ବଧୂ ବେଶରେ ସଜେଇ ହୋଇ ଗୀତ ଗାଇଲେ ରାନୁ

Above Post Content

ନୂଆଦିଲ୍ଲୀ: ବଧୂ ବେଶରେ ସଜେଇ ହେଲେ ରାନୁ ମଣ୍ଡଳ । କନିଆ ବେଶରେ ଗୀତ ବି ଗାଇଲେ । ତାଙ୍କର ଏହି ବଧୂବେଶକୁ ନେଇ ସେ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ତାଙ୍କର ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ହେଲେ ଏହି ଭିଡ଼ିଓକୁ ଅନେକ ଲୋକ ପସନ୍ଦ କରିଥିବା ବେଳେ ଆଉ କିଛି ତାଙ୍କୁ ଟ୍ରୋଲ ବି କରିଛନ୍ତି ।

ହିମେଶ ରେସମିଆଙ୍କ ଗୀତ ଗାଇ ହୋଇଥିଲେ ଲୋକପ୍ରିୟ

After 2nd paragraph post ads
Middle post content

ରାନୁ ମଣ୍ଡଳଙ୍କୁ ଆପଣ ନିଶ୍ଚୟ ମନେ ରଖିଥିବେ, ଯିଏକି ଷ୍ଟେସନରେ ଗୀତ ଗାଇ ଭାଇରାଲ ହୋଇଥିଲେ । ପରେ ସେ ରାତାରାତି ଫେମସ୍ ମଧ୍ୟ ହୋଇଥିଲେ । ବଲିଉଡରୁ ଗୀତ ଗାଇବା ପାଇଁ ତାଙ୍କ ପାଖକୁ ଅଫର ପରେ ଅଫର ଆସିଥିଲା । ଏମିତି କି କଣ୍ଠଶିଳ୍ପୀ ହିମେଶ ରେସମିଆଙ୍କ ଗୀତରେ ରାନୁ ମଣ୍ଡଳ କଣ୍ଠଦାନ କରିବାର ସୁଯୋଗ ବି ପାଇଥିଲେ । ସେ ସମୟରେ ହିମେଶଙ୍କ ବ୍ୟତୀତ ଅନେକ କଳାକାରମାନେ ରାନୁଙ୍କୁ ଗୀତ ଗାଇବାର ସୁଯୋଗ ଦେଇଥିଲେ । ହେଲେ ଦୁଃଖର ବିଷୟ ଧୀରେ ଧୀରେ ରାନୁଙ୍କ ଲୋକପ୍ରିୟତା କମିବାକୁ ଲାଗିଲା । ଲୋକେ ଆଉ ରାନୁଙ୍କୁ ଆଗ ଭଳି ଭଲ ପାଇବା ଦେଲେ ନାହିଁ ।

ସୋସିଆଲ ମିଡ଼ିଆରେ ଟ୍ରୋଲର ଶିକାର ହେଲେ ରାନୁ

କିଛିଦିନ ତଳେ ରାନୁଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଯାହାକୁ ଲୋକେ ଏତେଟା ପସନ୍ଦ କରି ନାହାନ୍ତି । ଓଲଟା ରାନୁଙ୍କୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ରାନୁଙ୍କ ଏହି ଭିଡିଓ ରାବି ପାଲ ନାମକ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରାଯାଇଛି । ଏଥିରେ ରାନୁ ଏକ ଲାଲରଙ୍ଗର ଶାଢ଼ି ପିନ୍ଧି ବଙ୍ଗୀୟ ବଧୂ ଭଳି ମୁଣ୍ଡରେ ମୁକୁଟ ଓ ଚନ୍ଦନ ଟୋପା ଲଗାଇ ହାତରେ ଚୁଡ଼ି ପିନ୍ଧି ସଜେଇ ହୋଇଛନ୍ତି । ଏଭଳି ବେଶରେ ରାନୁ ଗୀତ ବି ଗାଉଛନ୍ତି ।ରାନୁଙ୍କୁ ଏଭଳି ବେଶରେ ଗୀତ ଗାଉଥିବା ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଟ୍ରୋଲ କରି ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି । ଜଣେ ଲେଖିଛନ୍ତି, ‘ରାନୁ ଆଣ୍ଟି ତୁମେ କେଉଁ ଗୀତ ଗାଉଛ । ମୋତେ ତ କୁରକୁରେ ମାଗିଲା ଭଳି ଶୁଣାଯାଉଛି । ତଥାପି, ସେ ଯେଉଁ ଭାଷାରେ ଗୀତ ଗାଉଛନ୍ତି ତାହା ସମସ୍ତଙ୍କ ପାଇଁ ବୁଝିବା ସହଜ ନୁହେଁ । କିନ୍ତୁ ତାଙ୍କ ସ୍ୱରର ମଧୁରତା ନିଶ୍ଚିତ ଭାବରେ ପ୍ରଲୋଭନକାରୀ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami