ଅପରାହ୍ନ ସାଢେ ୩ଟା ପରେ ଗଡ଼ି ନ ପାରେ ମୋ ବସ

Above Post Content

ଭୁବନେଶ୍ୱର: ଜମୁଛି ପାର୍ବଣ । ରାଜଧାନୀରେ ଅସମ୍ଭାଳ ଭିଡ । ଭିଡ଼କୁ ଦୃଷ୍ଟିରେ ରଖି ଅପରାହ୍ନ ସାଢେ ତିନିଟା ପରେ ମୋ ବସ ଚାଲିବ କି ନାହିଁ ସେ ନେଇ ବିଚାର କରୁଛି କ୍ରୁଟ । ତେବେ ଅପରାହ୍ନ ୩.୩୦ଯାଏ ନିର୍ଦ୍ଧାରିତ ରୁଟରେ ମୋ ବସ ଚାଲିବ ବୋଲି କ୍ରୁଟ ପକ୍ଷରୁ ସୂଚନା ଦିଆ ଯାଇଛି । କ୍ରୁଟ ପକ୍ଷରୁ ଟୁଇଟ କରି କୁହାଯାଇଛି, ଅପରାହ୍ନରେ ଅସମ୍ଭାଳ ଭିଡ ଜମୁଛି । ଟ୍ରାଫିକ ସମସ୍ୟା ବି ଦେଖା ଦେଉଛି । ଏସବୁ ଭିତରେ ମୋ ବସ ଚାଲିବ କି ନାହିଁ ଏବଂ ଯଦି ଚାଲିବ ସମୟରେ ପରିବର୍ତ୍ତର୍ନ କରାଯିବ କି ଏସବୁ ପରିସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି ।

Middle post content

୮ କିମି ଯିବାକୁ ଲାଗୁଛି ଅଢେଇଘଣ୍ଟା

After 2nd paragraph post ads

ଦୁଇ ଦିନ ଧରି ମହାସପ୍ତମୀ ଓ ମହାଷ୍ଟମୀ ତିଥିରେ ପ୍ରବଳ ଭିଡ ହୋଇଥିଲା । ଏତେ ଭିଡି ଥିଲା ଯେ ଚାଲିଚାଲି ଯିବା ବି କାଠିକର ପାଠ ହୋଇ ପଡ଼ିଥିଲା । ୮ କିମି ଯିବାକୁ ଅଢେଇଘଣ୍ଟା ଲାଗୁଥିଲା । ବିଶେଷ କରି ରସୁଲଗଡ, ବାଣୀବିହାର, ଶିଶୁଭବନ, ଜୟଦେବବିହାର, ପଟିଆ, ବରମୁଣ୍ଡା, ଆଚାର୍ଯ୍ୟବିହାର ଆଦି ରାସ୍ତାରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।ପୂଜା ମଣ୍ଡପ ସାମ୍ନାରେ ଯିବାକୁ ବାଟ ନ ଥିଲା । ତେଣୁ ବସରେ ଏପରି ପରିବର୍ତ୍ତନ କରାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami