ହାତ ଧରାଧରି ହୋଇ ଝିଅ ବିବାହ ଦେଖିଲେ ଅମିର-ରୀନା

Above Post Content

ମୁମ୍ବାଇ: ନିକଟରେ ବିବାହ କରିଛନ୍ତି ବଲିଉଡ଼ ଅଭିନେତା ଅମିର ଖାନଙ୍କ ଝିଅ ଇରା ଖାନ୍ । ଗତ ଜାନୁଆରି ୩ ତାରିଖରେ ଅତି ସାଧାରଣ ଭାବେ କୋର୍ଟ ମ୍ୟାରେଜ କରିଥିଲେ ଅମିରଙ୍କ ଝିଅ ଇରା ଓ ଜ୍ୱାଇଁ ନୁପୂର ଶିଖରେ । ଗତକାଲି ସେମାନଙ୍କର ଗ୍ରାଣ୍ଡ୍ ରିସେପ୍‌ସନ ପାର୍ଟି ଧୂମ୍‌ଧାମରେ ଆୟୋଜିତ ହୋଇଥିଲା । ଆଉ ଏହାର ସୁନ୍ଦର ସୁନ୍ଦର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଫଟୋରେ ଅମିର ତାଙ୍କ ପ୍ରଥମ ପତ୍ନୀ ରୀନା ଦତ୍ତଙ୍କ ହାତ ଧରିଥିବାର ନଜର ଆସିଛନ୍ତି । ଉଭୟ ପତି-ପତ୍ନୀ ଝିଅ ଇରା ସହ ବି ଛିଡ଼ା ହୋଇ ଅନେକ ପୋଜ୍ ଦେଇ ଫଟୋ ଉଠାଇଛନ୍ତି । ଏହି ଫଟୋକୁ ପ୍ରଶଂସକ ଖୁବ ପସନ୍ଦ କରିଛନ୍ତି ।

Middle post content

ଦ୍ୱିତୀୟ ପତ୍ନୀଙ୍କୁ ଚୁମ୍ବନ ଦେଇ ଚର୍ଚ୍ଚାକୁ ଆସିଥିଲେ ଅମିର

After 2nd paragraph post ads

ଏହି ବିବାହରେ ଅମିରଙ୍କ ପରିବାରର ସମସ୍ତ ସଦସ୍ୟ ସାମିଲ ହୋଇଥିଲେ । ଅମିରଙ୍କ ପ୍ରଥମ ପତ୍ନୀ ରୀନା ଦତ୍ତ, ପୁଅ ଜୁନୈଦ, ଦ୍ୱିତୀୟ ପତ୍ନୀ କିରଣ ରାଓ ଓ ପୁଅ ଆଜାଦ୍ ପ୍ରମୁଖ ସମସ୍ତଙ୍କୁ ରିସେପ୍‌ସନ ପାର୍ଟିରେ ଦେଖିବାକୁ ମିଳିଛି । ଭାଇରାଲ୍ ଫଟୋରେ ଅମିର ଓ ରୀନା ପରସ୍ପରଙ୍କ ହାତ ଧରା ଧରି ହୋଇ ବସି ରହି ଝିଅର ବିବାହ ଏନ୍‌ଜୟ କରିଥିଲେ । ଏହି ସମୟରେ ରୀନାଙ୍କ ମୁହଁରେ ସୁନ୍ଦର ହସ ବି ଦେଖିବାକୁ ମିଳିଥିଲା । ଶନିବାର ଏକ ଗ୍ରାଣ୍ଡ୍ ରିସେପ୍‌ସନ ପାର୍ଟି ସହିତ ଅମିର ଖାନ୍‌ଙ୍କ ଝିଅ ଇରା ଖାନ୍ ଓ ଜ୍ୱାଇଁ ନୁପୂର ଶିଖରଙ୍କ ବିବାହ ଉତ୍ସବ ଶେଷ ହୋଇଛି । ଉଲ୍ଲେଖଯୋଗ୍ୟ, ପୂର୍ବରୁ ଝିଅ ବାହାଘର ଦିନ ଦ୍ୱିତୀୟ ପତ୍ନୀ କିରଣଙ୍କୁ ଅମିର ଚୁମ୍ବନ ଦେଇ ଚର୍ଚ୍ଚାକୁ ଆସିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami