ଘର ପାଉନାହାନ୍ତି ଲକ୍ଷ୍ମଣ; ଖାଲି ନାହିଁ ହୋଟେଲ୍ ରୁମ୍‌

Above Post Content

ଅଯୋଧ୍ୟା: ଆଉ ମାତ୍ର କିଛି ଦିନ ବାକି ରହିଛି ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ । ଏହାକୁ ନେଇ ପ୍ରତ୍ୟେକ ଭାରତୀୟ ଉତ୍ସାହିତ ଅଛନ୍ତି । ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ ଓ ଶ୍ରଦ୍ଧାଳୁ ଅଯୋଧ୍ୟାରେ ପହଞ୍ଚିଲେଣି । ଏଥିଲାଗି ଅଯୋଧ୍ୟାରେ ସମସ୍ତ ହୋଟେଲ ହାଉସଫୁଲ ହୋଇସାରିଛି । ନବେ ଦଶକର ସବୁଠାରୁ ଲୋକପ୍ରିୟ ଟିଭି ଧାରାବାହିକ ରାମାୟଣର ରାମ, ସୀତା ଏବଂ ଲକ୍ଷ୍ମଣ ମଧ୍ୟ ଗତ ୧୭ ଜାନୁଆରୀରେ ଅଯୋଧ୍ୟାରେ ପହଞ୍ଚି ସାରିଛନ୍ତି । ହେଲେ ରାମାୟଣରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲହରୀ ଅଯୋଧ୍ୟାରେ ରହିବାକୁ ସ୍ଥାନ ପାଇ ନାହାଁନ୍ତି ବୋଲି କହିଛନ୍ତି ।

ପାରମ୍ପରିକ ପୋଷାକରେ ନଜର ଆସିଲେ ରାମ,ସୀତା, ଲକ୍ଷ୍ମଣ

After 2nd paragraph post ads
Middle post content

ନବେ ଦଶକର ଏହି ଧାରାବାହିକ ‘ରାମାୟଣ’ କୁ ଆଜି ବି ଲୋକଙ୍କ ମନରେ ତାଜା ହୋଇ ରହିଛି । ଏଥିରେ ରାମ, ସୀତା ଓ ଲକ୍ଷ୍ମଣ ଭୂମିକା ନିଭାଇଥିବା ଅରୁଣ ଗୋଭିଲ, ଦୀପିକା ଚିଖଲିଆ ଏବଂ ସୁନୀଲ ଲାହିରଙ୍କୁ ଲୋକେ ଏବେ ବି ଭଗବାନ ବୋଲି ସମ୍ବୋଧନ କରିଥାନ୍ତି । ଦୀର୍ଘ ବର୍ଷ ପରେ ଅଯୋଧ୍ୟାରେ ଏହି ତିନି ଜଣଙ୍କୁ ଏକାଠି ଦେଖିବା ପରେ ଲୋକଙ୍କ ମନରେ ପୁଣି ଥରେ ଭକ୍ତିର ଭାବନା ଜାଗି ଉଠିଛି । ସେମାନଙ୍କର ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଅରୁଣ ଗୋଭିଲ, ଦୀପିକା ଚିଖାଲିଆ ଏବଂ ସୁନୀଲ ଲାହିରଙ୍କ ଏକ ଭିଡିଓ ସାମ୍ନାକୁ ଆସୁଛି, ଯେଉଁଥିରେ ସେମାନେ ପାରମ୍ପାରିକ ହଳଦିଆ ଏବଂ ନାଲି ରଙ୍ଗର ପୋଷାକ ପରିଧାନ କରି ଅଯୋଧ୍ୟା ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଛି । ଦୀପିକା ଏକ ସୁନ୍ଦର ଲାଲ୍ ରଂଗର ଶାଢ଼ି ପିନ୍ଧିଥିବା ବେଳେ ଅରୁଣ ଏବଂ ସୁନୀଲଙ୍କୁ ପାରମ୍ପାରିକ ହଳଦିଆ କୁର୍ତ୍ତାରେ ନଜର ଆସିଛନ୍ତି, ଯେଉଁଥିରେ ସେମାନେ ବହୁତ ସୁନ୍ଦର ଦେଖାଯାଉଛନ୍ତି ।

ବହୁତ ପରିବର୍ତ୍ତନ ହୋଇଯାଇଛି ଅଯୋଧ୍ୟା

ସବୁଠୁ ବଡ଼ କଥା ହେଲା, ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଏକ ସାକ୍ଷାତକାରରେ କହିଛନ୍ତି, ଅଯୋଧ୍ୟାରେ ସେ ସମ୍ମୁଖୀନ ହେଉଥିବା ଅସୁବିଧା ବିଷୟରେ । ସେ ଏପର୍ଯ୍ୟନ୍ତ ହୋଟେଲ ରୁମ ପାଇ ନାହାଁନ୍ତି । ‘ଅଯୋଧ୍ୟାକୁ ଦେଖିଲେ ଏହା ବିଶ୍ୱାସ କରିବା କଷ୍ଟକର ଯେ ଏହି ସହର ଯେଉଁଠାରେ ଆମେ ଦୁଇ ବର୍ଷ ପୂର୍ବେ ସୁଟିଂ ପାଇଁ ଆସିଥିଲୁ । ବହୁତ ପରିବର୍ତ୍ତନ ହୋଇଛି । ବିଶେଷ କରି ଏଠାରେ ପବନରେ ଆପଣ ଶକ୍ତି ଅନୁଭବ କରିପାରିବେ । ରାସ୍ତା କିମ୍ବା ରାସ୍ତା କଡ଼ରେ ଥିବା ଦୋକାନ ଏବଂ ଘରଗୁଡ଼ିକରେ ଭକ୍ତିଭାବ ଦୃଶ୍ୟମାନ ହେଉଛି । ସହରଟି ବହୁତ ପରିଷ୍କାର ହୋଇଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami