ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ: ଅଶାନ୍ତ ରହିବ ସମୁଦ୍ର

Above Post Content

ଭୁବନେଶ୍ୱର: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ । ସକ୍ରିୟ ଗଭୀର ଅବପାତ ଗତ ୬ ଘଣ୍ଟା ମଧ୍ୟରେ ସ୍ଥିର ଥିବା ଜଣାପଡିଛି । ବର୍ତ୍ତମାନ ପାରାଦୀପଠାରୁ ଏହା ୪୩୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ଆଗାମୀ ୧୮ ଘଣ୍ଟା ମଧ୍ୟରେ ଏହା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ବାତ୍ୟା ବାଂଲାଦେଶ ଉପକୂଳ ମୁହାଁ ହେବାର ଆଶଙ୍କା କରାଯାଉଛି ।

ଓଡ଼ିଶାରେ ବାତ୍ୟାର ପ୍ରଭାବ କ୍ଷୀଣ

After 2nd paragraph post ads

ବଙ୍ଗୋପସାଗରରେ ଲଘୁଚାପ, ସମ୍ଭାବ୍ୟ ଅବପାତ ଓ ଘୂର୍ଣ୍ଣିଝଡ଼ର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । ତେବେ ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର ଅନ୍ୟ ଅଞ୍ଚଳ ଆପାତତଃ ଶୁଖିଲା ରହିବ । ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଅବପାତ ସୋମବାର ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ । ୨୪ ତାରିଖ ବେଳକୁ ଏହା ବାତ୍ୟାର ରୂପ ନେଇପାରେ । ବାତ୍ୟା ରୂପ ନେଲେ ଏହାର ନାମ ରହିବ ‘ହାମୁନ୍‌’ ।

Middle post content

ବାଂଲାଦେଶ ମୁହାଁ ହେବ ବାତ୍ୟା

ବାତ୍ୟା ସୃଷ୍ଟି ହେବା ପରେ ବାଂଲାଦେଶ ମୁହାଁ ହେବାର ଥିବାରୁ ଓଡିଶା ଉପରେ ଏହାର ବିଶେଷ ପ୍ରଭାବ ରହିବ ନାହିଁ । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ କଟକ, ଭୁବନେଶ୍ୱର, ବ୍ରହ୍ମପୁର, ରାଉରକେଲାରେ ପାଗ ଶୁଖିଲା ରହିବ । ୨୩ ଓ ୨୪ ତାରିଖରେ ଏସବୁ ସହରରେ ବର୍ଷାର ସମ୍ଭାବନା କମ୍ ଅଛି । ତେବେ ୨୩ରେ ପୁରୀ, ପାରାଦ୍ୱୀପ, କେନ୍ଦ୍ରାପଡ଼ା ଏବଂ ସମୁଦ୍ର ସଂଲଗ୍ନ ଅଞ୍ଚଳରେ ହାଲୁକା ଏବଂ ୨୪ ତାରିଖରେ କେନ୍ଦ୍ରାପଡ଼ା, ଚାନ୍ଦବାଲି, ଭଦ୍ରକ ଓ ବାଲେଶ୍ୱରରେ ସ୍ୱଳ୍ପ ବର୍ଷା ହୋଇପାରେ । ଏହି ସମୟରେ ରାଜ୍ୟର ଅନ୍ୟ ଅଞ୍ଚଳରେ ପାଗ ଶୁଖିଲା ରହିବ । ୨୫ ତାରିଖ ଦିନ ଉତ୍ତର ଉପକୂଳ ଅଞ୍ଚଳରେ ହାଲୁକା ବର୍ଷା ସମ୍ଭାବନା ଅଛି । ବର୍ଷା ସମୟରେ ପବନ ବହିବ ନାହିଁ ବୋଲି ସେ କହିଛନ୍ତି ।

ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ କରାଯାଇଛି ବାରଣ

୨୫ ତାରିଖରେ ଖେପୁପରା ଓ ଚିଟାଗଙ୍ଗ ମଧ୍ୟରେ ଏହା ଉପକୂଳ ଛୁଇଁବ । ସେପଟେ ଓଡିଶା ଉପରେ ଏହାର ପ୍ରଭାବ କମ୍ ରହିବ । ଏହାର ପ୍ରଭାବରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୨୩ ତାରିଖରୁ ୨୬ ତାରିଖ ମଧ୍ୟରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଆଜି କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଏବଂ ୨୪ ଓ ୨୫ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami