ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମିଧିଲି’, ଓଡ଼ିଶାକୁ ନାହିଁ ବିପଦ

Above Post Content

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆଜି ବାତ୍ୟାର ରୂପ ନେଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ମିଧିଲି’ । ଏହା ବାଂଲାଦେଶ ଉପକୂଳରେ ଲାଣ୍ଡଫଲ୍ କରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଉତ୍ତର ପୂର୍ବ ଦିଗକୁ ଘଣ୍ଟାକୁ ୨୦ କିମି ବେଗରେ ଗତି କରୁଛି । ପାରାଦୀପ ଠାରୁ ୧୯୦, ଦୀଘା ଠାରୁ ୨୦୦ କିମି ଦୂରରେ ବାତ୍ୟା ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରି ବାଂଲାଦେଶ ଉପକୂଳ ଛୁଇଁବ । ବିଳମ୍ବିତ ରାତି କିମ୍ବା ଭୋର୍ ସୁଦ୍ଧା ଖେପୁପରା ଉପକୂଳ ଛୁଇଁବ ବୋଲିି ପାଣିପାଗ ବିଭାଗ ଆକଳନ କରିଛି ।

Middle post content

କାଁ ଭାଁ ହେବ ବର୍ଷା

After 2nd paragraph post ads

ତେବେ ବାତ୍ୟା ହେଲେ ମଧ୍ୟ ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ରହିବ ନାହିଁ । ବାତ୍ୟାଟି ଓଡ଼ିଶା ଉପକୂଳରୁ ବହୁ ଦୂରରେ ବାଂଲାଦେଶ ଆଡ଼କୁ ମୁହାଁଇବ । ଏଥିପାଇଁ ରାଜ୍ୟର କିଛି ଉପକୂଳବର୍ତ୍ତୀ ଜିଲ୍ଲାରେ କାଁ ଭାଁ ବର୍ଷାକୁ ଛାଡ଼ି ହେବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ, ଏହି ଗଭୀର ଅବପାତଟି ଉତ୍ତର-ଉତ୍ତର ପୂର୍ବ ଦିଗ ମୁହାଁଇଥିବାରୁ ଓଡ଼ିଶାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ସମ୍ଭାବନା ରହିଛି । ବାତ୍ୟା ଯୋଗୁଁ ସମୁଦ୍ର ଆଶାନ୍ତ ରହିବ । ଏଥିପାଇଁ ଆସନ୍ତା ୧୮ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ରହୁ ନ ଥିବାରୁ ପୂର୍ବରୁ ବିଭିନ୍ନ ଜିଲ୍ଲା ପାଇଁ ଦିଆଯାଇଥିବା ଚେତାବନୀକୁ ହଟାଇ ଦିଆଯାଇଛି । ଶୁକ୍ରବାର କେବଳ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଥିବା ବେଳେ ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର ଜିଲ୍ଲାରେ ସ୍ୱଳ୍ପ ବର୍ଷା ଆଶଙ୍କା ରହିଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନ୍‌ରେ ଦର୍ଶାଯାଇଛି । ଅନ୍ୟପଟେ ଚଳିତ ମାସ ଶେଷକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ସହିତ ଏହା ଅଧିକ ଘନୀଭୂତ ହେବାର ଆଶଙ୍କା ରହିଛି । ଆସନ୍ତା ୨୦ରୁ ୨୩ ତାରିଖ ମଧ୍ୟରେ ଏହି ଲଘୁଚାପ ସୃଷ୍ଟି ହେବାକୁ ଥିବା ବେଳେ ୨୪ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହେବାର ଆଶଙ୍କା କରାଯାଉଛି ।

 

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami