ୱାର୍ଲ୍ଡକପ ଫାଇନାଲ ମ୍ୟାଚ ନ ଦେଖିବାକୁ ଅମିତାଭଙ୍କୁ ମିଳିଲା ୱାର୍ଣ୍ଣିଂ

Above Post Content

ମୁମ୍ବାଇ: ୱାର୍ଲ୍ଡକପ ଫାଇନାଲ ମ୍ୟାଚ ନ ଦେଖିବାକୁ ବିଗ୍‌ବି ଅମିତାଭ ବଚ୍ଚନଙ୍କୁ ମିଳିଲା ୱାର୍ଣ୍ଣିଂ । ତାଙ୍କର କିଛି ଫ୍ୟାନ୍ସ ତାଙ୍କୁ ଫାଇନାଲ ମ୍ୟାଚ ନ ଦେଖିବାକୁ ପାଇଁ ପରାମର୍ଶ ଦେଇଛନ୍ତି । କେବଳ ସେତିକି ନୁହେଁ, କିଛି ଫ୍ୟାନ୍ସ ତାଙ୍କର ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ଆଖିରେ କଳାପଟି ଲାଗିଛି । ଆଉ କିଛି ତାଙ୍କୁ ଆଖିରେ କାକୁଡି ଲଗେଇ ଆରାମ କରିବାକୁ ମଧ୍ୟ କହିଛନ୍ତି । କେବଳ ବାଣ ଫୁଟିଲେ ବାହାରକୁ ଆସିବା ପାଇଁ ପରାମର୍ଶ ଦେଇଛନ୍ତି । ସେହିପରି ଆଉ ଜଣେ ୟୁଜର୍ସ ତାଙ୍କୁ ୨ଟାରୁ ୧୧ଯାଏଁ ସିଫ୍ଟ କରିବାକୁ କହିଛନ୍ତି । ଅମିତାଭ ୱାର୍ଲ୍ଡକପ ଫାଇନାଲ ମ୍ୟାଚ ନ ଦେଖିବାକୁ ଏପରି କିଛି କହିଛନ୍ତି ତାଙ୍କ ଫ୍ୟାନ । କ’ଣ ପାଇଁ ଅମିତାଭଙ୍କୁ ଏପରି କହିଛନ୍ତି ଫ୍ୟାନ୍ସ ତାହା ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି ।

Middle post content

ମ୍ୟାଚ ଦେଖିଲେ ହାରିବ ଇଣ୍ଡିଆ

After 2nd paragraph post ads

ବିଗ ବି ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରୁହନ୍ତି । ଏପରିକି ସେ ତାଙ୍କ ଫ୍ୟାନ୍ସଙ୍କ ସହ ସବୁବେଳେ ଇଣ୍ଟରଆକ୍ଟ କରନ୍ତି । ବ୍ୟକ୍ତିଗତ କଥା ହେଉ କି ଫିଲ୍ମକୁ ନେଇ ସେ ସବୁକଥା ସୋସିଆଲ ମିଡିଆରେ ପ୍ରକାଶ କରନ୍ତି । ତେବେ ଅମିତାଭ ଏବେ ଏପରି ଏକ ପୋଷ୍ଟ କରିଛନ୍ତି ଯାହାକୁ ନେଇ ୱାର୍ଲ୍ଡକପ ଫାଇନାଲ ମ୍ୟାଚ ନ ଦେଖିବାକୁ ସତର୍କ କରାଯାଇଛି ।ୱାର୍ଲ୍ଡକପ ଫାଇନାଲ ମ୍ୟାଚରେ ଇଣ୍ଡିଆ ଖେଳିବାକୁ ଯାଉଛି । ତେବେ ଏହି ସମୟରେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଅମିତାଭ କହିଛନ୍ତି, ଯେତେବେଳେ ସେ ଇଣ୍ଡିଆ ଖେଳୁଥିବା ମ୍ୟାଚ ନ ଦେଖନ୍ତି ସେତେବେଳେ ହିଁ ଇଣ୍ଡିଆ କ୍ରିକେଟ ଟିମ୍ ମ୍ୟାଚ ଜିତିଥାଏ । ବୁଧବାର ହୋଇଥିବା ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ ପରେ ବିଗ ବି ଏପରି ପୋଷ୍ଟ ସେୟାର କରିଛନ୍ତି । ଯାହାକୁ ନେଇ ଫ୍ୟାନ୍ସ ତାଙ୍କୁ ଫାଇନାଲ ମ୍ୟାଚ ନ ଦେଖିବାକୁ ପାଇଁ ପରାମର୍ଶ ଦେଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami