକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଥିଲା । ଅନେକ ଲୋକ ବିଶ୍ୱାସ କରୁଥିଲେ ଯେ ପରିଣୀତି ରାଜନୀତିରେ ଯୋଗଦେବେ । ହେଲେ ପରିଣୀତିଙ୍କ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସିଛି, ଯାହା ତାଙ୍କ ପ୍ରଶଂସକଙ୍କୁ ଚକିତ କରିପାରେ ।

Middle post content

ସଙ୍ଗୀତ ଦୁନିଆର ଅଂଶ ହେବାକୁ ଚାହୁଁଛନ୍ତି

After 2nd paragraph post ads

ତେବେ ବର୍ତ୍ତମାନ ଏହି ସବୁ ଚର୍ଚ୍ଚାକୁ ନେଇ ପରିଣୀତି ନିଜର ନିରବତା ଭାଙ୍ଗିଛନ୍ତି । ବିବାହ ପରେ ପରିଣୀତି ଏବେ ତାଙ୍କ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି । ଏବେ ସେ ଅଭିନୟ ବ୍ୟତୀତ ସଙ୍ଗୀତ ଦୁନିଆରେ କ୍ୟାରିୟର କରିବାକୁ ଚାହୁଁଛନ୍ତି । ସେ ଗାଇ ନିଜର ଯାଦୁ ବିସ୍ତାର କରିବାକୁ ଯାଉଛନ୍ତି । ସୋସିଆଲ ମିଡିଆରେ ପରିଣୀତି ନିଜେ ଏହା ଘୋଷଣା କରିଛନ୍ତି । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ସେ କହିଛନ୍ତି ଯେ, ସେ ସଙ୍ଗୀତ ଜଗତରେ ନିଜର କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି । ଆଉ ଲେଖିଛନ୍ତି, ସଙ୍ଗୀତ ମୋ ପାଇଁ ସବୁବେଳେ ଖୁସିର ସ୍ଥାନ ହୋଇରହିଛି । ମୁଁ ବର୍ଷ ବର୍ଷ ଧରି ମଞ୍ଚରେ ଅନେକ ସଂଗୀତଜ୍ଞଙ୍କ ପ୍ରଦର୍ଶନ ଦେଖିଆସୁଛି । ବର୍ତ୍ତମାନ ମୁଁ ମଧ୍ୟ ଏହି ଦୁନିଆର ଏକ ଅଂଶ ହେବାକୁ ଯାଉଛି । ମୁଁ ନିଜକୁ ବହୁତ ଭାଗ୍ୟବାନ ମନେ କରୁଛି ଏବଂ ମୋ ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ମୁଁ ବହୁତ ଉତ୍ସାହିତ ଅଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami