୪ ହଜାର କୋଟିର ମହଲରେ ରହିଛି ୭୦୦ରୁ ଅଧିକ କାର

Above Post Content

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଧନୀ ପରିବାର କିଏ ଜାଣିଛନ୍ତି ? ବୋଧହୁଏ ଅଧିକାଂଶ ଲୋକ ଏହା ଜାଣି ନ ଥିବେ । ସେ ହେଉଛନ୍ତି ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାଏଦ ଅଲ ନାହିୟାନ ପୁଣି ଥରେ । ନିକଟରେ ଭାରତ ଗସ୍ତରେ ଆସିଥିଲେ ଶେଖ ମହମ୍ମଦ ବିନ ଜାଏଦ ଚର୍ଚ୍ଚାରେ । ତାଙ୍କ ପରିବାର ହେଉଛି ବିଶ୍ୱର ସବୁଠାରୁ ଧନୀ ପରିବାର । ତାଙ୍କର ମୋଟ ସମ୍ପତ୍ତି ଜାଣିଲେ ଯେ, କେହି ଆଶ୍ଚର୍ଯ୍ୟ ହୋଇଯିବେ ବ୍ଲୁମବର୍ଗ ନାହିୟାନଙ୍କ ପରିବାରକୁ ୨୦୨୩ ବିଶ୍ୱର ଧନୀ ପରିବାର ତାଲିକାରେ ପ୍ରଥମ ସ୍ଥାନ ଦେଇଥିଲା । ଶେଖ ମହମ୍ମଦ ହେଉଛନ୍ତି ୧୭ ତମ ଏମିର ବା ଆବୁଧାବିର ଶାସକ ।

 ରହିଛି  ୮ଟି ଘରୋଇ ଜେଟ

After 2nd paragraph post ads

ଦୁବାଇର ଅଲ ନାହିୟାନ ରାଜ ପରିବାରର ୪,୦୭୮କୋଟି ଟଙ୍କା ମୂଲ୍ୟର ରାଷ୍ଟ୍ରପତି ମହଲ ଅଛି, ଯାହା ତିନୋଟି ପେଣ୍ଟାଗନ ଆକାର ସହିତ ସମାନ । ଏହା ସହିତ, ୮ଟି ଘରୋଇ ଜେଟ ଏବଂ ଏକ ଲୋକପ୍ରିୟ ଫୁଟବଲ କ୍ଲବ, ଦୁନିଆର ସବୁଠାରୁ ଧନୀ କ୍ଲବ ରହିଛି । ଏହି ପରିବାର ସଂଯୁକ୍ତ ରାଷ୍ଟ୍ରର ଏଭଳି ଅନେକ ପ୍ରାସାଦ ମଧ୍ୟରୁ ବୃହତ୍ତମ ଆବୁଧାବିରେ ଥିବା କର୍ସ ଅଲ-ୱତନ ରାଷ୍ଟ୍ରପତି ଭବନରେ ରୁହନ୍ତି । ପ୍ରାୟ ୯୪ ଏକର ଉପରେ ବିସ୍ତାର ହୋଇଥିବା ଏହି ବିଶାଳ ପ୍ରାସାଦରେ ୩୫୦,୦୦୦ କ୍ରିଷ୍ଟାଲ ବା ସ୍ଫଟିକରେ ନିର୍ମିତ ଏକ ଝୁମର ରହିଛି । ଏଥିରେ ଅମୂଲ୍ୟ ଐତିହାସିକ କଳାକୃତି ମଧ୍ୟ ରହିଛି ।

Middle post content

ଏମିରେଟ୍ସର ରାଷ୍ଟ୍ରପତି ହେଉଛନ୍ତି ୧୮ ଭାଇ, ୧୧ ଭଉଣୀ

ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାଏଦ ଅଲ ନାହିୟାନ, ଯିଏକି ଏମବିଜେଡ ନାମରେ ଜଣାଶୁଣା, ସେ ପରିବାରର ମୁଖ୍ୟ । ତାଙ୍କର ୧୮ ଭାଇ ଏବଂ ୧୧ ଭଉଣୀ ଅଛନ୍ତି । ଏମିରେଟ ରାଜଙ୍କର ମଧ୍ୟ ୯ ସନ୍ତାନ ଏବଂ ୧୮ ନାତୁଣି-ନାତି ଅଛନ୍ତି । ଆବୁଧାବି ଶାସକଙ୍କ ସାନଭାଇ ଶେଖ ହମଦ ବିନ ହମଦାନ ଅଲ ନାହିୟାନଙ୍କ ପାଖରେ ୭୦୦ରୁ ଅଧିକ କାରର କଲେକଶନ ରହିଛି, ଯେଉଁଥିରେ ବିଶ୍ୱର ସର୍ବ ବୃହତ ଏସୟୁଭି, ୫ଟି ବୁଗାଟୀ ଭେଂରନ, ଲମ୍ବୋର୍ଗିନି ରେଭେଣ୍ଟନ, ମର୍ସିଡିଜ , ଫେରାରୀ ଏବଂ ଏକ ମ୍ୟାକଲେରେନ ଅନ୍ତର୍ଭୂକ୍ତ ଅଛି ।

ପ୍ୟାରିସ ଏବଂ ଲଣ୍ଡନ ସମେତ ବିଶ୍ୱର ଅନେକ ସ୍ଥାନରେ ରହିଛି ସମ୍ପତ୍ତି

ଏହି ପରିବାରର ବିଶ୍ୱର ତୈଳ ଭଣ୍ଡାରର ପ୍ରାୟ ୬ପ୍ରତିଶତ, ମଞ୍ଚେଷ୍ଟର ସିଟି ଫୁଟବଲ କ୍ଲବର ମାଲିକ ଏବଂ ଅନେକ ଜଣାଶୁଣା କମ୍ପାନୀରେ ଅଂଶୀଦାର ଅଛି । ଗାୟକ ରିହାନାର ବିୟୁଟି ବ୍ରାଣ୍ଡ ଫେଣ୍ଟି ଠାରୁ ଆରମ୍ଭ କରି ଏଲୋନ ମସ୍କର ସ୍ପେସ ଏକ୍ସ ପର୍ଯ୍ୟନ୍ତ ତାଙ୍କର ସେୟାର ଅଛି । ରାଷ୍ଟ୍ରପତିଙ୍କ ଭାଇ ତହନୁନ ବିନ ଜାଏଦ ଅଲ ନାହିୟାନ ପରିବାରର ମୁଖ୍ୟ ବିନିଯୋଗ କମ୍ପାନୀକୁ ପରିଚାଳନା କରନ୍ତି, ଯାହାର ମୂଲ୍ୟ ଗତ ୫ ବର୍ଷ ମଧ୍ୟରେ ପ୍ରାୟ ୨୮,୦୦୦ ପ୍ରତିଶତ ବୃଦ୍ଧି ପାଇଛି । କମ୍ପାନୀର ମୂଲ୍ୟ ବର୍ତ୍ତମାନ ୨୩୫ବିଲିୟନ ଡ଼ଲାର ଅଟେ । ୟୁଏଇ ବ୍ୟତୀତ ଦୁବାଇର ରାଜ ପରିବାର ପ୍ୟାରିସ ଏବଂ ଲଣ୍ଡନ ସମେତ ବିଶ୍ୱର ଅନେକ ସ୍ଥାନରେ ବିଳାସପୂର୍ଣ୍ଣ ସମ୍ପତ୍ତିର ମାଲିକ ଅଟନ୍ତି । ଲଣ୍ଡନର ସବୁଠାରୁ ଧନୀ ଜମି ମାଲିକଙ୍କ ମଧ୍ୟରେ ଶେଖ ମହମ୍ମଦ ବିନ ଜାଏଦ ଅଲ ନାହିୟାନ ଗଣିତ ହୋଇଛନ୍ତି । ଲଣ୍ଡନରେ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ଅନେକ ଅଟ୍ଟାଳିକା ଅଛି ଯାହା ଶେଖଙ୍କ ନାମରେ କିଣାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami