ହିମାଚଳର ଏହି ଆସନରୁ ନିର୍ବାଚନ ଲଢ଼ିବେ କଙ୍ଗନା

Above Post Content

ମୁମ୍ବାଇ: ନିଜର ମନ୍ତବ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ । ପ୍ରତ୍ୟେକ ପ୍ରସଙ୍ଗରେ ନିଜର ମତ ଦେଉଥିବା କାରଣରୁ ଅଧିକାଂଶ ସମୟ ଟ୍ରୋଲର ଶୀକାର ବି ହୋଇଥାନ୍ତି । ହେଲେ ଏବେ କଙ୍ଗନା ଆଗାମୀ ଲୋଭସଭା ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି ଯେ କଙ୍ଗନା ୨୦୨୪ରେ ବିଜେପି ଟିକେଟରେ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ।

Middle post content

ମଣ୍ଡି ଆସନରୁ ନିର୍ବାଚନ ଲଢିପାରନ୍ତି କଙ୍ଗନା

After 2nd paragraph post ads

ଆଗାମୀ ଲୋକସଭା ନିର୍ବାଚନର ତାରିଖ ଘୋଷଣା ସରିବା ପରେ ହିମାଚଳର ମଣ୍ଡି ଆସନରୁ ବିଜେପି କଙ୍ଗନାକୁ ପ୍ରାର୍ଥୀ କରିବ ବୋଲି ଆଲୋଚନା ହେଉଛି । ତେବେ ଏହି ଖବର ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ । ସୂଚନା ମୁତାବକ, ହିମାଚଳ ପ୍ରଦେଶର ୪ଟି ଆସନ ମଧ୍ୟରୁ ଦୁଇଟି ପାଇଁ ବିଜେପି ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି । ଏବେ ଆଉ ଦୁଇଟି ଆସନ କାଙ୍ଗରା ଏବଂ ମଣ୍ଡି ବାକି ରହିଛି । ମଣ୍ଡି ଆସନରୁ ପ୍ରାର୍ଥୀ ହେବା ପାଇଁ ବିଜେପି ଅନେକ ନାମ ଉପରେ ବିଚାର କରୁଛି, ଯେଉଁଥିରେ କଙ୍ଗନା ରାନାୱତଙ୍କ ନାମ ମଧ୍ୟ ରହିଛି । ନିର୍ବାଚନ ଲଢିବାକୁ କଙ୍ଗନା ମଧ୍ୟ ନିଜର ଇଚ୍ଛା ପ୍ରକାଶ କରିଛନ୍ତି । ଏଭଳି ପରିସ୍ଥିତିରେ ହିମାଚଳ ମଣ୍ଡିରୁ ଟିକେଟ୍ ପାଇଁ ଅଭିନେତ୍ରୀଙ୍କୁ ଜଣେ ଦୃଢ ପ୍ରତିଯୋଗୀ ଭାବରେ ବିବେଚନା କରାଯାଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami