ସିଙ୍ଗାପୁରରେ ପ୍ରଦର୍ଶିତ ହେଲା ଓଡ଼ିଆ ଫିଲ୍ମ ‘ପ୍ରତୀକ୍ଷା’

Above Post Content

ଭୁବନେଶ୍ୱର: ସିଙ୍ଗାପୁରରେ ପ୍ରଦର୍ଶିତ ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ ଓଡ଼ିଆ ଫିଲ୍ମ ‘ପ୍ରତୀକ୍ଷା’ । ସିଙ୍ଗାପୁର ଓଡ଼ିଆ ସମାଜ ଏହାର ଆୟୋଜନ କରିଥିଲେ । ଏଥିରେ ପ୍ରାୟ ଶହେ ଲୋକ ଯୋଗ ଦେଇ ଫିଲ୍ମ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖିଥିଲେ । ଓଡ଼ିଆ ବ୍ୟତୀତ ଅନ୍ୟ ରାଜ୍ୟର ବିଭିନ୍ନ ଭାଷାଭାଷୀର ଦର୍ଶକ ମଧ୍ୟ ଏହି ଫିଲ୍ମ ଦେଖିଥିଲେ । ଏହାକୁ ଦେଖିବା ପରେ ଦର୍ଶକ ଫିଲ୍ମର ଭୁରିଭୁରି ପ୍ରଶଂସା କରିଥିଲେ ।

Middle post content

ମଧ୍ୟବିତ୍ ପରିବାରରେ ବାପପୁଅ ସମ୍ପର୍କକୁ ନେଇ ନିର୍ମିତ ହୋଇଛି ଫିଲ୍ମ

After 2nd paragraph post ads

ମଧ୍ୟବିତ୍ତ ପରିବାରରେ ବାପପୁଅଙ୍କ ସଂପର୍କ ଓ ଚାକିରି ପାଇଁ କେମିତି ପୁଅ ବିଭିନ୍ନ ସମସ୍ୟାର ସମ୍ମୁ୍‌ଖୀନ ହୁଏ ତାହା ଏହି ଫିଲ୍ମରେ ଚିତ୍ରଣ କରାଯାଇଛି । ବିଶିଷ୍ଟ କଥାକାର ଗୌରହରି ଦାସଙ୍କ କ୍ଷୁଦ୍ରଗଳ୍ପ ‘ବାପା’ର କାହାଣୀକୁ ନେଇ ଏହି ଫିଲ୍ମ ନିର୍ମାଣ କରାଯାଇଛି । ଏଥିରେ ଯୁବ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ନିର୍ଦ୍ଦେଶନା ଦେଇଛନ୍ତି । ଏହା ୨୦୨୨ ଡିସେମ୍ବର ୨ ତାରିଖରେ ମୁକ୍ତି ଲାଭ କରିଥିଲା । ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ସମାରୋହରେ ଫିଚର ଫିଲ୍ମ ବର୍ଗରେ ‘ପ୍ରତୀକ୍ଷା’କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ କରିଥିଲେ । ଏଥିରେ ଦୀପାନ୍ୱିତ, ବର୍ଷା ପଟ୍ଟନାୟକ, ଜୟପ୍ରକାଶ ଏବଂ ସିଦ୍ଧାନ୍ତ ମହାପାତ୍ର ପ୍ରମୁଖ ଅଭିନୟ କରିଛନ୍ତି । ଏହି ଫିଲ୍ମରେ ଲୋକେ ଖୁବ୍ ପସନ୍ଦ କରିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami